Advertisment

ନବରଙ୍ଗପୁରରେ ମହିଳାଙ୍କୁ ଚେଙ୍କ

ନବରଙ୍ଗପୁର: ପୁଣି ଚେଙ୍କ ଅଭିଯୋଗ। ତେବେ ଏଥର କୌଣସି ଶିଶୁ ନୁହେଁ ଚେଙ୍କର ଶିକାର ହୋଇଛନ୍ତି ଜଣେ ମହିଳା। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଚିତାବେଡ଼ା ଗ୍ରାମରୁ। ଏହି ଗାଁର ରବିବାରୀ ମାଝି ନାମକ ଜଣେ ମହିଳାଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାଇଘର ବ୍ଲକ ଚିତାବେଡ଼ା ଗ୍ରାମ ରବିବାରୀଙ୍କ ପେଟ ବଥା କରୁଥିଲା। ଏଥିରୁ ଉପଶମ ପାଇବା ପାଇଁ ସେ ଦିଶାରୀଠାରୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ନବରଙ୍ଗପୁରରେ ମହିଳାଙ୍କୁ ଚେଙ୍କ

mahila

ନବରଙ୍ଗପୁର: ପୁଣି ଚେଙ୍କ ଅଭିଯୋଗ। ତେବେ ଏଥର କୌଣସି ଶିଶୁ ନୁହେଁ ଚେଙ୍କର ଶିକାର ହୋଇଛନ୍ତି ଜଣେ ମହିଳା। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଚିତାବେଡ଼ା ଗ୍ରାମରୁ। ଏହି ଗାଁର ରବିବାରୀ ମାଝି ନାମକ ଜଣେ ମହିଳାଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ରାଇଘର ବ୍ଲକ ଚିତାବେଡ଼ା ଗ୍ରାମ ରବିବାରୀଙ୍କ ପେଟ ବଥା କରୁଥିଲା। ଏଥିରୁ ଉପଶମ ପାଇବା ପାଇଁ ସେ ଦିଶାରୀଠାରୁ ଚେଙ୍କ ନେଇଥିଲେ। ଚେଙ୍କ ନେବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘରରେ ଚେଙ୍କ ଚିକିତ୍ସା ଥମିବାର ନାମ ଧରୁନି। ଏହି ଦୁଇ ବ୍ଲକରେ କିଛି ଦିନ ତଳେ ଶିଶୁମାନଙ୍କୁ ଚେଙ୍କ ଦିଆଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment