/odisha-reporter/media/post_attachments/uploads/2018/09/samaleswari1.jpg)
samaleswari1
ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କଠାରେ ଆସନ୍ତା ୧୪ ତାରିଖରେ ନୂଆଁଖାଇ ଲାଗି ପାଇଁ ଶୁଭ ଲଗ୍ନ ସ୍ଥିର ହୋଇଛି। ୧୪ ତାରିଖ ସକାଳ ୮ଟା ୧୦ରୁ ୮ଟା ୪୦ ମଧ୍ୟରେ ମା’ଙ୍କ ଠାରେ ଲାଗି ହେବ ନବାନ୍ନ।/odisha-reporter/media/post_attachments/wp-content/uploads/2018/09/samleswari.jpg)
Advertisment
ଆଜି ସମ୍ବଲପୁର ଝାଡୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ବସିଥିବା ପଣ୍ଡିତ ସଭାରେ ଏହି ଶୁଭଲଗ୍ନ ସ୍ଥିର କରାଯାଇଛି। ପାରମ୍ପରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଁଖାଇ ତିଥି ଓ ଲଗ୍ନ ସ୍ଥିର କରିଛନ୍ତି।
ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥାଏ।
ଏହାପରେ ସମ୍ବଲପୁର ଅଞ୍ଚଳର ଅନ୍ୟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇ ଘରେ ଘରେ ନୂଆଁ ଖାଇଥାନ୍ତି ଲୋକେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
