ମଦ ବିକ୍ରିକୁ ବିରୋଧ କରିବାରୁ ହତ୍ୟା

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ମଦ ବିକ୍ରିକୁ ବିରୋଧ କରିବାରୁ ହତ୍ୟା । କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର  ବାଣିପଦା ପଞ୍ଚାୟତର ହରିଜନସାହିରେ ଘଟିଛି ଏପରି ବର୍ବର କାଣ୍ଡ । ବେଆଇନ ଭାବେ ମଦ ତିଆରି ଓ ବିକ୍ରିକୁ ବିରୋଧ କରିବାକୁ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ଚୌଦ୍ୱାର ପୁଲିସ୍‌ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ମଧ୍ୟ କାହାକୁ ଗିରଫ କରିନାହିଁ। ସୂଚନା ଅନୁଯାୟୀ , ଗତକାଲି ରାତିରେ ମଦ ବିକ୍ରୀ ହେଉଥିବା କିଛି […]

murder

Niharika Rout
  • Published: Wednesday, 02 September 2020
  • , Updated: 02 September 2020, 10:56 AM IST

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): ମଦ ବିକ୍ରିକୁ ବିରୋଧ କରିବାରୁ ହତ୍ୟା । କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର  ବାଣିପଦା ପଞ୍ଚାୟତର ହରିଜନସାହିରେ ଘଟିଛି ଏପରି ବର୍ବର କାଣ୍ଡ । ବେଆଇନ ଭାବେ ମଦ ତିଆରି ଓ ବିକ୍ରିକୁ ବିରୋଧ କରିବାକୁ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ଚୌଦ୍ୱାର ପୁଲିସ୍‌ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ମଧ୍ୟ କାହାକୁ ଗିରଫ କରିନାହିଁ।

ସୂଚନା ଅନୁଯାୟୀ , ଗତକାଲି ରାତିରେ ମଦ ବିକ୍ରୀ ହେଉଥିବା କିଛି ବ୍ୟକ୍ତିଙ୍କ ନାମରେ ଚୌଦ୍ୱାର ଥାନାରେ ସ୍ଥାନୀୟ ଅଞ୍ଚଳର କେତେକ ମହିଳା ଅଭିଯୋଗ କରିବାକୁ ଯାଇଥିଲେ। ମହିଳାମାନେ ଅଭିଯୋଗ କରି ସାହିକୁ ଫେରିବା ପରେ ସାହି ଭିତରେ ଗଣ୍ଡଗୋଳ ହୋଇଥିଲା । ମଧ୍ୟ ରାତିରେ ମଦ ବିକ୍ରୀ କରୁଥିବା ଗୋଷ୍ଠୀର କିଛି ବ୍ୟକ୍ତି ସରୋଜ  ନାମକ ଯୁବକଙ୍କୁ ଆକ୍ରମଣ କରିବା ସହିତ କଟୁରୀରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ଦୀର୍ଘ ସମୟ ପର୍ଯ୍ୟନ୍ତ ଛଟପଟ ହେଉଥିଲେ ସରୋଜ ।

ଚୌଦ୍ୱାର ପୁଲିସ୍‌ ଖବର ପାଇ ସରୋଜଙ୍କୁ କଟକ ବଡଡାକ୍ତରଖାନାକୁ ପଠାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସାହି ଭିତରେ ଗୋଷ୍ଠୀ ସଂଘର୍ଷ ଭୟ ଥିବାରୁ ୨ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Related story