Advertisment

ମା-ଝିଅଙ୍କୁ ମର୍ଡ଼ର ହେଉଥିଲା ବେଳେ କ’ଣ କରୁଥିଲେ ଅନୁପ ସାଏଙ୍କ ଡ୍ରାଇଭର ?

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ବହୁ ଚର୍ଚ୍ଚିତ ହମିର୍ପୁର ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ଡ୍ରାଉଭର୍ ବର୍ଦ୍ଧନ ଟପ୍ପୋଙ୍କୁ ଉଠାଇ ନେଇଛି ରାୟଗଡ଼ ପୁଲିସ। ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ରେ ଅନୁପଙ୍କ ସବୁଠୁ ବିଶ୍ୱସ୍ତ କୁହାଯାଉଥିବା ବର୍ଦ୍ଧନଙ୍କ ବୟାନ ବେଶ୍ ଗୁରୁତ୍ୱ ରଖୁଥିବାରୁ ତାଙ୍କୁ ପଚରାଉଚରା କରାଯାଉଛି। ସେପଟେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଓ ଲୁହା ରଡ୍ କୁଆଡ଼େ ଗଲା ତାର ଛାନଭିନ୍ ବି ଆରମ୍ଭ ହୋଇଛି। ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ […]

ଅଦ୍ୟତନ ହୋଇଛି
ମା-ଝିଅଙ୍କୁ ମର୍ଡ଼ର ହେଉଥିଲା ବେଳେ କ’ଣ କରୁଥିଲେ ଅନୁପ ସାଏଙ୍କ ଡ୍ରାଇଭର ?

b-9654

Advertisment

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ବହୁ ଚର୍ଚ୍ଚିତ ହମିର୍ପୁର ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ଡ୍ରାଉଭର୍ ବର୍ଦ୍ଧନ ଟପ୍ପୋଙ୍କୁ ଉଠାଇ ନେଇଛି ରାୟଗଡ଼ ପୁଲିସ। ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ରେ ଅନୁପଙ୍କ ସବୁଠୁ ବିଶ୍ୱସ୍ତ କୁହାଯାଉଥିବା ବର୍ଦ୍ଧନଙ୍କ ବୟାନ ବେଶ୍ ଗୁରୁତ୍ୱ ରଖୁଥିବାରୁ ତାଙ୍କୁ ପଚରାଉଚରା କରାଯାଉଛି। ସେପଟେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଓ ଲୁହା ରଡ୍ କୁଆଡ଼େ ଗଲା ତାର ଛାନଭିନ୍ ବି ଆରମ୍ଭ ହୋଇଛି। ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ ପାଇଁ ରାୟଗଡ଼ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଓଡ଼ିଶାରେ ପହଞ୍ଚିଛି।

Advertisment

ଗତାକଲି ରାତିରେ ବ୍ରଜରାଜନଗର ନିକଟ ନିଜ ଘରୁ ବର୍ଦ୍ଧନଙ୍କୁ ପୁଲିସ ନେଇଯାଇଥିଲା । କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ କିଭଳି ହତ୍ୟା କରାଯାଇଥିଲା? ଘଟଣାରେ ସେ ଅନୁପଙ୍କୁ କିଭଳି ସାହାଯ୍ୟ କରିଥିଲେ? ପୁରା ଘଟଣାରେ ତାଙ୍କର ଭୂମିକା କଣ ସେନେଇ ବର୍ଦ୍ଧନଙ୍କୁ ଜେରା କରୁଛି ଛତିଶଗଡ଼ ପୁଲିସ। ଗିରଫଦାରୀ ପରେ ଅନୁପ ପୋଲିସ୍‌କୁ କହିଥିଲେ ଯେ, ଘଟଣାଦିନ ବୋଲେରୋ ଡ୍ରାଇଭର ବର୍ଦ୍ଧନ ତାଙ୍କ ସହ ଥିଲେ । ତେଣୁ ବର୍ଦ୍ଧନଙ୍କ ବୟାନ ବେଶ୍ ଗୁରୁତ୍ୱ ରଖୁଛି ।

କୁହାଯାଉଛି ଡ୍ରାଇଭର ବର୍ଦ୍ଧନ, ଅନୁପଙ୍କର ଅତି ବିଶ୍ୱସ୍ତ ଥିଲେ।  କଳ୍ପନା ଓ ତାଙ୍କ ଝିଅଙ୍କୁ ହତ୍ୟା କରି ତାଙ୍କ ଉପରେ ବୋଲେରୋ ଚଢାଇବାରେ ବର୍ଦ୍ଧନଙ୍କର ପ୍ରମୁଖ ଭୂମିକା ଥିବା ପୁଲିସ ସନ୍ଦେହ କରୁଛି। ସେପଟେ ପୁଲିସ ଉଠାଇ ନେବା ପୂର୍ବରୁ ଗତକାଲି ଏକ ଭିଡିଓ ଜାରି କରି ବର୍ଦ୍ଧନ କହିଥିଲେ ସେ ଫେରାର୍ ହୋଇଯାଇଥିବା ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ତାହା ଭୁଲ୍।

Advertisment

ଏବେ ବଡ଼ ପ୍ରଶ୍ନ ଡବଲ୍ ମର୍ଡରରେ ବ୍ୟବହୃତ ହୋଇଥିବା ଲୁହା ରଡ୍ ଓ ବୋଲେରୋ ଗଲା କୁଆଡେ? ଗିରଫ ହେବା ପର୍ଯ୍ୟନ୍ତ ଅନୁପ୍ ଏହି ବୋଲେରୋକୁ ବ୍ୟବହାର କରୁଥିଲେ ନା କାହାକୁ ବିକ୍ରି କରିଦେଇଛନ୍ତି? ସେପଟେ ହତ୍ୟାକାଣ୍ଡରେ ଅଧିକ ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି  ପୁଲିସ ସନ୍ଦେହ କରୁଛି। ତେଣୁ ଅଧିକ ଖୋଳତାଡ଼ ପାଇଁ ରାୟଗଡ଼ ପୁଲିସ ଏକ ସ୍ପେଶାଲ୍ ଟିମ୍ ଓଡ଼ିଶାରେ ପହଞ୍ଚିଛନ୍ତି। ତେଣେ ଅନୁପଙ୍କୁ ରିମାଣ୍ଡରେ ନେବା ପାଇଁ ବି ପୁଲିସ ପ୍ରସ୍ତୁତ ହେଉଛି। ତା’ସହିତ ଅନୁପଙ୍କ ନାର୍କୋ ଟେଷ୍ଟ କରିବାକୁ କୋର୍ଟଙ୍କ ଅନୁମତି ନେବାକୁ ବି ଉଦ୍ୟମ ଜାରି ରହିଛି।

ଏଣେ ଅନୁପଙ୍କ ଗିରଫଦାରୀ ପରେ ତାଙ୍କ ସମୟର ବିଧାୟକମାନେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି। କଂଗ୍ରେସ କହିଛି ଦଳରେ ଥିଲା ବେଳେ ଅନୁପ ଏମିତି ନଥିଲେ। ବିଜେଡିକୁ ଗଲାପରେ ଖରାପ ହୋଇଗଲେ। ବିଜେଡି ଏହାର ଜବାବ୍ ରଖିଛି । ସେପଟେ ଝାରସୁଗୁଡାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅନୁପଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଗତକାଲି ଜାମିନ ନାମଂଜୁର ହେବାପରେ ରାୟଗଡ଼ ଜେଲରେ ରାତି କଟାଇଥିଲେ ଅନୁପ ସାଏ। ଆଗକୁ ଏହି   ହାଇପ୍ରୋଫାଇଲ୍ ମର୍ଡର କେସ୍‌ରେ ଆଉ କଣ କଣ ଖୁଲାସା ହେଉଛି ଏବେ ତା ଉପରେ ରହିଛି ନଜର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe