Advertisment

ମୁଁ ଆପଣଙ୍କୁ ହାତ ଯୋଡ଼ୁଛି...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୋ ସ୍ୱାସ୍ଥ୍ୟ ଆଦୌ ଭଲ ନାହିଁ। ୭ ଦିନ ହେଲାଣି ଖାଇବା ଶୋଇବା କିଛି ଠିକ୍ ନାହିଁ। ପୁଲିସ ତଦନ୍ତ କରୁଛି । ମୁଁ ସମସ୍ତ ପ୍ରକାର ସହଯୋଗ କରୁଛି। ଆପଣମାନେ ଅପେକ୍ଷା କରିଥିବାରୁ ମୁଁ ବାଧ୍ୟ ହୋଇ ବାହାରକୁ ଆସିଛି। ଆଜି ସାମ୍ବାଦିକମାନେ ପ୍ରତିକ୍ରିୟା ନେବାକୁ  ଯାଇଥିବା ବେଳେ ବିଦ୍ୟାଭାରତୀ ସ୍ୱାସ୍ଥ୍ୟଗତ ସସମ୍ୟା ଦର୍ଶାଇ ଅଧିକ କିଛି କହିବାକୁ ମନା କରିଦେଇଥିଲେ । ସେ କହିଛନ୍ତି ଯେ, ସୌମ୍ୟଙ୍କ ମୃତ୍ୟୁ ଘଟଣା ପରେ […]

ଅଦ୍ୟତନ ହୋଇଛି
ମୁଁ ଆପଣଙ୍କୁ ହାତ ଯୋଡ଼ୁଛି...

6nh

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମୋ ସ୍ୱାସ୍ଥ୍ୟ ଆଦୌ ଭଲ ନାହିଁ। ୭ ଦିନ ହେଲାଣି ଖାଇବା ଶୋଇବା କିଛି ଠିକ୍ ନାହିଁ। ପୁଲିସ ତଦନ୍ତ କରୁଛି । ମୁଁ ସମସ୍ତ ପ୍ରକାର ସହଯୋଗ କରୁଛି। ଆପଣମାନେ ଅପେକ୍ଷା କରିଥିବାରୁ ମୁଁ ବାଧ୍ୟ ହୋଇ ବାହାରକୁ ଆସିଛି। ଆଜି ସାମ୍ବାଦିକମାନେ ପ୍ରତିକ୍ରିୟା ନେବାକୁ  ଯାଇଥିବା ବେଳେ ବିଦ୍ୟାଭାରତୀ ସ୍ୱାସ୍ଥ୍ୟଗତ ସସମ୍ୟା ଦର୍ଶାଇ ଅଧିକ କିଛି କହିବାକୁ ମନା କରିଦେଇଥିଲେ । ସେ କହିଛନ୍ତି ଯେ, ସୌମ୍ୟଙ୍କ ମୃତ୍ୟୁ ଘଟଣା ପରେ ସେ ମାନସିକ ଭାବେ ଭାଙ୍ଗିପଡ଼ିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ମୁଁ ଅଧିକ କିଛି କହିପାରିବି ନାହିଁ । ମତେ କ୍ଷମା କରନ୍ତୁ ବୋଲି ବିଦ୍ୟାଭାରତୀ ହାତ ଯୋଡ଼ି ଅନୁରୋଧ କରିଥିଲେ।  ସେପଟେ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ଗୁମର ଏ ଯାଏଁ ଖୋଲି ନଥିବା ବେଳେ ଆଜି ପୁଲିସକୁ ତଦନ୍ତରେ ସହାୟତା କରିବ ବୋଲି କ୍ରାଇମବ୍ରାଞ୍ଚ କହିଛି।

Advertisment

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ, ଘଟଣାରେ ସେମାନେ ପ୍ରତ୍ୟକ୍ଷ ଭାବେ ତଦନ୍ତ କରିବେ ନାହିଁ ବରଂ ସ୍ଥାନୀୟ ପୁଲିସକୁ ତଦନ୍ତରେ ସହଯୋଗ କରିବେ। କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି, ମାମଲାକୁ କ୍ରାଇମବ୍ରାଞ୍ଚ ନେଇନି। କିନ୍ତୁ ତଦନ୍ତରେ ସହଯୋଗ କରିବ। ଜଣେ DSPଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଯାଇଛନ୍ତି। ଟିମ୍‌ରେ ଜଣେ DSP, ଜଣେ ଇନ୍ସପେରଙ୍କ ସହ ୪ ଜଣ ଅଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେପଟେ ଆଜି ମଧ୍ୟ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବାପା-ମାଆଙ୍କୁ ଜେରା କରାଯାଇଛି। ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ବିଦ୍ୟାଙ୍କ ବାପା-ମାଆଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ପରେ ପୁଲିସ୍‌ ଟିମ୍‌ ପାରଳାଖେମୁଣ୍ଡି ପଳାଇ ଆସିଛି। ଆଜି ପରି ଗତକାଲି ଅର୍ଥାତ ସୋମବାର ବିଦ୍ୟାଭାରତୀଙ୍କୁ ମାରାଥନ୍‌ ଜେରା କରିଥିଲା ପୁଲିସ।

ଏପରିକି ତାଙ୍କ ମୋବାଇଲ୍‌ ଜବତ କରିଥିଲା। ପୁଲିସ ମୋବାଇଲ୍‌ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ଜଣାପଡ଼ିଛି। ଗତ ୧୨ ତାରିଖ ରାତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ କଟକରେ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment
ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe