Advertisment

ନବ ଦାସ ହତ୍ୟାକାଣ୍ଡ ମାମଲା: ସରିଲା ନାର୍କୋ ଟେଷ୍ଟ, ହୋସକୁ ଆସିନି ଗୋପାଳ

ଆଜି ନାର୍କୋ ଟେଷ୍ଟ ସରିଥିବାରୁ ଆସନ୍ତାକାଲି ତାଙ୍କୁ ଝାରସୁଗୁଡ଼ା ଅଣାଯିବ ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Accused Gopal Das

Accused Gopal Das

Advertisment

ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ମାମଲାରେ ଗୁଜରାଟ ଗାନ୍ଧି ନଗର ଲ୍ୟାବରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ସରିଛି। ନାର୍କୋ ଟେଷ୍ଟ ପାଇଁ ଗତ ଦୁଇ ଦିନ ହେଲା ପ୍ରକ୍ରିୟା ଚାଲୁ ରହିଥିଲା। ତେବେ ଆଜି ନାର୍କୋଟେଷ୍ଟ ସରିବା ପରେ ଗୋପାଳ ଚେତାଶୂନ୍ୟ ରହିଛି। ସଂପୂର୍ଣ୍ଣ ଚେତା ଫେରିବାକୁ ଆଉ କିଛି ସମୟ ଲାଗିପାରେ। ଅଚେତ ଗୋପାଳକୁ ଏବେ ନୀରିକ୍ଷଣରେ ରଖାଯାଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

Advertisment

ନାର୍କୋ ଟେଷ୍ଟ ପୂର୍ବରୁ ଗୋପାଳର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା। ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ଅଫିସ ସମ୍ମୁଖରେ ଗୋପାଳଙ୍କୁ ତଦନ୍ତକାରୀ ଟିମ୍ ନେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ନାର୍କୋ ଟେଷ୍ଟ ପୂର୍ବରୁ ଅଭିଯୁକ୍ତ ଗୋପାଳ ଶରୀରର ରକ୍ତଚାପ, ମଧୁମେହ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା। ଗତ ୯ ତାରିଖରେ ଗୋପାଳର ଲାଏ ଡିଟେକସନ୍ ଟେଷ୍ଟ କରାଯାଇଥିଲା।

ଆଜି ନାର୍କୋ ଟେଷ୍ଟ ସରିଥିବାରୁ ଆସନ୍ତାକାଲି ତାଙ୍କୁ ଝାରସୁଗୁଡ଼ା ଅଣାଯିବ। ହତ୍ୟାକାରୀ ଦୋଷ ସ୍ୱୀକାର କରିଛି କୁହାଯାଇଥିଲେ ବି ଏ ଯାଏଁ ଖୋଲିଲାନି ହତ୍ୟାର ଗୁମର।

Advertisment

ବିଭିନ୍ନ ପରୀକ୍ଷା ସହ ଗୁଳି ଫୁଟିଥିବା ବନ୍ଧୁକର ବାଲିଷ୍ଟିକ୍ ପରୀକ୍ଷା କରାଯାଇଛି। ତେବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ହେଉଥିବା ଏସବୁ ପରୀକ୍ଷା, ତଦନ୍ତର କେଉଁ ଦିଗକୁ ବାଟ କଢ଼ାଇବାରେ ସହାୟକ ହେବ ତାହା ଉତ୍କଣ୍ଠାର ବିଷୟ ହୋଇଛି। ଓଡ଼ିଶା ଫେରିବା ପରେ ନବ ଦାସ ହତ୍ୟାକାଣ୍ଡର ମୋଟିଭ୍ ସଂପର୍କରେ ଗୁମର ଖୋଲିବ ନା ପୁଣି ସମୟ ଗଡ଼ାଇବ କ୍ରାଇମବ୍ରାଞ୍ଚ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଉଙ୍କି ମାରିଛି।

ସେପଟେ ହତ୍ୟାକାଣ୍ଡର ରହସ୍ୟ ଖୋଲିନଥିବା ବେଳେ ଆଜି ଦିବଙ୍ଗତ ନେତାଙ୍କ ଘରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡ଼ା ସରବାହାଲ ଘରକୁ ଯାଇ ନବଙ୍କ ପୁଅ ଓ ଝିଅଙ୍କୁ ସମବେଦନା ଜଣାଇଥିଲେ। ତା’ସହ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। କିଶୋରଙ୍କ ପତ୍ନୀ ତଥା ବିଧାୟିକା ଅଳକା ମହାନ୍ତିଙ୍କୁ ସେ ଭେଟି ସମବେଦନା ବି ଜଣାଇଥିଲେ।

ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିର ଅଧୋଗତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ସେ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶାରେ ଲ’ ଲେସ୍ ନେସ୍ ଡେଭଲପ୍ ହୋଇଛି। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୁଲିସ ଦ୍ୱାରା ହତ୍ୟା କରାଯିବା ସମସ୍ତଙ୍କୁ ବିଚଳିତ କରିଛି। ଶାନ୍ତି ପ୍ରିୟ ଓଡ଼ିଶାରେ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି। ବିରୋଧୀ କଥା ଛାଡ଼ନ୍ତୁ, ନବ ବାବୁଙ୍କ ସମର୍ଥକ ବି ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି। ତେଣୁ ତୃତୀୟ ପକ୍ଷ ଦ୍ୱାରା ତଦନ୍ତ ହେବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର।

Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe