Advertisment

ସିପ୍ରାଙ୍କୁ ହତ୍ୟା ପଛରେ ଉଠିଲା ବିଜେଡି ସାଂସଦଙ୍କ ନାଁ, କଂଗ୍ରେସ ନେତା ଆଣିଲେ ସାଂଘାତିକ୍ ଅଭିଯୋଗ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର) ନବରଙ୍ଗପୁର ଜିଲ୍ଲା ଉମରକୋଟରେ ମହିଳାଙ୍କୁ ହତ୍ୟା ଘଟଣାରେ ତେଜିଲା ରାଜନୀତି । ଘଟଣାରେ ନବରଙ୍ଗପୁର ସାଂସଦ ରମେଶ ମାଝି ଓ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛି କଂଗ୍ରେସ । ହତ୍ୟାକାଣ୍ଡ ପଛରେ ରାଜନୈତିକ ଦଳର ପ୍ରତିନିଧି ଓ ଅଫିସରଙ୍କ ହାତ ଥିବାରୁ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରେସମିଟରେ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଘଟଣା ସମ୍ପର୍କିତ ଏକ ଅଡିଓ ଟେପ୍ […]

ଅଦ୍ୟତନ ହୋଇଛି
ସିପ୍ରାଙ୍କୁ ହତ୍ୟା ପଛରେ ଉଠିଲା ବିଜେଡି ସାଂସଦଙ୍କ ନାଁ, କଂଗ୍ରେସ ନେତା ଆଣିଲେ ସାଂଘାତିକ୍ ଅଭିଯୋଗ

6nb

Advertisment

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର) ନବରଙ୍ଗପୁର ଜିଲ୍ଲା ଉମରକୋଟରେ ମହିଳାଙ୍କୁ ହତ୍ୟା ଘଟଣାରେ ତେଜିଲା ରାଜନୀତି । ଘଟଣାରେ ନବରଙ୍ଗପୁର ସାଂସଦ ରମେଶ ମାଝି ଓ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛି କଂଗ୍ରେସ । ହତ୍ୟାକାଣ୍ଡ ପଛରେ ରାଜନୈତିକ ଦଳର ପ୍ରତିନିଧି ଓ ଅଫିସରଙ୍କ ହାତ ଥିବାରୁ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରେସମିଟରେ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।

Advertisment

ଘଟଣା ସମ୍ପର୍କିତ ଏକ ଅଡିଓ ଟେପ୍ ଜାରି କରି ପ୍ରଦୀପ ଅଭିଯୋଗ କରିଛନ୍ତି ଯେ, ଉଭୟ ସାଂସଦ ଓ ବିଧାୟକ ହତ୍ୟା ପାଇଁ ଉସୁକାଇଛନ୍ତି । ଉମରକୋଟ ମ୍ୟୁନିସପାଲଟିର ୟୁଭି-୫୨ରେ ପାରିବାରିକ କଳହକୁ ନେଇ ଅଭିଯୁକ୍ତ ବିପ୍ଲବ ବିଶ୍ୱାସ ତାଙ୍କ ସ୍ତ୍ରୀ ସିପ୍ରାଙ୍କୁ ହତ୍ୟା କରିଥିଲେ । ଘଟଣାରେ ପୁଲିସ ଅଭିଯୁକ୍ତ ବିପ୍ଲବ ବିଶ୍ୱାସଙ୍କୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ : ‘ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ’

Advertisment

ତେବେ ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ବିପ୍ଲବ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ ଟେପ୍‌କୁ ନେଇ ଜୋର୍ ଧରିଛି ଚର୍ଚ୍ଚା  । ଯେଉଁଥିରେ ଅଭିଯୁକ୍ତ ଜଣକ ସାଂସଦ ରମେଶ ମାଝି ଓ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନାଁ ନେଉଥିବା ଶୁଣିବାକୁ ମିଳିଛି।  ସେପଟେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ସାଂସଦ ରମେଶ ମାଝି।

Murder Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe