ପୁଅର ନିବେଦନ କେହି ଶୁଣିଲେନି; ଗାଁକୁ ଯାଇପାରିଲାନି ବାପାମା’ଙ୍କ ଶବ, ପୁଲିସ ଉପସ୍ଥିତିରେ ହେଲା ସତ୍କାର

ବଲାଙ୍ଗିର/ପାଟଣାଗଡ଼ (ମନୋରଞ୍ଜନ ଯୋଷୀ): ଗୁଣି ସନ୍ଦେହରେ ଗତକାଲି କଙ୍ଗାରୁ କୋର୍ଟରେ ବାପା-ମାଆଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ ଗାଁ ଲୋକ। ସେଥିପାଇଁ ନିଜ ବାପା-ମାଆଙ୍କ ମୃତଦେହ ଧରି ଗାଁକୁ ଯିବାକୁ ଭୟ କରୁଥିଲେ ରମେଶ ବରିହା। ସୁରକ୍ଷା ଯୋଗାଇ ଦେବାକୁ ସେ ବଲାଙ୍ଗିର ଏସ୍‌ପିଙ୍କୁ ନିବେଦନ କରିଥିଲେ। ମାତ୍ର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଜନ୍ମମାଟିକୁ ଯାଇପାରିଲା ନାହିଁ ରମେଶଙ୍କ ବାପା ଚିନ୍ତାମଣି ଓ ମାଆ ରୁକ୍ମଣୀଙ୍କ ମୃତଦେହ। ଶେଷରେ ପୁଲିସ ଉପସ୍ଥିତିରେ […]

kangaro-court

Manoranjan Sial
  • Published: Tuesday, 17 September 2019
  • , Updated: 17 September 2019, 09:59 PM IST

ବଲାଙ୍ଗିର/ପାଟଣାଗଡ଼ (ମନୋରଞ୍ଜନ ଯୋଷୀ): ଗୁଣି ସନ୍ଦେହରେ ଗତକାଲି କଙ୍ଗାରୁ କୋର୍ଟରେ ବାପା-ମାଆଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ ଗାଁ ଲୋକ। ସେଥିପାଇଁ ନିଜ ବାପା-ମାଆଙ୍କ ମୃତଦେହ ଧରି ଗାଁକୁ ଯିବାକୁ ଭୟ କରୁଥିଲେ ରମେଶ ବରିହା। ସୁରକ୍ଷା ଯୋଗାଇ ଦେବାକୁ ସେ ବଲାଙ୍ଗିର ଏସ୍‌ପିଙ୍କୁ ନିବେଦନ କରିଥିଲେ। ମାତ୍ର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଜନ୍ମମାଟିକୁ ଯାଇପାରିଲା ନାହିଁ ରମେଶଙ୍କ ବାପା ଚିନ୍ତାମଣି ଓ ମାଆ ରୁକ୍ମଣୀଙ୍କ ମୃତଦେହ। ଶେଷରେ ପୁଲିସ ଉପସ୍ଥିତିରେ ପାଟଣାଗଡ଼ରେ ଏକ ଶ୍ମଶାନରେ ଜଳିଲା ବାପା-ମାଆଙ୍କ ଚିତା। ପୁଅ ରମେଶ ଦେଲେ ମୁଖାଗ୍ନୀ।

ପୂରା ଘଟଣାଟି ଏମିତି। ଗତ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଚିଟକାମାଲ ଗାଁର ନାରାୟଣ ବରିହାଙ୍କ ଦେଢ ବର୍ଷର ଶିଶୁପୁତ୍ରକୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାକୁ ପାଟଣାଗଡ଼ ମେଡ଼ିକାଲ୍‌କୁ ନେଉଥିଲେ। ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଅର ମୃତଦେହକୁ ପରିବାର ଲୋକେ ମେଡିକାଲ୍‌ରୁ ଆଣି ନିଜ ଜମିରେ ପୋତି ଦେଇଥିଲେ।

[caption id="attachment_435853" align="aligncenter" width="750"] ପାଟଣାଗଡ଼ରେ ଏକ ଶ୍ମଶାନରେ ଜଳୁଛି ଜୁଇ[/caption]

ହେଲେ ଗତ ୧୨ ତାରିଖରେ ଶବ ପୋତାଯାଇଥିବା ଜାଗାରେ କେହି ଜଣେ ଫୁଲ, ସିନ୍ଦୂର ଓ ଦୀପ ଜାଳି ପୂଜା ପାଠ କରିଥିବା ଦେଖିବାକୁ ମିଳିଥିଲା। ଘଟଣା ଜଣାପଡ଼ିବା ପରେ ଗାଁରେ ବୈଠକ ବସିଥିଲା। ନିଜ ସମ୍ପର୍କୀୟ ଚିନ୍ତାମଣି ଓ ରୁକ୍ମଣୀ ବରିହା ଗୁଣି-ଗାରେଡ଼ି କରୁଥିବା ନାରାୟଣ କହିଥିବା ଅଭିଯୋଗ ହୋଇଥିଲା। ପରେ ଏ ନେଇ ଲରମ୍ବା ଥାନାରେ ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦ କରିଥିଲେ ଚିନ୍ତାମଣିଙ୍କ ସ୍ତ୍ରୀ ରୁକ୍ମଣୀ। ଏପରିକି ତାକୁ ଡାହାଣୀ କହି ଗାଁ ଲୋକେ ନିର୍ଯାତନା ଦେଉଥିବା ରୁକ୍ମଣୀ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ଭିତରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲେ। ପୁଲିସ ମାମଲା ସମାଧାନ କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଥିଲା।

ଅଭିଯୋଗରୁ ପ୍ରକାଶ, ଗତକାଲି ଚିନ୍ତାମଣିଙ୍କର ଏକମାତ୍ର ପୁଅ ରମେଶ କୌଣସି କାମରେ ବଲାଙ୍ଗିର ଯାଇଥିଲେ। ଏହାର ସୁଯୋଗ ନେଇ ଗାଁ ଲୋକେ ଅପରାହ୍ନ ପ୍ରାୟ ୧୧ଟା ବେଳେ କଙ୍ଗାରୁ କୋର୍ଟ ବସାଇ ଥିଲେ। ଏଠାକୁ ଚିନ୍ତାମଣି ଓ ରୁକ୍ମଣୀଙ୍କୁ ଡକିଥିଲେ। ଡାକରା ପାଇ ସ୍ୱାମୀ-ସ୍ତ୍ରୀ ସଭା ସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ଉତ୍ୟକ୍ତ ଲୋକେ ଦମ୍ପତିଙ୍କୁ ପିଟି ପିଟି ହତ୍ୟା କରି ଏକ ଅଖାରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସନ୍ଧାନୀ କୁକୁର ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣା ସ୍ଥଳରୁ ୪ଟି ଠେଙ୍ଗା ଜବତ କରିଛି।

ଏହି ଘଟଣା ପରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି।

Related story