Advertisment

ସମ୍ପତ୍ତି ଲୋଭରେ ସାନ ଭାଇକୁ ହତ୍ୟା କରିଥିଲା, ଆଜୀବନ ସଜା ଶୁଣାଇଲେ କୋର୍ଟ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ସମ୍ପତ୍ତି ହେଲା କାଳ। ଭାଇ ସାଜିଲା ଭଗାରୀ। ବଡ଼ ଭାଇର ଟାଙ୍ଗିଆ ଚୋଟରେ ଯାଇଥିଲା ସାନ ଭାଇର ଜୀବନ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ଶରତ ମାଝୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ। କଣ୍ଟାବାଞ୍ଜି ଥାନା ବେହେରେନସିଲେଟ ଗାଁର ବଖରୀଆ ମାଝୀଙ୍କ ଦୁଇ ପୁଅ ହେଲେ ଶରତ ମାଝୀ ଓ ଦେବରାମ ମାଝୀ। ଦୁଇ ଭାଇଙ୍କ ବିବାହ ପରେ […]

ସମ୍ପତ୍ତି ଲୋଭରେ ସାନ ଭାଇକୁ ହତ୍ୟା କରିଥିଲା, ଆଜୀବନ ସଜା ଶୁଣାଇଲେ କୋର୍ଟ

Kantabanji

Advertisment

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ସମ୍ପତ୍ତି ହେଲା କାଳ। ଭାଇ ସାଜିଲା ଭଗାରୀ। ବଡ଼ ଭାଇର ଟାଙ୍ଗିଆ ଚୋଟରେ ଯାଇଥିଲା ସାନ ଭାଇର ଜୀବନ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ଶରତ ମାଝୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ।

Advertisment

କଣ୍ଟାବାଞ୍ଜି ଥାନା ବେହେରେନସିଲେଟ ଗାଁର ବଖରୀଆ ମାଝୀଙ୍କ ଦୁଇ ପୁଅ ହେଲେ ଶରତ ମାଝୀ ଓ ଦେବରାମ ମାଝୀ। ଦୁଇ ଭାଇଙ୍କ ବିବାହ ପରେ ସମ୍ପତ୍ତି ଭାଗ ବଣ୍ଟା କରିଦେଇଥିଲେ ବାପା। ଭାଗ ଦେଲା ବେଳେ ସାନ ପୁଅକୁ ଅଧିକ ଦୁଇଟି କୋଠରୀ ମିଳିଥିଲା। ଏହାକୁ ନେଇ ଦୁଇ ଭାଇ ମଧ୍ୟରେ ଝଗଡା ଲାଗି ରହୁଥିଲା।

୨୦୧୯ ମସିହା ଡିସେମ୍ବର  ୧୪ ତାରିଖ ରାତିରେ ବଡ଼ ପୁଅ ଶରତ ରାଗ ତମ ତମ ହୋଇ ସାନ ଭାଇ ଦେବରାମଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏନେଇ ଅଭିଯୋଗ ହେବା ପରେ କଣ୍ଟାବାଞ୍ଜି ଥାନା ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ଶରତ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହାର ରାୟ ପ୍ରକାଶ ପାଇଛି। ପୁଲିସ୍‌ର ଚାର୍ଜ ସିଟ୍‌ ଓ ସାକ୍ଷୀଙ୍କ ବୟାନ ଆଧାରରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ କୋର୍ଟ ଆଜି ଅଭିଯୁକ୍ତ ଶରତ ମାଝୀଙ୍କୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe