ସିପ୍ରାଙ୍କୁ ହତ୍ୟା ପଛରେ ଉଠିଲା ବିଜେଡି ସାଂସଦଙ୍କ ନାଁ, କଂଗ୍ରେସ ନେତା ଆଣିଲେ ସାଂଘାତିକ୍ ଅଭିଯୋଗ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର) ନବରଙ୍ଗପୁର ଜିଲ୍ଲା ଉମରକୋଟରେ ମହିଳାଙ୍କୁ ହତ୍ୟା ଘଟଣାରେ ତେଜିଲା ରାଜନୀତି । ଘଟଣାରେ ନବରଙ୍ଗପୁର ସାଂସଦ ରମେଶ ମାଝି ଓ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛି କଂଗ୍ରେସ । ହତ୍ୟାକାଣ୍ଡ ପଛରେ ରାଜନୈତିକ ଦଳର ପ୍ରତିନିଧି ଓ ଅଫିସରଙ୍କ ହାତ ଥିବାରୁ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରେସମିଟରେ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଘଟଣା ସମ୍ପର୍କିତ ଏକ ଅଡିଓ ଟେପ୍ […]

6nb

6nb

Tapas Behera
  • Published: Sunday, 10 January 2021
  • Updated: 11 January 2021, 01:32 PM IST

Sports

Latest News

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର) ନବରଙ୍ଗପୁର ଜିଲ୍ଲା ଉମରକୋଟରେ ମହିଳାଙ୍କୁ ହତ୍ୟା ଘଟଣାରେ ତେଜିଲା ରାଜନୀତି । ଘଟଣାରେ ନବରଙ୍ଗପୁର ସାଂସଦ ରମେଶ ମାଝି ଓ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛି କଂଗ୍ରେସ । ହତ୍ୟାକାଣ୍ଡ ପଛରେ ରାଜନୈତିକ ଦଳର ପ୍ରତିନିଧି ଓ ଅଫିସରଙ୍କ ହାତ ଥିବାରୁ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରେସମିଟରେ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।

ଘଟଣା ସମ୍ପର୍କିତ ଏକ ଅଡିଓ ଟେପ୍ ଜାରି କରି ପ୍ରଦୀପ ଅଭିଯୋଗ କରିଛନ୍ତି ଯେ, ଉଭୟ ସାଂସଦ ଓ ବିଧାୟକ ହତ୍ୟା ପାଇଁ ଉସୁକାଇଛନ୍ତି । ଉମରକୋଟ ମ୍ୟୁନିସପାଲଟିର ୟୁଭି-୫୨ରେ ପାରିବାରିକ କଳହକୁ ନେଇ ଅଭିଯୁକ୍ତ ବିପ୍ଲବ ବିଶ୍ୱାସ ତାଙ୍କ ସ୍ତ୍ରୀ ସିପ୍ରାଙ୍କୁ ହତ୍ୟା କରିଥିଲେ । ଘଟଣାରେ ପୁଲିସ ଅଭିଯୁକ୍ତ ବିପ୍ଲବ ବିଶ୍ୱାସଙ୍କୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ : ‘ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ’

ତେବେ ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ବିପ୍ଲବ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ ଟେପ୍‌କୁ ନେଇ ଜୋର୍ ଧରିଛି ଚର୍ଚ୍ଚା  । ଯେଉଁଥିରେ ଅଭିଯୁକ୍ତ ଜଣକ ସାଂସଦ ରମେଶ ମାଝି ଓ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନାଁ ନେଉଥିବା ଶୁଣିବାକୁ ମିଳିଛି।  ସେପଟେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ସାଂସଦ ରମେଶ ମାଝି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos