Advertisment

‘ନବଙ୍କ ହତ୍ୟା ପଛରେ ଟପ୍‌ ଲେବଲ ଷଡ଼ଯନ୍ତ୍ର !’

ନବଙ୍କ କାକା ଅଭିଯୋଗ କରିଛନ୍ତି, ଏହି ହତ୍ୟା ପଛରେ ଷଡ଼ଯନ୍ତ୍ର ଅଛି। ଟପ୍ ଲେବଲରେ ଏହି ଷଡ଼ୟନ୍ତ୍ର ହୋଇଛି।

narasingha mishra

narasingha mishra

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀ ନବଙ୍କ ହତ୍ୟା ନେଇ କଂଗ୍ରେସ୍ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ଏହା ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟା। ଏହାପଛରେ କିଛି ଗୁଢ଼ ରହସ୍ୟ ଥିବ ! ଏହା ସାଧାରଣ ହତ୍ୟାକାଣ୍ଡ ନୁହେଁ। ହତ୍ୟାକାରୀକୁ ମାନସିକ ରୋଗୀ କୁହାଯିବା ବିଶ୍ୱାସଯୋଗ୍ୟ ନୁହେଁ। ଯଦି ହତ୍ୟାକାରୀ ମାନସିକ ରୋଗୀ, ତେବେ ହତ୍ୟା ପାଇଁ ସରକାର ଦାୟୀ। ସେଭଳି ଲୋକଙ୍କୁ କାହଁକି ସୁରକ୍ଷା ଦାୟିତ୍ୱରେ ରଖାଗଲା ? ପୁଲିସ ଯଦି ଅପରାଧିଙ୍କୁ ସାଲ୍ୟୁଟ ମାରିବ, ତେବେ ଅପରାଧ ନିୟନ୍ତ୍ରଣ କିପରି କରିବ। ଏହି ହତ୍ୟାରୁ ପ୍ରମାଣିତ ହେଲା ଯେ ଗୁଇନ୍ଦା ବିଭାଗ କାମ କରୁନାହିଁ। ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ହୋଇନି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ମନ୍ତ୍ରୀମାନଙ୍କୁ ଠିକ୍ ଭାବେ ସୁରକ୍ଷା ଦିଆଯାଉନାହିଁ କିମ୍ବା ଏଥିରେ ଚରମ ଅବହେଳା ହୋଇଥିବା ଏଥିରୁ ପ୍ରମାଣିତ ହୋଇଛି। ଏହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି।

Advertisment

ସେହିପରି ନବଙ୍କ କାକା ଅଭିଯୋଗ କରିଛନ୍ତି, ଏହି ହତ୍ୟା ପଛରେ ଷଡ଼ଯନ୍ତ୍ର ଅଛି। ଟପ୍ ଲେବଲରେ ଏହି ଷଡ଼ୟନ୍ତ୍ର ହୋଇଛି। ଗୁଳି କରିଥିବା ଏଏସ୍‌ଆଇ ଗୋପାଳଙ୍କ ମସ୍ତିଷ୍କ ଭଲ ନାହିଁ ବୋଲି ଏବେ ବାହାନା କରାଯାଉଛି। ହତ୍ୟା ପଛର ଉଦ୍ଦେଶ୍ୟ ଏବେ ଜଣାପଡୁ ନାହିଁ। କିନ୍ତୁ କାରଣ ଅଛି। ବ୍ୟବସାୟରେ କେହି ବି ବିରୋଧୀ ନ ଥିଲେ ବୋଲି ତାଙ୍କ କାକା କହିଛନ୍ତି।

ସେପଟେ ନବଙ୍କ ପାର୍ଥୀବ ଶରୀର ଝାରସୁଗୁଡ଼ାର ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିବା ପରେ ଆତ୍ମୀୟମାନେ ଶେଷ ଦର୍ଶନ କରିଥିଲେ। ମୃତଦେହ ଦେଖି ନବଙ୍କ ବାପା, କାକା ଓ ସଂପର୍କୀୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ନବଙ୍କ ପାର୍ଥୀବ ଶରୀରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Advertisment

ଏହାପରେ ଅନ୍ତିମ ଯାତ୍ରା ବାହାରିଥିଲା। ଅନ୍ତିମ ଶୋଭାଯାତ୍ରା ବେହେରାଲମାଲ କିଶନ ଛକରୁ ଯାଇ ମନମୋହନ ଏମ୍‌ଇ ସ୍କୁଲରେ ପହଞ୍ଚିବା ପରେ ସାଧାରଣ ଦର୍ଶନ ଲାଗି ରଖାଯାଇଥିଲା। ଅନ୍ତିମ ସଂସ୍କାର ଲାଗି ସେଠାରୁ ଖେରୁଆଲକୁ ନିଆଯା‌ଇଥିଲା। ଏହି ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଶେଷକୃତ୍ୟର ସମସ୍ତ ପ୍ରକ୍ରିୟା ଖେରୁଆଲ ଶ୍ମଶାନରେ ସମ୍ପନ୍ନ ହୋଇଛି। ସ୍ଥାନୀୟ ଅଂଚଳବାସୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଉଛି। ନବ ଦାସଙ୍କ ପୁଅ ବିଶାଲ ଦେଇଥିଲେ ମୁଖାଗ୍ନି ଦେଇଥିଲେ।

ଅନ୍ୟପଟେ, ନବଙ୍କୁ ଗୁଳି କରିଥିବା ଏଏସ୍‌ଆଇ ଗୋପଳ ଦାସଙ୍କୁ ସୁନ୍ଦରଗଡ଼ ରିଜର୍ଭଲାଇନ୍‌ ଅଫିସ୍‌ରେ ଜେରା କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏହି ଜେରାରେ ସାମିଲ ହୋଇଥିଲେ। ତାଙ୍କ ବ୍ୟତୀତ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ। ପରେ ଝାରସୁଗୁଡ଼ା ଏସ୍‌ପିଙ୍କ ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ବସିଥିଲା। ଏଥିରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଝାରସୁଗୁଡ଼ା ରାହୁଲ ଜୈନ ଉପସ୍ଥିତ ଥିଲେ।

ସୂଚନା ଥାଉକି, ଗତକାଲି ବ୍ରଜରାଜନଗର ଗାନ୍ଧି ଛକରେ ନବଙ୍କୁ ଗୁଳି କରି ଥିଲେ ASI ଗୋପାଳକୃଷ୍ଣ ଦାସ। ତାଙ୍କୁ ଝାରସୁଗୁଡ଼ାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ମେଡିକାଲ୍‌କୁ ଅଣାଯାଇଥିଲା। ହେଲେ ଗୁଳି ଶରୀରର ହୃତପିଣ୍ଡ ସହିତ ଫୁସ୍‌ଫୁସ୍ ଭେଦ କରି ବାହାରି ଯାଇଥିଲା। ଫଳରେ ପ୍ରବଳ ଇଣ୍ଟରନାଲ ବ୍ଲିଡିଂ ହୋଇଥିଲା। ଡାକ୍ତରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ନବ ଦାସଙ୍କ ବିୟୋଗ ହୋଇଥିଲା।

Health Minister Naba Das Shootout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe