Advertisment

ଏଠି ୧୦୮ ଆସିପାରେନି , ଖଟିଆ ଆସେ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ।  ଖଟିଆରେ ବୁହା ହେଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମ ପଂଚାୟତର ଗୌରଝରିଆ ଗ୍ରାମରେ। ଉକ୍ତ ଗ୍ରାମର ହିଙ୍ଗରାଜ ମାଝୀଙ୍କ ସ୍ତ୍ରୀ ନମତି ମାଝୀ ଗାଧୋଇ ସାରି ଲୁଗା ଶୁଖାଉଥିବା ସମୟରେ ପାଖରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ । ପରିବାର ବର୍ଗ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। […]

ଏଠି ୧୦୮ ଆସିପାରେନି , ଖଟିଆ ଆସେ

6hn

Advertisment

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ।  ଖଟିଆରେ ବୁହା ହେଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମ ପଂଚାୟତର ଗୌରଝରିଆ ଗ୍ରାମରେ। ଉକ୍ତ ଗ୍ରାମର ହିଙ୍ଗରାଜ ମାଝୀଙ୍କ ସ୍ତ୍ରୀ ନମତି ମାଝୀ ଗାଧୋଇ ସାରି ଲୁଗା ଶୁଖାଉଥିବା ସମୟରେ ପାଖରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ ।

Advertisment

ପରିବାର ବର୍ଗ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସଟି ନିକଟସ୍ଥ ବୈଦପଡା ଠାରୁ ଦୁଇ କିଲୋମିଟର ଯିବାପରେ ରାସ୍ତାର ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ଟି ଉକ୍ତ ଗ୍ରାମକୁ ଯାଇ ପାରିଲା ନାହିଁ।  ବର୍ଷା ଯୋଗୁଁ ରାସ୍ତାରେ କାଦୁଅ ଏବଂ ବଡ଼ ବଡ଼ ଖାଲ ଥିବା ଯୋଗୁ ଗାଁ ଲୋକେ ଗୁରୁତର ଆହତ ମହିଳାଙ୍କୁ ଖଟିଆରେ ବହି ଗାଁ ଠାରୁ ଦୀର୍ଘ ଦୁଇ କିଲୋମିଟର ଆମ୍ବୁଲାନ୍ସ ନିକଟକୁ ନେଇ ଥିଲେ ।

ପରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିଲେ । ପୂର୍ବରୁ ମଧ୍ୟ ଉକ୍ତ ଗ୍ରାମର ଜଣେ ମହିଳା ଗୁରୁତର ଅବସ୍ଥାରେ ପ୍ରସବ ପାଇଁ ଖଟିଆରେ ବୁହା ହୋଇ ନଦୀପାର ହୋଇ ଥିଲେ।  ଏହି ଘଟଣା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିଲା । ଏଣୁ ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ଗ୍ରାମର ରାସ୍ତା ସମସ୍ୟାର ସମାଧାନ ପାଇଁ ଗ୍ରାମବାସି ଦାବି କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe