Advertisment

କର୍ମୀଙ୍କୁ ବୁଝାଇବା ପରିବର୍ତ୍ତେ କାର୍ଯ୍ୟାନୁଷ୍ଠାନ, ମୟୂରଭଞ୍ଜରେ ତେଜିଲା ବିଜେଡି କନ୍ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିକୁ ପରାଜୟ ମିଳିବା ସତ୍ତ୍ୱେ ଦଳୀୟ ନେତୃତ୍ୱ ଏକତରଫା ନିଷ୍ପତ୍ତି ଯୋଗୁ ଦଳୀୟ ସଂଗଠନ ଏବେ ଫାଳ ଫାଳ ହେବାକୁ ବସିଛି। ମୟୂରଭଞ୍ଜ ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳର ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେ ସବୁବର୍ଗର କର୍ମୀଙ୍କୁ ସନ୍ତୁଷ୍ଟ କରିବା ପରିବର୍ତ୍ତେ ନାଲିଆଖି ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଏହାକୁ […]

କର୍ମୀଙ୍କୁ ବୁଝାଇବା ପରିବର୍ତ୍ତେ କାର୍ଯ୍ୟାନୁଷ୍ଠାନ, ମୟୂରଭଞ୍ଜରେ ତେଜିଲା ବିଜେଡି କନ୍ଦଳ

bjd-1..

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିକୁ ପରାଜୟ ମିଳିବା ସତ୍ତ୍ୱେ ଦଳୀୟ ନେତୃତ୍ୱ ଏକତରଫା ନିଷ୍ପତ୍ତି ଯୋଗୁ ଦଳୀୟ ସଂଗଠନ ଏବେ ଫାଳ ଫାଳ ହେବାକୁ ବସିଛି। ମୟୂରଭଞ୍ଜ ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବା ପାଇଁ ଦଳର ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେ ସବୁବର୍ଗର କର୍ମୀଙ୍କୁ ସନ୍ତୁଷ୍ଟ କରିବା ପରିବର୍ତ୍ତେ ନାଲିଆଖି ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ଜିଲ୍ଲା ସାଧାରଣ ସମ୍ପାଦକ ସୁଜିତ୍ ମହାନ୍ତିଙ୍କୁ ଦଳବିରୋଧୀ ଗତିବିଧି ଆଳ ଦେଖାଇ ବିଜେଡିରୁ ଆଜି ନିଲମ୍ବନ କରାଯାଇଛି। ଗତ ୨୩ତାରିଖରେ ବାରିପଦାରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନବେଳେ ଦଳୀୟ ଗୋଷ୍ଠୀକନ୍ଦଳକୁ ସମାଧାନ କରିବା ପାଇଁ ଶ୍ରୀ ମହାନ୍ତିଙ୍କ ସମେତ କିଛି କର୍ମୀ ସ୍ୱର ଉଠାଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଜିତ୍ ମହାନ୍ତିଙ୍କୁ ଦଳବିରୋଧୀ ଗତିବିଧି ପାଇଁ ନିଲମ୍ବନ କରିଛନ୍ତି। ବବିଙ୍କ ସୁପାରିସ ଓ ଚାପ ଯୋଗୁ ଶ୍ରୀ ମହାନ୍ତିଙ୍କୁ ନିଲମ୍ବନ କରାଯାଇଥିବା ଦଳ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଗତମାସରେ ଅରୁଣ ସାହୁଙ୍କ ସ୍ଥାନରେ ବବିଙ୍କୁ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିଲା । ବାରିପଦାରେ ଦଳର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବବି ଦୁଇ ପୂର୍ବତନ ଜିଲ୍ଲା ପର୍ଯ୍ୟବେକ୍ଷକ ଯଥା ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କ ସହ ସାମିଲ ହୋଇଥିଲେ ।

ଅରୁଣ ଓ ସଞ୍ଜୟ ଏହି ଜିଲ୍ଲା ଦାୟିତ୍ୱରେ ଥିବାରୁ ସେଠାରେ ଦଳୀୟ ସଂଗଠନର ଛୁାମୁଆ କର୍ମୀମାନେ ଉକ୍ତ ଦୁଇ ନେତାଙ୍କ ଶିବିରରେ ଅଛନ୍ତି। ତେବେ ବବି ଏହି ଦୁଇ ନେତାଙ୍କ ସହାୟତାରେ ଜିଲ୍ଲାରେ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ପାଇଁ ପ୍ରୟାସ କରିବା ପରିବର୍ତ୍ତେ କର୍ମୀମାନଙ୍କୁ ନାଲିଆଖି ଦେଖାଇ ଚୁପ୍ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିପାଇଁ ୨୩ତାରିଖରେ ବାରିପଦାରେ ଦଳର ସଭ୍ୟ ସଂଗ୍ରହ ଅଭିଯାନ ବୈଠକରେ ବବିଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିବା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Advertisment

ବିଜେଡି ସହ ଆରମ୍ଭରୁ ରହିଥିବା ଜିଲ୍ଲାସ୍ତରର ଦଳୀୟ ନେତାମାନେ ସଂଗଠନକୁ ସଜାଡ଼ିବା ପାଇଁ ଦଳର ସବୁ ଗୋଷ୍ଠୀଙ୍କୁ ବସାଇ ସମାଧାନ ବାହାର କରାଯାଉ ବୋଲି ଦାବି କରିଥିଲେ। ମାତ୍ର ଏଥିପାଇଁ ରାଜ୍ୟସ୍ତରରେ ନେତାମାନେ ଗୁରୁତ୍ୱ ଦେଉନଥିବାରୁ ଜିଲ୍ଲାରେ ସଂଗଠନରେ ଥିବା ଅସନ୍ତୋଷ ଅଧିକ ତୀବ୍ରତର ହେବାରେ ଲାଗିଛି।

ତେବେ ଜିଲ୍ଲାର ଅସନ୍ତୁଷ୍ଟ କର୍ମୀମାନଙ୍କୁ ବୁଝାସୁଝା କରି ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିବା ପରିବର୍ତ୍ତେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ଜିଲ୍ଲାର ନେତାମାନେ ସହଜରେ ଗ୍ରହଣ କରୁନଥିବାବେଳେ ତାକୁ ନେଇ ଏବେ ବିଜେଡି ମହଲରେ ଅସନ୍ତୋଷ ଦେଖା ଦେଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe