Advertisment

ଗୋପାଳର ପଲିଗ୍ରାଫ୍ ଟେଷ୍ଟ, ସେପଟେ ରାମ-ରାବଣ ଆଲୋଚନା

ସେପଟେ ହତ୍ୟାକୁ ୧୩ ଦିନ ହେଲାଣି। କିନ୍ତୁ ନବ ଦାସଙ୍କୁ ହତ୍ୟାର ମୋଟିଭ୍ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ ଗୋପାଳଠୁ କିଛି ତଥ୍ୟ ପାଇଛି କି ନାହିଁ।

ଅଦ୍ୟତନ ହୋଇଛି
naba das

naba das

Advertisment

ମନ୍ତ୍ରୀ ନବଦାସ ହତ୍ୟା ମାମଲାରେ ଆଜି ବି ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଟେଷ୍ଟ କରିଛି କ୍ରାଇମବ୍ରାଞ୍ଚ। ଗୁଜରାଟର ଗାନ୍ଧିନଗରରେ ଶେଷ ହୋଇଛି ଗୋପାଳର ପଲିଗ୍ରାଫ୍ ଟେଷ୍ଟ। ପଲିଗ୍ରାଫ୍ ଟେଷ୍ଟ ପରେ ଗୋପାଳର ନାର୍କୋ ଆନାଲିସିସ୍ ଟେଷ୍ଟ କରାଯିବ। ତା’ ପୂର୍ବରୁ ଗୋପାଳର ମେଡିକାଲ ଟେଷ୍ଟ କରାଯାଉଛି। ମେଡିକାଲ ରିପୋର୍ଟ ଆସିବା ପରେ ସେହି ଆଧାରରେ ନାର୍କୋ ଆନାଲିସିସ ଟେଷ୍ଟ କରାଯିବ। ଆସନ୍ତା ୧୩ରେ ସରିବାକୁ ଯାଉଛି ଗୋପାଳର ତୃତୀୟ ପର୍ଯ୍ୟୟ ରିମାଣ୍ଡ ଅବଧି।

Advertisment

ସେପଟେ ହତ୍ୟାକୁ ୧୩ ଦିନ ହେଲାଣି। କିନ୍ତୁ ନବ ଦାସଙ୍କୁ ହତ୍ୟାର ମୋଟିଭ୍ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏ ପର୍ଯ୍ୟନ୍ତ ଗୋପାଳଠୁ କିଛି ତଥ୍ୟ ପାଇଛି କି ନାହିଁ, ସେ ସମ୍ପର୍କରେ କିଛି ବି ସୂଚନା ଦେଇନି କ୍ରାଇମବ୍ରାଞ୍ଚ୍। ଦୁଇଟି ପର୍ଯ୍ୟାୟର ରିମାଣ୍ଡ ପରେ ଗୋପାଳକୁ ତୃତୀୟ ଥର ପାଇଁ ୫ ଦିନିଆ ରିମାଣ୍ଡରେ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ତେବେ ଗୋପାଳର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ ପରେ ଏଥିରୁ କି ରହସ୍ୟ ଫିଟିବ ଏବଂ ଏହା ତଦନ୍ତକାରୀ ସଂସ୍ଥାକୁ କେତେ ସହାୟକ ହେବ ତାକୁ ଅପେକ୍ଷା।

ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ନବ ସମର୍ଥକଙ୍କ ଅସନ୍ତୋଷ ଦେଖାଦେଇଛି। କାରଣ ହତ୍ୟା ପଛର ରହସ୍ୟ ଓ ଆଉ କେଉଁମାନଙ୍କ ସମ୍ପୃକ୍ତ ଏହି ମାମଲାରେ ରହିଛି ସେନେଇ କିଛି ବି ସ୍ପଷ୍ଟ କରୁନି କ୍ରାଇମବ୍ରାଞ୍ଚ।

Advertisment

ଅନ୍ୟ ପଟେ ନବଙ୍କ ଶେଷ ମୂହୂର୍ତ୍ତର ରାବଣ କଂସ ଉପାଖ୍ୟାନକୁ ବାପାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ପୁଣି ଝିଅ ଦୋହରାଇବା ପରେ ବଢିଛି ଚର୍ଚ୍ଚା। ରାଜ୍ୟ ରାଜନୀତିରେ କିଏ ସେ କଂସ ରାବଣ। ବିରୋଧୀ ଦଳ ପକ୍ଷରୁ ଶାସକ ଦଳ ଆଡକୁ ଆଙ୍ଗୁଳି ଉଠାଇଥିବା ବେଳେ ବିଜେଡି କହିଛି ତୁଚ୍ଛା ରାଜନୀତି।

ସୂଚନା ଥାଉକି, ଗୋପାଳ ଗୁଳିରେ ଟଳିବା ପୂର୍ବରୁ ବ୍ରଜରାଜନଗର ସରବାହାଲ ଶେଷ କାର୍ଯ୍ୟକ୍ରମରେ ରାମ-ରାବଣ ଆଉ କୃଷ୍ଣ-କଂସ ଉପାଖ୍ୟାନ କଥା କହିଥିଲେ ନବ। ଗତମାସ ୨୯ ତାରିଖରେ ସେ କହିଥିଲେ, ସବୁଠି ରାମ ରହିବେ ରାବଣ ବି ରହିବେ, ଆଉ କୃଷ୍ଣ ରହିଲେ କଂସ ବି ରହିବେ। ତା ସତ୍ତ୍ୱେ ବି ସତ୍ୟର ବିଜୟ ହେବ। ରାମର ବିଜୟ ହେବ କହିଥିଲେ ନବ।

ଆଉ ପୁଣି ସେହି କଥାକୁ ଭାବବିହ୍ୱଳ ହୋଇ ଝିଅ ଦିପାଲୀ ପୁଣି ଦୋହରାଇଛନ୍ତି। ଗତକାଲି ବାପାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ସେ ଏହା କହିଥିଲେ। ଯାହାପରେ ଏଠି ରାବଣ କିଏ ଓ ରାମ କିଏ, କୃଷ୍ଣ କିଏ ଓ କଂସ କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ନବଙ୍କ ଦଳରେ ହିଁ କଂସ ରାବଣ ଅଛନ୍ତି। ଦ୍ୱାଦଶ ଶ୍ରଦ୍ଧାଞ୍ଜଳୀ ସଭା ମଞ୍ଚରେ ନବଙ୍କ ହତ୍ୟାର ଷଡଯନ୍ତ୍ର କରିଥିବା ଚରିତ୍ର ଉପସ୍ଥିତ ଥିବା ଦେଖି ବାପାଙ୍କ କଂସ ରାବଣ କଥା ଦିପାଲୀ କହିଥିବା ସେ କହିଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ସରକାର ସେହି କଂସ ଆଉ ରାବଣକୁ ସୁରକ୍ଷା ଦେଉଛନ୍ତି। ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି ରାଜନୀତି ନକରି ତଦନ୍ତକୁ ଅପେକ୍ଷା କରନ୍ତୁ।

Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe