ନବ ଦାସ ହତ୍ୟା ମାମଲା : ଏସପି ଓ ଏସଡିପିଓଙ୍କୁ ବଦଳି, ଉଠିଲା ପ୍ରଶ୍ନ

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବାର ୪୮ଘଣ୍ଟା ପରେ ବି ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ରାଜ୍ୟ ସରକାର ଆଜି ଝାରସୁଗୁଡ଼ା ଜିଲ୍ଲା ପୁଲିସ ଏସପି ଓ ଏସଡିପିଓଙ୍କୁ ବଦଳି କରିଛନ୍ତି ।

sp and sdpo PhotoOR

sp and sdpo

Ordigital Desk
  • Published: Tuesday, 31 January 2023
  • Updated: 31 January 2023, 07:10 PM IST

Sports

Latest News

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବାର ୪୮ଘଣ୍ଟା ପରେ ବି ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ରାଜ୍ୟ ସରକାର ଆଜି ଝାରସୁଗୁଡ଼ା ଜିଲ୍ଲା ପୁଲିସ ଏସପି ଓ ଏସଡିପିଓଙ୍କୁ ବଦଳି କରିଛନ୍ତି ।  ତେବେ ପରିବାର ସଦସ୍ୟ ଓ ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ହତ୍ୟା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ ହେଉଥିବାବେଳେ ଆଜିର ପୁଲିସ ବଦଳିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଝାରସୁଗୁଡ଼ା ଏସପି ଆଇପିଏସ୍ ରାହୁଲ ଜୈନଙ୍କୁ ପୁଲିସ ମୁଖ୍ୟାଳୟ ଏସପି ଭାବେ ବଦଳି କରାଯାଇଥିବାବେଳେ ବରଗଡ଼ ଜିଲ୍ଲା ଏସପି ଆଇପିଏସ୍ ପରମାର ସ୍ମିତ ପୁୁରୁଷୋତ୍ତମଙ୍କୁ ଝାରସୁଗୁଡ଼ା ଏସପି , ବୌଦ୍ଧ ଏସପି ଆଇପିଏସ୍ ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସପି ଏବଂ ରାୟଗଡ଼ାର ଅତିରିକ୍ତ ଏସପି ଆଇପିଏସ୍ ରାଜ ପ୍ରସାଦଙ୍କୁ ବୌଦ୍ଧ ଏସପି ଭାବେ ବଦଳି କରାଯାଇଛି । ଏହା ପୂର୍ବରୁ ଆଜି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ତାଙ୍କ ସ୍ଥାନରେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣୀ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି ।

Also Read

ତେବେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ପୁଲିସ ଡିଜିଠୁ ଆରମ୍ଭ କରି ଜିଲ୍ଲା ପୁଲିସ ଏସପି ପର୍ଯ୍ୟନ୍ତ ସମସ୍ତେ  ନିରବତା ଅବଲମ୍ବନ କରୁଥିବାବେଳେ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ନବଙ୍କ ସମ୍ପର୍କୀୟ, ସମର୍ଥକ ଓ ବିରୋଧୀ ଦଳ ନେତାମାନେ ଉଚ୍ଚସ୍ତରର ଷଡ଼ଯନ୍ତ୍ର ହୋଇଥିବାର ଅଭିଯୋଗ କରୁଛନ୍ତି । ଆଉ ଚାପରେ ପଡ଼ି ସରକାର ଆଜି ତରବରିଆ ଭାବେ ଜିଲ୍ଲା ଏସପି ଓ ସ୍ଥାନୀୟ ଏସଡିପିଓଙ୍କୁ ବଦଳି କରିଥିଲେ ମଧ୍ୟ ବରଗଡ଼ ଏସପିଙ୍କୁ ଝାରସୁଗୁଡ଼ା ଦାୟିତ୍ୱ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନବଙ୍କ ସମର୍ଥକମାନେ ଏହି ହତ୍ୟା ପଛରେ ଯେଉଁ ଜିଲ୍ଲାର ନେତାଙ୍କ ହାତ ଥିବା ସନ୍ଦେହ କରି ସର୍ବସାଧାରଣରେ ଅସନ୍ତୋଷ ବ୍ୟକ୍ତ କରୁଥିବା ଚର୍ଚ୍ଚା ହେଉଛି, ଏବେ ସେହି ଜିଲ୍ଲାର ଏସପିଙ୍କୁ ରାଜ୍ୟ ସରକାର ଝାରସୁଗୁଡ଼ାର ଏସପି ଭାବେ ବଦଳି କରିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ରାଜ୍ୟ ସରକାର ଚାହିଁଥିଲେ ଅନ୍ୟ କୌଣସି ଜିଲ୍ଲାର ଏସପିଙ୍କୁ ସେଠାରେ ନିଯୁକ୍ତି ଦେଇପାରିଥାନ୍ତେ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ଗତ ୨୯ତାରିଖ ଦିନ ୧୨ଟାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଯାଉଥିବାବେଳେ ଗାନ୍ଧି ଛକ ଫାଣ୍ଡି ଇନଚାର୍ଜ ଗୋପାଳ ଦାସ ତାଙ୍କୁ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିଲେ ।

ରିପୋର୍ଟ ଭୁବନେଶ୍ୱରରୁ ପ୍ରକାଶ ସେଠୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story