school
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରୋଇ ଇଂରାଜୀ ଓ ଓଡ଼ିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି ୩୦ ପ୍ରତିଶତ ଛାଡ ହୋଇପାରେ। କୋଭିଡ୍ ସ୍ଥିତିରେ ପ୍ରାୟ ୬ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଥିବାବେଳେ ସ୍କୁଲ ଫିକୁ ନେଇ ବିବାଦ ଲାଗି ରହିଥିଲା । ତେବେ ଉଭୟ ପକ୍ଷଙ୍କୁ ନେଇ ବୈଠକରେ ପ୍ରାୟ ୩୦ ପ୍ରତିଶତ ସ୍କୁଲ ଫି ଛାଡ ହୋଇପାରେ ବୋଲି ସମାଧାନ ହୋଇଥିବା ଜଣାପଡିଛି । ଚୂଡାନ୍ତ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ସର୍ବାଧିକ ୩୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ସହମତି ହୋଇଛି ।
ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ମଧ୍ୟସ୍ଥତାରେ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅଭିଭାବକ ସଂଘ ଛାତ୍ରଛାତ୍ରୀଙ୍କ ୫୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ ଦାବି କରୁଥିବାବେଳେ ଏହା ସମ୍ଭବ ନଥିବା କହିଥିଲା ଘରୋଇ ସ୍କୁଲ ସଂଘ ।
ଏହାପରେ ରାଜସ୍ଥାନ ସରକାର ଯେଉଁ ଢାଞ୍ଚାରେ ସ୍କୁଲ ଫି ଛାଡ କରିଛନ୍ତି ସେହି ବ୍ୟବସ୍ଥାରେ ଓଡ଼ିଶାରେ ମଧ୍ୟ ଫି ଛାଡ କରାଯିବାକୁ ନେଇ ସହମତି ହୋଇଛି । ସ୍କୁଲ ଫି ଛାଡ଼ ପାଇଁ ଘରୋଇ ସ୍କୁଲଗୁଡିକୁ ୩ ଭାଗରେ ବିଭକ୍ତ କରାଯିବା ସହ ଆଦାୟ କରାଯାଉଥିବା ଅକ୍ସିଲାରି ଫିକୁ ସମ୍ପୂର୍ଣ୍ଣ ଛାଡ କରିବାକୁ ବି ପ୍ରସ୍ତାବ ଦିଆଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/school.jpg)