Advertisment

ନବ ଦାସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ ମିଳିଲା ଅଭିଯୁକ୍ତ ଗୋପାଳ ଦାସର ଡାଏରୀ

ଅଭିଯୁକ୍ତ ଗୋପାଳର ମେଡିକାଲ କାଗଜପତ୍ର ଓ ଅର୍ଥିକ କାରବାର ସମ୍ପର୍କରେ ବ୍ରହ୍ମପୁର ଘରେ ଖାନତଲାସୀ କରାଯାଇଛି।

ଅଦ୍ୟତନ ହୋଇଛି
Naba das case

Naba das case

Advertisment

ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚକୁ ମିଳିଲା ଅଭିଯୁକ୍ତ ଗୋପାଳ ଦାସର ଡାଏରୀ। ତଦନ୍ତ ଅଗ୍ରଗତି ନେଇ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ସୂଚନାରେ ଡାଏରୀ ତଥ୍ୟ ବିଷୟରେ ଉଲ୍ଲେଖ କରାଯାଇଛି। ଆଜି ଗୋପାଳର ବନ୍ଦ ଥିବା ସରକାରୀ କ୍ୱାର୍ଟର୍ସ ଓ ଗାନ୍ଧି ଛକ ଫାଣ୍ଡି ଅଫିସିଆଲ ଡେସ୍କ ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ ବେଳେ ମିଳିଥିଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ଯାହା ଭିତରେ କିଛି ହାତ ଲେଖା କାଗଜ ଓ ପ୍ରିଣ୍ଟ ଡକୁମେଣ୍ଟ ରହିଛି। ମିଳିଥିବା ଡକୁମେଣ୍ଟ ଓ ଡାଏରୀକୁ କ୍ରାଇମବ୍ରାଞ୍ଚ ଅଫିସର ଯାଞ୍ଚ କରୁଛନ୍ତି।

Advertisment

ସେହିପରି ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଥିବା ୨୨ ଟୁକୁଡ଼ା କାଗଜ ଚିହ୍ନଟ କରିଛି ଗୋପାଳ। ହାତଲେଖା ତା’ର ବୋଲି ଗୋପାଳ ଚିହ୍ନଟ କରିଥିବା କହିଛି କ୍ରାଇମବ୍ରାଞ୍ଚ। ଟୁକୁଡ଼ା କାଗଜକୁ ଯୋଡ଼ି ରହସ୍ୟ କାଢ଼ିବାକୁ ହ୍ୟାଣ୍ଡରାଇଟିଂ ଏକ୍ସପର୍ଟଙ୍କ ଉଦ୍ୟମ ଆରମ୍ଭ ହୋଇଛି। ଏହା ଗୋପାଳର ହାତ ଲେଖା କି ନୁହେଁ ତାହା ସ୍ପଷ୍ଟ ହେବାକୁ ପରୀକ୍ଷା ପାଇଁ ହ୍ୟାଣ୍ଡ ରାଇଟିଂ ଏଜେନ୍ସିକୁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି।

ସେହିପରି ଅଭିଯୁକ୍ତ ଗୋପାଳର ମେଡିକାଲ କାଗଜପତ୍ର ଓ ଅର୍ଥିକ କାରବାର ସମ୍ପର୍କରେ ବ୍ରହ୍ମପୁର ଘରେ ଖାନତଲାସୀ କରାଯାଇଛି।

Advertisment

ସେପଟେ ପ୍ରତ୍ୟେକ୍ଷଦର୍ଶୀ ତଥା ବୁର୍ଲାରେ ଚିକିତ୍ସାଧୀନ ଜୀବନ ନାୟକଙ୍କୁ କ୍ରାଇମ୍ ବ୍ରାଞ୍ଚର ପଚରାଉଚରା କରିଛି। ନବ ଦାସଙ୍କୁ ମୁଣ୍ଡିଆ ମାରିବାକୁ ଯାଇ ଗୁଳି ମାଡ଼ରେ ଆହତ ହୋଇଥିଲେ ଜୀବନ।

ସେପଟେ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରିବାକୁ ଝାରସୁଗୁଡ଼ାରେ ୬ ଜଣିଆ ଏସ୍‌ଏଫ୍ଏସ୍‌ଏଲ୍ ଟିମ୍ ପହଞ୍ଚିଛି।

ଅନ୍ୟପଟେ ଜୟନାରାୟଣ ମିଶ୍ର ପିଏସ୍‌ଓ ଫେରାଇବା ଘଟଣା ଓ ଏନେଇ ରଖିଥିବା ମନ୍ତ୍ରକୁ ବିରୋଧ କରି ପ୍ରେସ୍ ମିଟ୍ କରିଛି ଓଡ଼ିଶା ପୁଲିସ ହାବିଲଦାର କନଷ୍ଟେବଲ ସିପାହୀ ସଂଘ। ପ୍ରେସ୍ ମିଟରେ ଜୟନାରାୟଣଙ୍କ ପଦକ୍ଷେପକୁ ସଂଘ ନିନ୍ଦା କରିଛି। ଏହାଦ୍ୱାରା ୯୦ ହଜାର ପୁଲିସ୍ କର୍ମୀଙ୍କ ଉପରେ ମାନସିକ ପ୍ରଭାବ ପଡ଼ିଛି ବୋଲି ଅଭିଯୋଗ ହୋଇଛି। ଜୟନାରାୟଣ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଓଡ଼ିଶା ପୁଲିସ ମହାସଂଘ ସାଧାରଣ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଓ ଓଡ଼ିଶା ହାବିଲଦାର କନେଷ୍ଟବଳ ଓ ସିପାହୀ ମହାସଂଘ ସାଧାରଣ ସମ୍ପାଦକ ପଞ୍ଚାନନ ବେହେରା ଦାବି କରିଛନ୍ତି।

Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe