Advertisment

ଦର୍ଶକଙ୍କୁ ଆକୃଷ୍ଟ କରୁଛି ମହୀଶୂର ଉଡେନ୍‌ ଇନ୍‌ଲେ ୱାର୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ଚତୁର୍ଦ୍ଦଶ ସଂସ୍କରଣ ତୋଷାଳୀ ହସ୍ତଶିଳ୍ପ ମେଳା ୨୦୧୯। ଗତ ୧୫ ତାରିଖରୁ ଏହି ମେଳା ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମେଳାରେ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ସାମଗ୍ରୀ ଓ ନାନା ପ୍ରକାରର ଖାଦ୍ୟପଦାର୍ଥର ଷ୍ଟଲ୍‌ ଲାଗିଛି। ଏହିସବୁ ଷ୍ଟଲମାନଙ୍କରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳୁଛି। ମନପସନ୍ଦର ଜିନିଷ କିଣିବା ସହିତ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଫୁଡ୍ ଆଇଟମ୍‌କୁ ଉପଭୋଗ କରୁଥିବା ଦେଖିବାକୁ […]

ଅଦ୍ୟତନ ହୋଇଛି
ଦର୍ଶକଙ୍କୁ ଆକୃଷ୍ଟ କରୁଛି ମହୀଶୂର ଉଡେନ୍‌ ଇନ୍‌ଲେ ୱାର୍କ

p1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ଚତୁର୍ଦ୍ଦଶ ସଂସ୍କରଣ ତୋଷାଳୀ ହସ୍ତଶିଳ୍ପ ମେଳା ୨୦୧୯। ଗତ ୧୫ ତାରିଖରୁ ଏହି ମେଳା ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମେଳାରେ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ ସାମଗ୍ରୀ ଓ ନାନା ପ୍ରକାରର ଖାଦ୍ୟପଦାର୍ଥର ଷ୍ଟଲ୍‌ ଲାଗିଛି। ଏହିସବୁ ଷ୍ଟଲମାନଙ୍କରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳୁଛି। ମନପସନ୍ଦର ଜିନିଷ କିଣିବା ସହିତ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଫୁଡ୍ ଆଇଟମ୍‌କୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

Advertisment

ମେଳାରେ ଏକ ବିଶେଷ ଆକର୍ଷଣ ରହିଛି କାଠରେ ତିଆରି ଚିତ୍ର ବା ମହୀଶୂର ହସ୍ତଶିଳ୍ପ ଚିତ୍ର। ଏହାର ଅନ୍ୟନାମ ‘ଉଡେନ୍‌ ଇନ୍‌ଲେ ୱାର୍କ’। ଏହି ପେଣ୍ଟିଙ୍ଗଗୁଡ଼ିକୁ ଦେଖିଲେ ଆପଣ ସହଜରେ ଜାଣିପାରିବେନି ଏସବୁ କାଠରେ ତିଆରି ହୋଇଛି। କୌଣସି ନକଲି ରଙ୍ଗ ନଦେଇ ପ୍ରାକୃତିକ ରଙ୍ଗିନ୍‌ କାଠ ଯେପରିକି, ଚନ୍ଦନ, ରକ୍ତଚନ୍ଦନ, ରବର, ଆମ୍ୱ, ପଣସ, ୟେବୁନି ଓ ପାଇନ୍‌ କାଠରେ ଏହି ଚିତ୍ରସବୁକୁ ତିଆରି କରାଯାଇଛି। ଏପରିକି ସେହି କାଠରେ ପ୍ରସ୍ତୁତ ରଙ୍ଗ ମଧ୍ୟ ଚିତ୍ରରେ ଦିଆଯାଇଛି।

publive-image

ମହୀଶୂର ହସ୍ତଶିଳ୍ପର ଏହି ଚିତ୍ରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି, ଗ୍ରାମ୍ୟ ପରିବେଶ ଓ ବିଭିନ୍ନ କଳାକୃତି ସ୍ଥାନ ପାଇଛି। ଏହି ଚିତ୍ରଗୁଡ଼ିକ ଦେଖିବାକୁ ଆକର୍ଷଣୀୟ ହୋଇଥିବାରୁ ସେଠାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି।

Advertisment

publive-image
ଏହି ଚିତ୍ରର ମୂଲ୍ୟ ୬ ହଜାରରୁ ଆରମ୍ଭ ହୋଇ ୧ ଲକ୍ଷ ୯୦ ହଜାର ପର୍ଯ୍ୟନ୍ତ ରହିଛି। ମହୀଶୂର ଉଡେନ୍‌ ଇନ୍‌ଲେ ୱାର୍କର ଗୋଟିଏ ଚିତ୍ର ତିଆରି କରିବା ପାଇଁ ୩ ମାସରୁ ଅଧିକ ସମୟ ଲାଗିଥାଏ ବୋଲି ଏହାକୁ ତିଆରି କରୁଥିବା କାରିଗର କହିଛନ୍ତି। ଦେଖନ୍ତୁ ମହୀଶୂର ଉଡେନ୍‌ ଇନ୍‌ଲେ ୱାର୍କର କିଛି ଚିତ୍ର...
publive-image

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe