Advertisment

ଚାଷୀଙ୍କ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ’ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ପାଳନ କରୁଛି। ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ କୃଷକ ସଂଗଠନ ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି। ଭୁବନେଶ୍ୱରର ପଟିଆ-ନନ୍ଦନକାନନ ରାସ୍ତାରେ ସଂଗଠନର ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ସେହିପରି ବନ୍ଦର ପ୍ରଭାବ ଭଦ୍ରକ […]

ଚାଷୀଙ୍କ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

bhadrak

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ’ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ପାଳନ କରୁଛି। ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ କୃଷକ ସଂଗଠନ ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି।

Advertisment

ଭୁବନେଶ୍ୱରର ପଟିଆ-ନନ୍ଦନକାନନ ରାସ୍ତାରେ ସଂଗଠନର ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ସେହିପରି ବନ୍ଦର ପ୍ରଭାବ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ସଂଗଠନର ସଦସ୍ୟମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହିଛି।

publive-imageସଂଗଠନର ଏହି ବନ୍ଦ ଡାକରାକୁ ଉଭୟ ବିଜେପି ଓ କଂଗ୍ରେସ ନୈତିକ ସମର୍ଥନ ଜଣାଇଛନ୍ତି।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନଥିବାରୁ ରାସ୍ତାକୁ ଓହ୍ଲାଇଛୁ। ପୂର୍ବରୁ ରାଜଧାନୀରେ ଆନ୍ଦୋଳନ ପାଇଁ ଯେତେଥର ଆହ୍ୱାନ ଦିଆଯାଇଛି, ରାଜ୍ୟ ସରକାର ତାକୁ ଭଣ୍ଡୁର କରୁଛନ୍ତି। ପୁଲିସ ଲଗାଇ ଚାଷୀଙ୍କୁ ଅଟକ, ଗିରଫ କରାଯାଇଛି। ଚାଷୀଙ୍କଠାରୁ ମତବ୍ୟକ୍ତ ଓ ଆନ୍ଦୋଳନ କରିବାର ଅଧିକାର ଛଡ଼ାଇ ନେଇଛନ୍ତି ସରକାର। ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ଧାନ ଏମ୍‌ଏସ୍‌ପି ୨୯୩୦ ଟଙ୍କାକୁ ବଢ଼ାଇବା ଓ ଚାଷୀଙ୍କୁ ପେନସନ ପାଇଁ ଅର୍ଥ ବରାଦ ଦାବି କରିବାକୁ ସଂଗଠନ ଦାବି କରି ଏହି ବନ୍ଦ ଡାକରା ଦେଇଛି।

Advertisment

ତେବେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିବାକୁ ଡିଜିପି ସଂଗଠନର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe