ସାଙ୍ଗ ମୁଁ ବଂଚିଛି, ତୋର କିଛି ହେବନି | Odisha Reporter
Advertisment
ନିସ୍ତବ୍ଧ ରାତିର କିଟିକିଟି ଅନ୍ଧାର ଭିତରେ ସାରା ସହର ନିଦରେ ଶୋଇପଡିଥାଏ, ଠିକ ସେତିକିବେଳେ କିଛି ଏମିତି କହି ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ବୃଦ୍ଧଙ୍କୁ ଟ୍ରଲିରେ ପକାଇ ଟାଣି ଟାଣି ଡାକ୍ତରଖାନା ନେଇଯାଉଥାନ୍ତି ଆଉ ଜଣେ ବୃଦ୍ଧ। ପୁରୀରେ ରହୁଥିବା ଏଇ ଦୁଇ ବନ୍ଧୁଙ୍କ ନିଆରା କାହାଣୀକୁ ନେଇ ଏବେ ସହରରେ ଜୋରଦାର ଆଲୋଚନା। ଦୁଇ ବନ୍ଧୁ ହେଉଛନ୍ତି ଦେବେନ୍ଦ୍ରନାଥ ପାରମାଣିକ ଓ ଚୈତନ୍ୟ ଦାସ୍ । ଉଭୟଙ୍କ ମଧ୍ୟରେ ସଂପର୍କ ଖୁବ କମ୍ ଦିନର। ହେଲେ ଭାରି ନିବିଡ଼। ସେଇଥି ଲାଗି ତ ସାଙ୍ଗର ଦେହ ଖରାପ କଥା ଶୁଣିବା ମାତ୍ରେ ଟ୍ରଲିରେ ସାଙ୍ଗକୁ ବୋହି ନେଲେ ମେଡ଼ିକାଲ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us