Advertisment

ସନ୍ଦେହ ଘେରରେ ନବ ଦାସଙ୍କ ରୋଷେୟାଙ୍କ ମୃତ୍ୟୁ; କାହିଁକି ରାତାରାତି କରାଗଲା ବ୍ୟବଚ୍ଛେଦ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେଉଁ କାରଣରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ରୋଷେଇ କରୁଥିବା ରୋଷେୟା ଆତ୍ମହତ୍ୟା ହେଲେ? ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି ନା ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି? ଏହା ପଛର ସତ କଣ? ମୃତଦେହ ଉଦ୍ଧାରର କେଇ ସମୟ ଭିତରେ ତରବରିଆ ଭାବେ କାହିଁକି ରାତାରାତି କରାଗଲା ବ୍ୟବଚ୍ଛେଦ? ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୪ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ୍‌ ଏନେଇ କାହିଁକି ମୁହଁ […]

ଅଦ୍ୟତନ ହୋଇଛି
ସନ୍ଦେହ ଘେରରେ ନବ ଦାସଙ୍କ ରୋଷେୟାଙ୍କ ମୃତ୍ୟୁ; କାହିଁକି ରାତାରାତି କରାଗଲା ବ୍ୟବଚ୍ଛେଦ?

Naba-Das

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେଉଁ କାରଣରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ରୋଷେଇ କରୁଥିବା ରୋଷେୟା ଆତ୍ମହତ୍ୟା ହେଲେ? ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି ନା ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି? ଏହା ପଛର ସତ କଣ? ମୃତଦେହ ଉଦ୍ଧାରର କେଇ ସମୟ ଭିତରେ ତରବରିଆ ଭାବେ କାହିଁକି ରାତାରାତି କରାଗଲା ବ୍ୟବଚ୍ଛେଦ? ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୪ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ୍‌ ଏନେଇ କାହିଁକି ମୁହଁ ଖୋଲୁନାହିଁ? ଅନ୍ୟପକ୍ଷରେ ଏନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ମଧ୍ୟ ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀ କୌଣସି ସ୍ପଷ୍ଟୀକରଣ ରଖୁନାହାନ୍ତି। 

Advertisment

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଡେଙ୍ଗବୋରେଇ ଗାଁର ଲଳିତ ସାହୁ। ବାୟସ ମାତ୍ର ୨୨। ସେ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ରହୁଥିବା ବ୍ୟକ୍ତିଗତ କର୍ମଚାରୀଙ୍କ ରୋଷେଇ କରୁଥିଲେ। ଏଥିପାଇଁ ତାଙ୍କୁ ମାସିକ ୮ହଜାର ଟଙ୍କା ମିଳୁଥିଲା। ସେଥିରୁ କିଛି ନିଜେ ଖର୍ଚ୍ଚ କରୁଥିଲେ ଓ ବାକି ଟଙ୍କା ଘରକୁ ପଠାଉ ଦେଉଥିଲେ। ଦୁର୍ଭାଗ୍ୟକୁ ଗତ ୧୭ ତାରିଖ ସଂଧ୍ୟାରେ ତାଙ୍କ ଝୁଲନ୍ତା ମୃତଦେହ ମନ୍ତ୍ରୀଙ୍କ ସରକାରୀ ବାସ ଭବନରୁ ମିଳିଥିଲା। ତା’ପର ଦିନ ଲଳିତଙ୍କ ଭାଇଙ୍କୁ ଧରି ମନ୍ତ୍ରୀଙ୍କ କିଛି ଲୋକ ମୃତଦେହ ଧରି ଗାଁରେ ପହଞ୍ଚିଥିଲେ।  

ଏ ସମ୍ପର୍କରେ ଜାଣିପାରି ଢେଙ୍କାନାଳ ଡେଙ୍ଗବୋରାଇ ଗାଁକୁ ଯାଇଥିଲେ ବିଜେପି ନେତ୍ରୀ ଅଞ୍ଜଳି ବେହେରା। ସେ ମୃତକ ଲଳିତ ସାହୁଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ ରାତି ଅଧିଆ ବ୍ୟବଚ୍ଛେଦ ଓ ତରବରିଆ ଶବ ସତ୍କାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତା’ସହ କହିଛନ୍ତି, ମୃତ ଲଳିତଙ୍କ ଘରକୁ ମନ୍ତ୍ରୀଙ୍କ ଡ୍ରାଇଭର ଜଗି ରହୁଛନ୍ତି। କେବଳ ଅଞ୍ଜଳି ନୁହଁନ୍ତି, ଝାରସୁଗୁଡ଼ାରେ ସାମ୍ବାଦିକ ସମ୍ମିଳନୀ କରି ସମାନ ପ୍ରଶ୍ନ ଉଠାଇବା ସହ ଲଳିତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁରେ ଆଉ କିଛି ରହସ୍ୟ ଅଛି, ତାହାର ତଦନ୍ତ ଦାବି କରିଛନ୍ତି ବିଜେପି ନେତା ଟଙ୍କଧର ତ୍ରିପାଠୀ।

Advertisment

ସେପଟେ ଭାଇରାଲ୍‌ ହେଉଛି ଲଳିତଙ୍କ ବାପାଙ୍କ ଭିଡିଓ। ଯେଉଁଥିରେ ସେ କହୁଛନ୍ତି, ମୃତ୍ୟୁ ପୂର୍ବରୁ ୭/୮ ଦିନ ଧରି ପୁଅ ମାନସିକ ଚାପରେ ରହୁଥିଲେ। ପୁଅର ମାନସିକ ଅବସ୍ଥା ଦେଖି ଗାଁକୁ ଫେରି ଆସିବାକୁ କହିଥିଲେ ଲଳିତଙ୍କ ବାପା। କିନ୍ତୁ, ଲଳିତ ରାଜି ହୋଇନଥିଲେ। ଦୁର୍ଭାଗ୍ୟକୁ ଝାରସୁଗୁଡ଼ା ସରବାହାଲରେ ଗତ ୧୭ ସଂଧ୍ୟାରେ ଝୁଲନ୍ତା ଅବସ୍ଥାରେ ଲଳିତଙ୍କ ମିଳିଥିଲା ମୃତଦେହ।

ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ମାନସିକ ଚାପରେ ଥିଲେ ଲଳିତ ସାହୁ? କିଏ ତାଙ୍କୁ ଏଭଳି ମାନସିକ ଚାପ ଦେଲା ଯେ, ଜୀବନ ହାରିବା ଯାଏଁ କଥା ଗଲା? ରାତାରାତି ବ୍ୟବଚ୍ଛେଦ ପଛର ଉଦ୍ଦେଶ୍ୟ କଣ?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe