ସ୍କୁଲ ଫି ଛାଡ ପାଇଁ ସହମତି, ଜାଣନ୍ତୁ, କେତେ ପ୍ରତିଶତ କମିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରୋଇ ଇଂରାଜୀ ଓ ଓଡ଼ିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ୩୦ ପ୍ରତିଶତ ଛାଡ ହୋଇପାରେ।  କୋଭିଡ୍ ସ୍ଥିତିରେ ପ୍ରାୟ ୬ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଥିବାବେଳେ ସ୍କୁଲ ଫିକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଉଭୟ ପକ୍ଷଙ୍କୁ ନେଇ ବୈଠକରେ ପ୍ରାୟ ୩୦ ପ୍ରତିଶତ ସ୍କୁଲ ଫି ଛାଡ ହୋଇପାରେ ବୋଲି ସମାଧାନ ହୋଇଥିବା ଜଣାପଡିଛି । ଚୂଡାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ  ସର୍ବାଧିକ ୩୦ […]

school

school

Niharika Rout
  • Published: Friday, 11 September 2020
  • Updated: 11 September 2020, 10:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରୋଇ ଇଂରାଜୀ ଓ ଓଡ଼ିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ୩୦ ପ୍ରତିଶତ ଛାଡ ହୋଇପାରେ।  କୋଭିଡ୍ ସ୍ଥିତିରେ ପ୍ରାୟ ୬ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଥିବାବେଳେ ସ୍କୁଲ ଫିକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଉଭୟ ପକ୍ଷଙ୍କୁ ନେଇ ବୈଠକରେ ପ୍ରାୟ ୩୦ ପ୍ରତିଶତ ସ୍କୁଲ ଫି ଛାଡ ହୋଇପାରେ ବୋଲି ସମାଧାନ ହୋଇଥିବା ଜଣାପଡିଛି । ଚୂଡାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ  ସର୍ବାଧିକ ୩୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ସହମତି ହୋଇଛି ।

ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ମଧ୍ୟସ୍ଥତାରେ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅଭିଭାବକ ସଂଘ ଛାତ୍ରଛାତ୍ରୀଙ୍କ ୫୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ଦାବି କରୁଥିବାବେଳେ ଏହା ସମ୍ଭବ ନଥିବା କହିଥିଲା ଘରୋଇ ସ୍କୁଲ ସଂଘ ।

ଏହାପରେ ରାଜସ୍ଥାନ ସରକାର ଯେଉଁ ଢାଞ୍ଚାରେ ସ୍କୁଲ ଫି ଛାଡ କରିଛନ୍ତି ସେହି ବ୍ୟବସ୍ଥାରେ ଓଡ଼ିଶାରେ ମଧ୍ୟ ଫି ଛାଡ  କରାଯିବାକୁ ନେଇ  ସହମତି ହୋଇଛି । ସ୍କୁଲ ଫି ଛାଡ଼ ପାଇଁ ଘରୋଇ ସ୍କୁଲଗୁଡିକୁ ୩ ଭାଗରେ ବିଭକ୍ତ କରାଯିବା ସହ ଆଦାୟ କରାଯାଉଥିବା ଅକ୍ସିଲାରି ଫିକୁ ସମ୍ପୂର୍ଣ୍ଣ ଛାଡ କରିବାକୁ ବି ପ୍ରସ୍ତାବ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos