Advertisment

ନବକଳେବର ଉପରେ ୱେବସାଇଟ୍, ହ୍ୱାଟସ୍ ଅପ୍ ଓ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ବିଶ୍ୱବ୍ୟାପୀ ପ୍ରଚାର କରିବା ପାଇଁ ରାଜ୍ୟ ସରକାର ବ୍ୟବହାର କରିବେ ହାଇଟେକ୍ ଟେକ୍ନୋଲୋଜି। ଆଉ ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବକଳେବର ଉପରେ ୱେବସାଇଟ୍, ହ୍ୱାଟସ୍ ଅପ୍ ଓ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି। ଏହି ୱେବସାଇଟର ନାମ ରହିଛି www.nabakalebara.gov.in। ନବକଳେବର ପାଇଁ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟରେ ମୁଖ୍ୟତଃ ୫ଟି ବିଭାଗ ରହିବ। ପ୍ରଥମ ଭାଗରେ ନବକଳେବରର ଇତିହାସ ଓ ଏହାର ରୀତିନୀତି ରହିବ। ଦ୍ୱିତୀୟ ଭାଗରେ ରହିବ […]

ନବକଳେବର ଉପରେ ୱେବସାଇଟ୍, ହ୍ୱାଟସ୍ ଅପ୍ ଓ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

nabakalebar

Advertisment

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ନବକଳେବରକୁ ବିଶ୍ୱବ୍ୟାପୀ ପ୍ରଚାର କରିବା ପାଇଁ ରାଜ୍ୟ ସରକାର ବ୍ୟବହାର କରିବେ ହାଇଟେକ୍ ଟେକ୍ନୋଲୋଜି। ଆଉ ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବକଳେବର ଉପରେ ୱେବସାଇଟ୍, ହ୍ୱାଟସ୍ ଅପ୍ ଓ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରିଛନ୍ତି। ଏହି ୱେବସାଇଟର ନାମ ରହିଛି www.nabakalebara.gov.in।

Advertisment

ନବକଳେବର ପାଇଁ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟରେ ମୁଖ୍ୟତଃ ୫ଟି ବିଭାଗ ରହିବ। ପ୍ରଥମ ଭାଗରେ ନବକଳେବରର ଇତିହାସ ଓ ଏହାର ରୀତିନୀତି ରହିବ। ଦ୍ୱିତୀୟ ଭାଗରେ ରହିବ ନବକଳେବର ପାଇଁ ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୂଚନା। ଯେପରିକି କିପରି ଆସିବେ, କେଉଁଠି ରହିବେ ଓ ଓଡ଼ିଶାର କେଉଁ କେଉଁ ସ୍ଥାନ ଭ୍ରମଣ କରିପାରିବେ। ସେହିପରି ତୃତୀୟ ବିଭାଗରେ ରହିବ ନବକଳେବର ସଂପର୍କିତ ଖବର ପାଇଁ ଟ୍ୱିଟର, ମଲ୍ଟିମିଡିଆ, ଆର୍କାଇଭସ। ଚତୁର୍ଥ ଭାଗରେ ରହିବ ସ୍ୱାସ୍ଥ୍ୟ, ପାର୍କିଂ, ନିରାପତ୍ତା, ସ୍ଥାନୀୟ ଅଞ୍ଚଳ ଭ୍ରମଣ ସଂପର୍କିତ ସୂଚନା। ପଞ୍ଚମ ବିଭାଗରେ ଶ୍ରୀକ୍ଷେତ୍ର ସଂପର୍କିତ ସୂଚନା ରହିବ। ୱେବସାଇଟରେ କେଉଁ କେଉଁ ତଥ୍ୟ ସ୍ଥାନ ପାଇବ ତାହା ଚୂଡ଼ାନ୍ତ କରିବାକୁ ଏକ କମିଟି ଗଠନ କରାଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରମୁଖ ସଚିବ ପ.କ ଜେନା, ସୂଚନା ଓ ଲୋକ ସଂପର୍କ ବିଭାଗର ସଚିବ ମଧୁସୂଦନ ପାଢ଼ୀ, ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଓ ଏସପି ସଦସ୍ୟ ରହିବେ।

 ଏହି ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଆଇଟି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ,  ନାୟକ ନବକଳେବର ପ୍ରସ୍ତୁତି କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଓ ସଂସ୍କୃତି ଓ ପର୍ଯ୍ୟଟନ ସଚିବ ଅରବିନ୍ଦ ପାଢ଼ୀଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe