Advertisment

ପରିଣତ ବୟସରେ ଦହଗଂଜ: ଭତ୍ତା ପାଇଁ ଚଉକିକୁ କଲେ ଆଶାବାଡ଼ି

ଚଳିତମାସ ସାମାନ୍ୟ ସୁସ୍ଥ ହୋଇଛନ୍ତି। ଠିକ୍‌ରେ ସଳଖି ଚାଲି ପାରୁନାହାନ୍ତି। ପୁଅ ଗାଈ ଚଳାଇବାକୁ ଯାଇଥିବାରୁ ପ୍ଲାଟିକ୍‌ ଚେୟାର ଭରସାରେ ଭତ୍ତା ଟଙ୍କା ଉଠାଇବା ପାଇଁ କିଓସ୍କ ବ୍ୟାଙ୍କ ଯାଇଥିଲେ ବୃଦ୍ଧା ସୂର୍ଯ୍ୟ ହରିଜନ। ମାତ୍ର ସେଠାରେ ତାଙ୍କ ବାୟୋମ୍ୟାଟ୍ରିକ୍‌ ମ୍ୟାଚ୍‌ କରିନଥିଲା।

author-image
Manoranjan Sial
 Old Age Pension

Old Age Pension

ପରିଣତ ଭୟସ। ଚାଲିବାକୁ ପାଦର ଶକ୍ତି ନାହିଁ। ମୁହଁ ବି ଥକି ପଡ଼ିଲାଣି। ଚମ ଧୁଡ଼ଧୁଡ଼ି ହୋଇ ଗଲାଣି। ଭୋକର ଯନ୍ତ୍ରଣାରେ ଘାଣ୍ଟି ହୋଇ ଭତ୍ତା ଟଙ୍କା ପାଇବା ପାଇଁ ଚଉକିକୁ କରିଛନ୍ତି ଆଶାବାଡ଼ି। ଆଉ ଚାଲୁଛନ୍ତି ମାଇଲ୍‌ ମାଇଲ୍‌ ଦୂର। ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ସୂର୍ଯ୍ୟ ହରିଜନ।

Advertisment

ଝରିଗାଁ ବ୍ଲକ୍‌ ବାଣୁଆଗୁଡା ଗାଁର ସୂର୍ଯ୍ୟ ହରିଜନ। ବୟସ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ। ଘରଠାରୁ ୧୦ରୁ ୧୫ ମିଟର ଦୂରରେ ପଞ୍ଚାୟତ ଅଫିସ୍‌ ଓ କିଓସ୍କ ବ୍ୟାଙ୍କ। ଭତ୍ତା ଟଙ୍କା ଉଠାଇବା ପାଇଁ ସୂର୍ଯ୍ୟ କିଓସ୍କ ବ୍ୟାଙ୍କ ଯାଉଥିଲେ। ଦୁର୍ଭାଗ୍ୟକୁ ରାସ୍ତାରେ ତାଙ୍କ ପାଦ ଖସି ଯାଇଥିଲା। ଆଉ ସେ ତଳେ ପଡ଼ି ଯାଇଥିଲେ। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ବହୁ କଷ୍ଟର ଧାର ଉଧାର କରି ମେଡ଼ିକାଲ୍‌ରେ ଭଲ କରିଥିଲେ ଦୁଇ ପୁଅ। ଗତ ୪ ମାସ ହେଲା ସେ ବିଛଣାରୁ ଉଠି ପାରୁନଥିବାରୁ ଭତ୍ତା ଟଙ୍କା ଉଠାଇ ପାରୁନଥିଲେ।

ଚଳିତମାସ ସାମାନ୍ୟ ସୁସ୍ଥ ହୋଇଛନ୍ତି। ଠିକ୍‌ରେ ସଳଖି ଚାଲି ପାରୁନାହାନ୍ତି। ପୁଅ ଗାଈ ଚଳାଇବାକୁ ଯାଇଥିବାରୁ ପ୍ଲାଟିକ୍‌ ଚେୟାର ଭରସାରେ ଭତ୍ତା ଟଙ୍କା ଉଠାଇବା ପାଇଁ କିଓସ୍କ ବ୍ୟାଙ୍କ ଯାଇଥିଲେ ବୃଦ୍ଧା ସୂର୍ଯ୍ୟ ହରିଜନ। ମାତ୍ର ସେଠାରେ ତାଙ୍କ ବାୟୋମ୍ୟାଟ୍ରିକ୍‌ ମ୍ୟାଚ୍‌ କରିନଥିଲା। ତେଣୁ ସେ ଭତ୍ତା ଟଙ୍କା ଉଠାଇ ପାରିଲେ ନାହିଁ। ଏନେଇ ସେ ପଞ୍ଚାୟତ ଅଫିସ୍‌ରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କ କଥା କେହି ଶୁଣିନଥିଲେ।

Advertisment
SBIବ୍ୟାଙ୍କ ମ୍ୟାନେଜରଙ୍କୁ ଅନୁରୋଧ କରୁଛନ୍ତି ସୂର୍ଯ୍ୟ ମାଉସୀ

ରୋଗୀଣା ଶରୀରକୁ ଧରି ବ୍ୟାଙ୍କରୁ ଫେରିଲା ବେଳେ କିଏ ଜଣେ ସୂର୍ଯ୍ୟ ମାଉସୀଙ୍କୁ କହିଲେ, ସାରିଆପଡ଼ା କିଓସ୍କ ବ୍ୟାଙ୍କକୁ ଗଲେ ଭତ୍ତା ଟଙ୍କା ମିଳିବ। ଏକଥା ଶୁଣିବା ପରେ ସୂର୍ଯ୍ୟ ମାଉସୀ ଦେହର କଷ୍ଟକୁ ଦେହରେ ମାରି ଚୟାରକୁ ସାହାରା କରି ୩ କିମି ଦୂରରେ ଥିବା ବ୍ୟାଙ୍କକୁ ଯାଇଥିଲେ। ମାତ୍ର ସେଠାରୁ ମଧ୍ୟ ନିରାଶ ହୋଇ ଫେରିଥିଲେ। ଭତ୍ତା ଟଙ୍କା ପାଇନଥିଲେ। ଏବେ ନାନା ଯନ୍ତ୍ରଣା ଭିତରେ ଭଙ୍ଗା ଓ ଦଦରା ଘର ଭିତରେ ଜୀବନ କାଟୁଛନ୍ତି ସୂର୍ଯ୍ୟ ମାଉସୀ।

ବାଣୁଆଗୁଡା ଗାଁର ସୂର୍ଯ୍ୟ ମାଉସୀ। ଘର ଡିହକୁ ଛାଡ଼ିଦେଲେ ଜମି ବାଡ଼ି କିଛି ନାହିଁ। ଏହା ସତ୍ତ୍ୱେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ। ଚାଞ୍ଚଡ଼ା(ବାଉଁଶ ବତାରେ ତିଆରି ଘର)ରେ ତିଆରି କାନ୍ଥ ଓ ଆଜବେଷ୍ଟସ୍‌ ଘରେ ଜୀବନ ଅତିବାହିତ କରୁଛନ୍ତି ସୂର୍ଯ୍ୟ ମାଉସୀ ଓ ତାଙ୍କ ପରିବାର। ସୂର୍ଯ୍ୟଙ୍କପରିବାର କହିଥିଲେ, ଦୁଇ ପୁଅ ଓ ଦୁଇ ବୋହୂ। ବଡପୁଅ ସୀତାରାମ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ବେଳେ ସାନ ପୁଅ ମର୍ଶୁରାମ ଗାଁ ଲୋକଙ୍କ ଗାଈ ଚରାଉଛନ୍ତି। ସେଥିରୁ ଯିଏ ଯାହା ଦେଲା, ତାକୁ ଧରି ଘରକୁ ଫେରନ୍ତି ପର୍ଶୁରାମ। ସେଥିରେ ପେଟ ପୁରୁନଥିଲେ ମଧ୍ୟ ଦୁଃଖ ଓ କଷ୍ଟରେ ଚଳି ଯାଉଛନ୍ତି ପୂରା ପରିବାର। ଗୋଟିଏ ଦିନ ଗାଈ ଚରାଇବାକୁ ନଗଲେ, ସେଦିନ ମଜୁରୀ ବନ୍ଦ। ଏପରି ସ୍ଥିତିରେ ମାଆକୁ କେମିତି ବ୍ୟାଙ୍କ ନେବେ?

ସୂର୍ଯ୍ୟ ମାଉସୀଙ୍କ ସମସ୍ୟା ନେଇ ଝରିଗାଁ ଏସ୍‌ବିଆଇ ଶାଖା ପରିଚାଳକ ଅନିଲ କୁମାର ମେହେର କହିଛନ୍ତି, ବାୟୋମ୍ୟାଟ୍ରିକ୍‌ ମ୍ୟାଚ୍‌ କରୁନଥିଲା। ସେଥିପାଇଁ ଟଙ୍କା ଭତ୍ତା ଟଙ୍କା ମିଳୁନଥିଲା। ସେ ସମସ୍ୟା ସମାଧାନ କରିଦିଆଯାଇଛି। ଆଜି ସେ ଭତ୍ତା ଟଙ୍କା ଉଠାଇଛନ୍ତି ବୋଲି ଶ୍ରୀ ମେହେର କହିଛନ୍ତି।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Old Age Nabarangpur