jajpur
Advertisment
ଯାଜପୁର (ଗୁଲାମ ଗୋସ୍): ଯାଜପୁର ଜିଲ୍ଲା ଗଡ଼ମଧୁପୁର ରେଳ ଷ୍ଟେସନରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ରେଳରୋକ କରାଯାଇଥିଲା। ସଙ୍ଗଠନର ବହୁ ମହିଳା ଓ ପୁରୁଷ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ବିଭିନ୍ନ ନାରବାଜି କରିବା ସହ ରେଳରୋକ କରିଥିଲେ।
Advertisment
ଫଳରେ କିଛି ସମୟ ପାଇଁ ଧଉଳି ଏକ୍ସପ୍ରେସ୍ ଷ୍ଟେସନରେ ଅଟକି ରହିଥିଲା। ଜିଆରପି ଓ ଜେନାପୁର ପୁଲିସ୍ ଆନ୍ଦୋଳନକାରୀଙ୍କୁ ରେଳ ଧାରଣାରୁ ହଟାଇ ନେବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।
ସୂଚନାଯୋଗ୍ୟ, ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଗତ ୧୧ ତାରିଖରୁ ରାଜ୍ୟବ୍ୟାପୀ ଅର୍ଥନୈତିକ ଅବରୋଧ ଜାରି ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/0cae5590-7ac2-4949-8996-37a.jpg)