/odisha-reporter/media/post_attachments/uploads/2022/05/dead-body.jpg)
dead-body
ଭଞ୍ଜନଗର(ଓଡ଼ିଶା ରିପୋର୍ଟର): “ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଓ ୟୁ.ପି ମୁଖ୍ୟମନ୍ତ୍ରୀ ଯୋଗୀ ଜୀ। ନିବେଦନର ଅଭିପ୍ରାୟ ଏହି କି ଯେ ମୁଁ ଦୟାନିଧି ମହନ୍ତ, ଆସିକା ଅଗ୍ନିଶମ କେନ୍ଦ୍ରରେ ଡ୍ରାଇଭର ହାବିଲଦାର ଭାବେ କାର୍ଯ୍ୟରତ।
ମୁଁ ଦୁଇ ବର୍ଷ ହେବ ମାନସିକ ଚାପରେ ରହୁଥିଲି। ଛୁଟି ପାଇଁ ବାରମ୍ବାର ଆବେଦନ କରୁଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ ଛୁଟି ମଞ୍ଜୁର କରୁ ନଥିଲେ। ଘର ନିକଟରେ ଚାକିରି ପାଇଁ ଆବେଦନ କରିଥିଲି। ହେଲେ ଘରଠାରୁ ୫୦୦ କି.ମି ଦୂରରେ ମୋତେ ଚାକିରି ଦିଆଯାଇଥିଲା। ଯାହାଫଳରେ ମୁଁ ପରିବାର ଲୋକଙ୍କୁ ସମୟ ଦେଇପାରୁ ନଥିଲି। ଛୁଟି ମିଳୁ ନ ଥିବାରୁ ଘରକୁ ଯାଇପାରୁ ନ ଥିଲି। ମୋ ସ୍ତ୍ରୀ ମୋତେ ଛାଡ଼ି ପଳାଇଛି। ବାପାମା’ଙ୍କର ମୃତ୍ୟୁ ହୋଇଯାଇଛି। ଏହି ଚାକିରି କରି କି ଲାଭ?”
ଏପରି ସୁଇସାଇଡ ନୋଟ୍ ଲେଖି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଦୟାନିଧି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
[caption id="attachment_734742" align="aligncenter" width="650"]
ଅଗ୍ନିଶମ କର୍ମଚାରୀ ଲେଖିଥିବା ସୁଇସାଇଡ୍ ନୋଟ୍[/caption]
ଦୟାନିଧିଙ୍କ ମୃତଦେହ ନିକଟରେ ଏକ ବ୍ୟାଗ ପଡ଼ିଥିଲା। ଏହି ବ୍ୟାଗରୁ ଦୁଇ ପୃଷ୍ଠାର ସୁଇସାଇଡ୍ ନୋଟ୍କୁ ଜବତ କରିଛି ପୁଲିସ। ଦୟାନିଧି ସୁଇସାଇଡ୍ ନୋଟରେ ଆହୁରି ଅନେକ କଥା ଲେଖିଥିବା ଜଣାଯାଇଛି।
[caption id="attachment_734744" align="aligncenter" width="650"]
ସୁଇସାଇଡ୍ ନୋଟ୍[/caption]
ଗତକାଲି ରାତିରେ ବୁଢାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ଆଜି ସକାଳେ ବୁଢାକେନ୍ଦୁ ଜଙ୍ଗଲରେ ଏକ ଗଛରେ ଦୟାନିଧିଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଙ୍ଗପୁର ପୁଲିସ ଘଟଣାର ତଦନ୍ତ କରୁଛି। ଗାଙ୍ଗପୁର ପୁଲିସ ଓ ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
