ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳ ଦାସର ଭଏସ୍ ଆନାଲିସିସ ଟେଷ୍ଟ ହେଲା

ଅନ୍ୟପଟେ ଦିବଙ୍ଗତ ନେତା ନବ ଦାସଙ୍କ ଦଶାହ ଯାଇନି, ହେଲେ ବିଜେଡିକୁ ଘାରିଲାଣି ଉପନିର୍ବାଚନ ଭୋଟ ଚିନ୍ତା।

Naba Das and Murder Gopal das PhotoOR

ନବ ଦାସ ଓ ହତ୍ୟାକରୀ ଗୋପାଳ ଦାସ

Niranjan Mishra
  • Published: Monday, 06 February 2023
  • Updated: 06 February 2023, 09:45 PM IST

Sports

Latest News

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଠାରୁ ସତ ଜାଣିବାକୁ ତାର ଆଜି ଭଏସ୍ ଆନାଲିସିସ ଟେଷ୍ଟ କରାଯାଇଛି। ଏହା ସହିତ ସାଇକୋଲଜିକାଲ୍ ଆସେସମେଣ୍ଟ ମଧ୍ୟ କରାଯାଇଛି। CFSLର ନିର୍ଦ୍ଦେଶିକା ଆଶା ଶ୍ରୀବାସ୍ତବ ନିଜେ ଏହି ଦୁଇ ଟେଷ୍ଟ କରିଛନ୍ତି। କ୍ରାଇମବ୍ରାଞ୍ଚକୁ ଗୋପାଳ ଦାସ ଯେଉଁ ବୟାନ ଦେଇଥିଲେ, ତା’ର ଆଧାରରେ LVA ଟେଷ୍ଟ କରାଯାଇଛି। ଗୋପାଳ ସତ କହୁଛନ୍ତି କି ନାହିଁ, ତାଙ୍କ କଥାରେ କେତେ ସତ ଅଛି, ତାହା ପରଖିଛନ୍ତି ସିଏଫଏସଏଲ୍ ନିର୍ଦ୍ଦେଶକ। ଏହା ସହିତ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗୋପାଳଙ୍କ ମାନସିକ ସ୍ଥିତି ଅନୁଧ୍ୟାନ କରି ଖୁବ ଶୀଘ୍ର ରିପୋର୍ଟ ଦେବ।

ସେପଟେ ନିମହାନସର ଏକ ବିଶେଷଜ୍ଞ ଟିମ୍ ଝାରସୁଗୁଡ଼ା ଯାଇ ଗୋପାଳର ମାନସିକ ସ୍ଥିତିର ପରୀକ୍ଷା ନିରୀକ୍ଷା କରିବ। ସବୁ ଟିମର ରିପୋର୍ଟକୁ ନିଜେ ଅନୁଧ୍ୟାନ କରିବେ କ୍ରାଇମବ୍ରାଂଚ୍ ଏଡିଜି ଅରୁଣ ବୋଥ୍ରା।

ତେବେ ନବ ଦାସ ହତ୍ୟାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ଏହାର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ। ଏହାରି ଭିତରେ ଅଭିଯୁକ୍ତ ଗୋପାଳ ଦାସକୁ ଦ୍ୱିତୀୟ ଥର ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ।

Also Read

ଅନ୍ୟପଟେ ଏହି ହତ୍ୟାକାଣ୍ଡ ଏକ ବିଜନେସ୍-ପଲିଟିକାଲ୍ ମର୍ଡର ବୋଲି ଅଭିଯୋଗ ହୋଇଛି। ତାଙ୍କ ସାମ୍ରାଜ୍ୟ ଅକ୍ତିୟାର ପାଇଁ ସାଂଘାତିକ ଷଡ଼ଯନ୍ତ୍ ହୋଇଥିବା ବଡ଼ ଅଭିଯୋଗ କରିଛି ବିଜେପି। ଏପରିକି ଖୋଦ୍ ଶାସକ ଦଳର ଜଣେ ପ୍ରଭାବଶାଳୀ ଉପକୂଳିଆ ନେତା ଏହା ପଛରେ ଥିବା ଅଭିଯୋଗ ଆଣିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ। ସେ ପୂରା ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। କଂଗ୍ରେସ୍ ମଧ୍ୟ ସମାନ ଅଭିଯୋଗ ଆଣି ପୁଣିଥରେ ଏସଆଇଟି ତଦନ୍ତ ଦାବି କରିଛି।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ହତ୍ୟା ପଛରେ ବ୍ୟାବସାୟିକ ଓ ରାଜନୈତିକ ଷଡ଼ଯନ୍ତ୍ର ଥାଇପାରେ। ନବଙ୍କ ନିଜ ଦଳରେ ବି ଶତ୍ରୁ ଥାଇପାରନ୍ତି। ତେବେ ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, କ୍ରାଇମବ୍ରାଞ୍ଚ ତଦନ୍ତରେ ସବୁକିଛି ସ୍ପଷ୍ଟ ହେବ।

ତେଣେ ନବ ଦାସଙ୍କ ପ୍ରଭାବକୁ ଦୃଷ୍ଟି ଦେଲେ, କୋଇଲା ପରିବହନ ସମେତ ହୋଟେଲ୍ ବ୍ୟବସାୟରେ ତାଙ୍କର ବେଶ୍ ପ୍ରଭାବ ରହିଥିଲା। ଖାସ୍ କରି ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ କୋଇଲା ପରିବହନ ବ୍ୟବସାୟରେ ତାଙ୍କ ଛଡ଼ା ଆଉ କେହି ପଶି ପାରୁନଥିଲେ। ଏମିତିକ ଶାସକ ଦଳର ଅନ୍ୟ ନେତାମାନେ ମଧ୍ୟ ନବଙ୍କ ବ୍ୟବସାୟ ସାମ୍ରାଜ୍ୟରେ ପଶିବା କଷ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି। ବ୍ୟବସାୟ ବ୍ୟତୀତ ରାଜନୈତିକ ସ୍ତରରେ ବି ନବ ବେଶ୍ ପ୍ରଭାବ ବିସ୍ତାର କରିଥିଲେ। କଂଗ୍ରେସରୁ ଆସି ୨୦୧୯ରେ ବିଜେଡିରୁ ବିଧାୟକ ହେବା ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ। ଏପରିକି ମନ୍ତ୍ରିମଣ୍ଡଳ ଅଦଳ ବଦଳ ସମୟରେ ବି ନବଙ୍କୁ ଡ୍ରପ୍ କରାଯାଇନଥିଲା କି ତାଙ୍କ ବିଭାଗ ମଧ୍ୟ ବଦଳା ଯାଇନଥିଲା। ସେ ଉଭୟ ରାଜନୈତିକ ଓ ବ୍ୟବସାୟରେ ନିଜ ଚେର ଟାଣ କରିସାରିଥିଲେ।

ତେଣୁ ତାଙ୍କୁ ରାସ୍ତାରୁ ହଟାଇବାକୁ କେହି ଏହି ଯୋଜନାବଦ୍ଧ କାଣ୍ଡ କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟଦିଗରେ ଦିବଙ୍ଗତ ନେତା ନବ ଦାସଙ୍କ ଦଶାହ ଯାଇନି, ହେଲେ ବିଜେଡିକୁ ଘାରିଲାଣି ଉପନିର୍ବାଚନ ଭୋଟ ଚିନ୍ତା। ଝାରସୁଗୁଡ଼ା କାଳୀ ମନ୍ଦିର ସ୍ଥିତ ରାଉତରାୟ ବଗିଚାରେ ଶୋକସଭା ଆଳରେ ବିଜେଡି ଆରମ୍ଭ କରି ଦେଇଛି ଉପନିର୍ବାଚନ ପ୍ରସ୍ତୁତି। ଖୋଦ୍ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ସାରଦା ନାୟକଙ୍କ ମନ୍ତବ୍ୟ ଯେମିତି ନେତା ଓ କର୍ମୀଙ୍କୁ ମନ୍ତ୍ର ଦେବା ସଦୃଶ ହୋଇଛି। ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଉରକେଲା ବିଧାୟକ ସାରଦା ନାୟକ ଶ୍ରଦ୍ଧାଞ୍ଜଳି ସଭାରେ ସିଧା ଉଠାଇଥିଲେ ଉପନିର୍ବାଚନ କଥା। କହିଥିଲେ ଭୋଟରେ ତ ଜିତିବା ନିଶ୍ଚିତ, ତେବେ ବ୍ୟବଧାନ କେମିତି ଗତଥର ତୁଳନାରେ ଆହୁରି ବଢ଼ିବ ସେ ନେଇ ବି ଦେଇଥିଲେ ମନ୍ତ୍ର।

ଏହି ସମ୍ବେଦନହୀନତାକୁ ନେଇ ବିରୋଧୀ ଛାଡ଼ିଛନ୍ତି ବାଣ। ତେଣେ ଝିଅ ଦିପାଳୀ ଦାସ ହିଁ ନବଙ୍କ ରାଜୈନତିକ ଉତ୍ତରାଧୀକାରୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଝାରସୁଗୁଡା ଜିଲ୍ଲାରେ ନବ ଦାସ ଓ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ କାହା ଉପରେ ଭରସା କରି ଦଳ ଆଗେଇବ, ତାକୁ ନେଇ ବି ଟେନସନ୍ ବଢିଛି। ସେପଟେ ନବଙ୍କ ପରେ କିଏ ହେବ ତାଙ୍କ ରାଜୈନତିକ ଉତ୍ତରାଧୀକାରୀ ? ଝିଅ ଦିପାଳୀ ଦାସ ନା ପୁଅ ବିଶାଳ। ଏହା ସତ୍ୟ ଯେ ଝିଅ ଦିପାଳୀ ରାଜନୈତିକ ମୈଦାନରେ ବେଶ ସକ୍ରିୟ ଥିଲେ। ଝାରସୁଗୁଡା ଜିଲ୍ଲାର ବିଭିନ୍ନ ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଦିପାଳୀ ଯୋଗ ଦେଉଥିଲେ। ଏମିତିକି ପଦ୍ମପୁର ଉପନିର୍ବାଚନ ବେଳେ ନବ ଦାସଙ୍କ ସହ ଦିପାଳୀ ବି ପ୍ରଚାର ମଇଦାନରେ ବୁଲୁଥିଲେ। ବିଭିନ୍ନ ସଭା ସମିତିରେ ଭାଷଣ ବି ଦେଉଥିଲେ। ତେଣୁ ସେ ହିଁ ଉତ୍ତରାଧିକାରୀ ହେବେ ବୋଲି କୁହାଯାଉଛି।

ସେପଟେ ବିଜେଡିର ବରିଷ୍ଠ ନେତା କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବି ବ୍ରାଜରାଜନଗର ଉପନିର୍ବାଚନରେ ତାଙ୍କ ପତ୍ନୀ ଅଳକାଙ୍କୁ ଟିକେଟ୍ ଦେଇ ଦଳ ଜିତାଇଛି। ତେଣୁ ଗୋଟିଏ ଜିଲ୍ଲାରେ ଦୁଇଟି ନିର୍ବାଚନ ମଣ୍ଡଳୀର ଦୁଇ ବରିଷ୍ଠ ବିଧାୟକଙ୍କ ଦେହାନ୍ତ ପରେ ପଶ୍ଚିମ ଓଡଶାରେ ବିଜେଡିର ଏକ ବଡ଼ ଶୂନ୍ୟସ୍ଥାନ ରହିଛି। ତେଣୁ କିଏ ତାକୁ ପୂରଣ କରିବ ତାହାକୁ ନେଇ ଏବେ ବଡ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story