ରାତି ପାହିଲେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର): ଆଉ ଦୁଇଟା ଦିନ ପରେ ଆୟୋଜିତ ହେବ ବିଶ୍ୱ ନିଅନ୍ତାଙ୍କ ଘୋଷଯାତ୍ରା । ଏଥିନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ରାତି ପାହିଲେ ମହାପ୍ରଭୁଙ୍କର ହେବ ନବଯୌବନ ଦର୍ଶନ । ପରେ ପାଳିତ ହେବ ନେତ୍ରୋତ୍ସବ। ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ ଜାରି କରିଛି । ଦୀର୍ଘ  ୧୫ ଦିନ ହେବ ଶ୍ରୀମନ୍ଦିରରେ ନ ଥିଲା ଭକ୍ତଙ୍କ ଗହଳି । ମହାପ୍ରଭୁ ଜ୍ୱରରେ ପଡ଼ିଥିଲେ। ଚାଲିଥିଲା ଅଣସର ନୀତି । […]

puri-

Niharika Rout
  • Published: Tuesday, 28 June 2022
  • , Updated: 28 June 2022, 01:55 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଉ ଦୁଇଟା ଦିନ ପରେ ଆୟୋଜିତ ହେବ ବିଶ୍ୱ ନିଅନ୍ତାଙ୍କ ଘୋଷଯାତ୍ରା । ଏଥିନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ରାତି ପାହିଲେ ମହାପ୍ରଭୁଙ୍କର ହେବ ନବଯୌବନ ଦର୍ଶନ । ପରେ ପାଳିତ ହେବ ନେତ୍ରୋତ୍ସବ। ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ ଜାରି କରିଛି ।

ଦୀର୍ଘ  ୧୫ ଦିନ ହେବ ଶ୍ରୀମନ୍ଦିରରେ ନ ଥିଲା ଭକ୍ତଙ୍କ ଗହଳି । ମହାପ୍ରଭୁ ଜ୍ୱରରେ ପଡ଼ିଥିଲେ। ଚାଲିଥିଲା ଅଣସର ନୀତି । ଏହି ସମୟରେ ଶ୍ରଦ୍ଧାଳୁମାନେ ବ୍ରହ୍ମଗିରି ଅଲରାନାଥଙ୍କ ଦର୍ଶନ କରିବାକୁ ଭିଡ଼ ଜମାଉଥିଲେ। ମହାପ୍ରଭୁ ସୁସ୍ଥ ହୋଇ ସାରିଲେଣି । ଆଉ ମାତ୍ର କେଇ ଘଣ୍ଟା ପରେ ନବଯୌବନ ବେଶରେ ଦର୍ଶନ ଦେବାକୁ ଯାଉଥିବାରୁ ଭକ୍ତଙ୍କ ମନ ଅଧୀର ହୋଇ ପଡ଼ିଲାଣି। ରାତି ପାହିଲେ ମିଳିବ ମହାପ୍ରଭୁଙ୍କ ଦର୍ଶନ ।

ଆସନ୍ତାକାଲି ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ । ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ହେବ । ଦିନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ୬ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି ।

ରାତି ୯ଟାରୁ ୧୦ଟା ୩୦ ଓ ରାତି ସାଢ଼େ ୧୧ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ହୋଇଛି।  ବିଶେଷ ନୀତି ପାଇଁ ସକାଳ ସାଢ଼େ ୧୦ରୁ ଦିନ ୨ଟା, ୩ଟାରୁ ୬ଟା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୯ଟା ଓ ରାତି ସାଢ଼େ ୧୦ରୁ ସାଢ଼େ ୧୧ ଦର୍ଶନ ବନ୍ଦ ରହିବ ।

ଦୁଇବର୍ଷର ବ୍ୟବଧାନ ପରେ ଏଥର ଭକ୍ତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ ପାଇପାରିବେ । ଏହା ପୂର୍ବରୁ ଶ୍ରୀଜୀଉଙ୍କ ବନକ ଲାଗି ନୀତି ଚାଲିଛି । ଏଥିସହ ଚନ୍ଦନ ଲାଗି ମଧ୍ୟ ଚାଲିଛି । ଦତ୍ତମହାପାତ୍ର ସେବକମାନେ ବନକ ଲାଗି କରିବେ । ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ହିଙ୍ଗୁଳ,ହରିତାଳ, କେଶର,କସ୍ତୁରୀ  କଳା ଓ ଧଳା ପ୍ରାକୃତିକ ରଙ୍ଗ  ଲେପନ କରିବେ ।

ଆଜି ବିଳମ୍ବିତ ରାତ୍ରିରେ ମଧ୍ୟ ବନକ ଲାଗି ନୀତି କରାଯିବ । ସେପରି ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ  ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥ ମାନଙ୍କରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ ଗୋଟି ଶିଖର ଡମ୍ବରୁ ଲଗାଯିବା ପରେ ସେଥିରେ ପାର୍ଶ୍ୱ ଦେବାଦେବୀଙ୍କୁ ସ୍ଥାପନ କରାଯାଇଛି ।

ଆଜି ପୁରୀ ରିଜର୍ଭ ପୁଲିସ୍‌ ଲାଇନରେ ରଥଯାତ୍ରା ପାଇଁ ମକ୍ ଡ୍ରିଲ୍ କରାଯାଇଛି । ରଥ ଯାତ୍ରା ବେଳେ କେହି ଗୁରୁତର ହୋଇପଡ଼ିଲେ, ତାଙ୍କୁ କିପରି ଗ୍ରୀନ୍‌ କରିଡର କରାଯାଇ ପୁରୀ ବଡ଼ ମେଡିକାଲ ପର୍ଯ୍ୟନ୍ତ ନିଆଯିବ , ସେଚ୍ଛାସେବୀମାନେ ତାହାର ରିହର୍ସଅଲ କରିଛନ୍ତି।

Related story