Advertisment

ନବକଳେବର ନୀତିରେ ବିଭ୍ରାଟ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଟାର୍ଗେଟ କଲା ବିଜେପି, କଂଗ୍ରେସର ଟାର୍ଗେଟ୍ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚତୁର୍ଦ୍ଧାମୂର୍ତ୍ତିଙ୍କ ଘଟ ପରିବର୍ତ୍ତନ ନୀତିରେ ବିଭ୍ରାଟ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଟାର୍ଗେଟ କରିଛି ବିଜେପି। ଶୁକ୍ରବାର ଏକ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରି କହିଛନ୍ତି ଯେ ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟୀ। ତାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଯାଉ। ତା’ସହ ମୁଖ୍ୟମନ୍ତ୍ରୀ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ମାଗନ୍ତୁ। ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର । ତୁରନ୍ତ […]

ଅଦ୍ୟତନ ହୋଇଛି
ନବକଳେବର ନୀତିରେ ବିଭ୍ରାଟ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଟାର୍ଗେଟ କଲା ବିଜେପି, କଂଗ୍ରେସର ଟାର୍ଗେଟ୍ ମୁଖ୍ୟମନ୍ତ୍ରୀ

bijp

Advertisment

ଭୁବନେଶ୍ୱର: ଚତୁର୍ଦ୍ଧାମୂର୍ତ୍ତିଙ୍କ ଘଟ ପରିବର୍ତ୍ତନ ନୀତିରେ ବିଭ୍ରାଟ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଟାର୍ଗେଟ କରିଛି ବିଜେପି। ଶୁକ୍ରବାର ଏକ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରି କହିଛନ୍ତି ଯେ ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟୀ। ତାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଯାଉ। ତା’ସହ ମୁଖ୍ୟମନ୍ତ୍ରୀ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ମାଗନ୍ତୁ। ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର । ତୁରନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିବାକୁ ସେ ଦାବି କରିଛନ୍ତି।cong

Advertisment

ସେହିଭଳି ନବକଳେବର ଘଟ ପରିବର୍ତ୍ତନ ବିଭ୍ରାଟକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଶୁକ୍ରବାର ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ବିଭ୍ରାଟ ପାଇଁ ସରକାରଙ୍କୁ ଦାୟୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫ। ଦାବି କରିଛନ୍ତି। ଏହି ଘଟଣାର  ଜୁଡିସିଆଲ୍ କମିଶନ ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ। ଏହି ବିଭ୍ରାଟ ପ୍ରତିବାଦରେ ଆସନ୍ତା ୨୬ ତାରିଖ ରାତି ଉଜାଗର ରହି ଦୀପ ଜାଳି ସମସ୍ତ କଂଗ୍ରେସ କର୍ମୀ ଉପବାସ ରହିବେ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe