Advertisment

ଖୋଳୁଛି କ୍ରାଇବବ୍ରାଞ୍ଚ, ଫିଟୁନି ରହସ୍ୟ

ନବ ଦାସଙ୍କୁ ହତ୍ୟାର ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରିଛି କ୍ରାଇମବ୍ରାଞ୍ଚ।

author-image
Niranjan Mishra
ଅଦ୍ୟତନ ହୋଇଛି
3D scan

3D scan

ନବ ଦାସଙ୍କୁ ହତ୍ୟାର ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କଲା କ୍ରାଇମବ୍ରାଞ୍ଚ। ଡିଏସ୍‌ପି ବାସୁଦେବ ଭୂୟାଁଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ଗଠନ ହୋଇଛି। ତଦନ୍ତରେ ସହଯୋଗ ପାଇଁ ଏହି ତୃତୀୟ ଟିମ୍ ଝାରସୁଗୁଡ଼ା ଯାଇଛି। ଏହି ଟିମ୍ ଗଠନ ଏବଂ ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ପ୍ରେସ ରିଲିଜ୍ ଜାରି କରାଯାଇଛି।

Advertisment

ଏଥିରେ କୁହାଯାଇଛି, ଆଜି କ୍ରାଇମବ୍ରାଞ୍ଚ ଡିଏସ୍‌ପି ରମେଶ ଚନ୍ଦ୍ର ଦୋରାଙ୍କୁ ନେଇ ଗଠିତ ଟିମ୍ ଝାରସୁଗୁଡ଼ା ଯାଇ ଘଟଣାସ୍ଥଳ ଅନୁସନ୍ଧାନ କରିଥିଲା। ସାଇଣ୍ଟିଫିକ୍ ଅଫିସର ଓ ବାଲିଷ୍ଟିକ୍ ଏକ୍ସପଟମାନେ ବିଭିନ୍ନ ଦିଗରୁ ତଦନ୍ତ କରିଥିଲେ। ଘଟଣାସ୍ଥଳରୁ ଅଧିକ ସୁରାକ ପାଇବାକୁ ଫାରୋ ୩ଡି ସ୍କାନ୍ କରାଯାଇଛି।

ସେହିପରି ମନ୍ତ୍ରୀ ବ୍ୟବହାର କରିଥିବା କାରକୁ ତନ୍ନ ତନ୍ନ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍। ଘଟଣାସ୍ଥଳ ଆଖପାଖରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ ଓ ସଂଗ୍ରହ କରିଛି। ଘଟଣାସ୍ଥଳର ଛାନଭିନ୍ନ ସହ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଉଚରା ଜାରି ରହିଛି।

Advertisment

ଡିଏସ୍‌ପି ଶିଶୀର ମିଶ୍ରଙ୍କ ନେତୃତ୍ୱରେ ଅନ୍ୟଗୋଟିଏ ଟିମ୍‌ ଅଭିଯୁକ୍ତ ଗୋପାଳ ଦାସର ପୈତୃକ ଗାଁକୁ ଯାଇ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ପଚରାଉଚରା କରୁଛି। ଅନ୍ୟପଟେ ତଦନ୍ତ ନିରୀକ୍ଷଣ ଦାୟିତ୍ୱରେ ଥିବା ଏଡିଜି ଅରୁଣ ବୋଥ୍ରା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଥିବା ପ୍ରେସ୍‌ବାର୍ତ୍ତାରେ ଉଲ୍ଲେଖ କରାଯାଇଛି।

ତେବେ ଏଥିରେ ନବଙ୍କୁ କାହିଁକି ହତ୍ୟା କରାଗଲା ଓ ଏହା ପଛର ରହସ୍ୟ କ’ଣ ଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି।

Naba Das Shootout