Advertisment

ନବରଙ୍ଗପୁର ଜିଲ୍ଲା ଶଟଡାଉନ୍‌

ନବରଙ୍ଗପୁର( ନବଘନ ସାହୁ): ନବରଙ୍ଗପୁର ଜିଲ୍ଲାରେ ଆଜି ସକାଳ ୫ଟାରୁ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟଡାଉନ୍ ଘୋଷଣା କରାଯାଇଛି।  ଜିଲ୍ଲାରେ ଗତକାଲି ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ଘୋଷଣା କରିଛନ୍ତି । ଏହାସହ ଉମରକୋଟ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଜିଠାରୁ ଆସନ୍ତା ୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟଡାଉନ୍ […]

author-image
Niharika Rout
ଅଦ୍ୟତନ ହୋଇଛି
ନବରଙ୍ଗପୁର ଜିଲ୍ଲା ଶଟଡାଉନ୍‌

naba-2--1

ନବରଙ୍ଗପୁର( ନବଘନ ସାହୁ): ନବରଙ୍ଗପୁର ଜିଲ୍ଲାରେ ଆଜି ସକାଳ ୫ଟାରୁ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟଡାଉନ୍ ଘୋଷଣା କରାଯାଇଛି।  ଜିଲ୍ଲାରେ ଗତକାଲି ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ଘୋଷଣା କରିଛନ୍ତି ।

Advertisment

ଏହାସହ ଉମରକୋଟ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଜିଠାରୁ ଆସନ୍ତା ୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟଡାଉନ୍ ନିଷ୍ପତ୍ତି ନିଆଯାଇଛି । ନବରଙ୍ଗପୁର ଜିଲ୍ଲାର ୫ଟି ବ୍ଲକ କୋଷାଗୁମୁଡା, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିଭଳି ନବରଙ୍ଗପୁର ପୌରପାଳିକାର ୫ଟି  ଓ ଉମରକୋଟ ମ୍ୟୁନିସିପାଲିଟିର ୨ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଜିଲାରେ ବର୍ତ୍ତମାନ ସୁଦ୍ଧା ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୪ଟି ଆକ୍ଟିଭ କେସ୍ ରହିଛି ।

Shut Down