naba-2--1
ନବରଙ୍ଗପୁର( ନବଘନ ସାହୁ): ନବରଙ୍ଗପୁର ଜିଲ୍ଲାରେ ଆଜି ସକାଳ ୫ଟାରୁ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟଡାଉନ୍ ଘୋଷଣା କରାଯାଇଛି। ଜିଲ୍ଲାରେ ଗତକାଲି ୩୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏକ ଭିଡିଓ ବାର୍ତ୍ତା ଜାରି କରି ଏହି ଘୋଷଣା କରିଛନ୍ତି ।
ଏହାସହ ଉମରକୋଟ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଜିଠାରୁ ଆସନ୍ତା ୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଶଟଡାଉନ୍ ନିଷ୍ପତ୍ତି ନିଆଯାଇଛି । ନବରଙ୍ଗପୁର ଜିଲ୍ଲାର ୫ଟି ବ୍ଲକ କୋଷାଗୁମୁଡା, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିଭଳି ନବରଙ୍ଗପୁର ପୌରପାଳିକାର ୫ଟି ଓ ଉମରକୋଟ ମ୍ୟୁନିସିପାଲିଟିର ୨ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଜିଲାରେ ବର୍ତ୍ତମାନ ସୁଦ୍ଧା ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୪ଟି ଆକ୍ଟିଭ କେସ୍ ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/naba-2-1.jpg)