/odisha-reporter/media/post_attachments/uploads/2015/06/vlcsnap-2015-06-19-16h23m51s250.png)
bijp
ଭୁବନେଶ୍ୱର: ଚତୁର୍ଦ୍ଧାମୂର୍ତ୍ତିଙ୍କ ଘଟ ପରିବର୍ତ୍ତନ ନୀତିରେ ବିଭ୍ରାଟ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଟାର୍ଗେଟ କରିଛି ବିଜେପି। ଶୁକ୍ରବାର ଏକ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରି କହିଛନ୍ତି ଯେ ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟୀ। ତାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଯାଉ। ତା’ସହ ମୁଖ୍ୟମନ୍ତ୍ରୀ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ମାଗନ୍ତୁ। ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର । ତୁରନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିବାକୁ ସେ ଦାବି କରିଛନ୍ତି।/odisha-reporter/media/post_attachments/wp-content/uploads/2015/06/vlcsnap-2015-06-19-14h41m35s841.png)
ସେହିଭଳି ନବକଳେବର ଘଟ ପରିବର୍ତ୍ତନ ବିଭ୍ରାଟକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଶୁକ୍ରବାର ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ବିଭ୍ରାଟ ପାଇଁ ସରକାରଙ୍କୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫ। ଦାବି କରିଛନ୍ତି। ଏହି ଘଟଣାର ଜୁଡିସିଆଲ୍ କମିଶନ ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ। ଏହି ବିଭ୍ରାଟ ପ୍ରତିବାଦରେ ଆସନ୍ତା ୨୬ ତାରିଖ ରାତି ଉଜାଗର ରହି ଦୀପ ଜାଳି ସମସ୍ତ କଂଗ୍ରେସ କର୍ମୀ ଉପବାସ ରହିବେ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
