ସାଇବର ଜାଲରେ ନବ ଦାସଙ୍କ ଝିଅ | Cyber Fraud | Odisha Reporter
ସାଇବର ଜାଲରେ ନବ ଦାସଙ୍କ ଝିଅ ଦୀପାଳି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ସାଇବର୍ ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟି ଯାଇଛି। ଏ ନେଇ ଦୀପାଳି ସମ୍ବଲପୁର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ ୨ଟି ଓଟିପି ଆସିଥିଲା। ତେବେ, ସେ ଏହି ଓଟିପି ବ୍ୟବହାର କରିନଥିଲେ କି କାହାକୁ ସେୟାର୍ ମଧ୍ୟ କରି ନଥିଲେ। ଏହା ସତ୍ତ୍ବେ ମଧ୍ୟ ତାଙ୍କ ଆକାଉଣ୍ଟରୁ ୨ଟି ଟ୍ରାନ୍ଜେକ୍ସନ୍ରେ ଟଙ୍କା କଟିଥିଲା। ସାଇବର୍ ଠକ ପ୍ରଥମ ଟ୍ରାନ୍ଜେକ୍ସନ୍ରେ ୧ ଲକ୍ଷ ଟଙ୍କା ଓ ଦ୍ବିତୀୟରେ ୫୦ ହଜାର ଟଙ୍କା କାଟି ନେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
