Advertisment

ଆମ୍ବୁଲାନ୍ସ ପହଞ୍ଚିଲା, ତଥାପି ଖଟିଆରେ ବୁହା ହେଲେ ଗର୍ଭବତୀ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ରାସ୍ତା ଖରାପ ଯୋଗୁଁ ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ବର୍ଷା ଋତୁରେ ରାସ୍ତାର ଦୂରାବସ୍ତା ଯୋଗୁଁ ଗାଁ’ରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ। ଯେଉଁଠି ରାସ୍ତା ଖରାପ ଯୋଗୁଁ ଗାଁ ରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ବାଧ୍ୟ ହୋଇ ଖଟିଆରେ ବୁହା […]

ଅଦ୍ୟତନ ହୋଇଛି
ଆମ୍ବୁଲାନ୍ସ ପହଞ୍ଚିଲା, ତଥାପି ଖଟିଆରେ ବୁହା ହେଲେ ଗର୍ଭବତୀ

ambulance

Advertisment

ଉମରକୋଟ (କାର୍ତ୍ତିକ ମଲ୍ଲିକ): ରାସ୍ତା ଖରାପ ଯୋଗୁଁ ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ବର୍ଷା ଋତୁରେ ରାସ୍ତାର ଦୂରାବସ୍ତା ଯୋଗୁଁ ଗାଁ’ରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ। ଏଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ। ଯେଉଁଠି ରାସ୍ତା ଖରାପ ଯୋଗୁଁ ଗାଁ ରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଶେଷରେ ବାଧ୍ୟ ହୋଇ ଖଟିଆରେ ବୁହା ହେଲେ ଗର୍ଭବତୀ।

Advertisment

ସୂଚନା ମୁତାବକ୍ ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମର ମଞ୍ଜିତ ମାଝୀଙ୍କ ସ୍ତ୍ରୀ ସୂର୍ଯ୍ୟ ମାଝୀ ସୋମବାର ରାତି ୧୦ଟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଫୋନ୍ ପାଇ ଆମ୍ବୁଲନ୍ସ ମଧ୍ୟ ଆସିଲା କିନ୍ତୁ ରାସ୍ତା ଖରାପ ଯୋଗୁଁ ଗାଁ’କୁ ପହଞ୍ଚି ନପାରି ପ୍ରାୟ ଦେଢ଼ କିଲୋମିଟର ଦୂର ବରପାଣି ଗ୍ରାମ ନିକଟରେ ଅଟକି ରହିଥିଲା।

ପରେ ଗ୍ରାମବାସୀଙ୍କ ସହଯୋଗରେ ଗର୍ଭବତୀ ମହିଳାଙ୍କୁ ଖଟିଆ ସାହାଯ୍ୟରେ ପ୍ରାୟ ଦେଢ଼ କିଲୋମିଟର କାଦୁଅ ଖାଲ ଦଦରା ରାସ୍ତା ଦେଇ ଦୀର୍ଘ ୨ ଘଣ୍ଟା ଧରି ଖଟିଆରେ ବୋହି ବହୁ କଷ୍ଟରେ ଆମ୍ବୁଲାନ୍ସ ନିକଟକୁ ପହଞ୍ଚାଇଥିଲେ। ପରେ ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ମହିଳା ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

Advertisment

ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବାବେଳେ ବର୍ତ୍ତମାନ ସ୍ୱତନ୍ତ୍ର ଶିଶୁ ପ୍ରଯତ୍ନ ବିଭାଗରେ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। ତେବେ ଉକ୍ତ ଗ୍ରାମରେ ପୂର୍ବରୁ ମଧ୍ୟ ରାସ୍ତା ଖରାପ ଯୋଗୁଁ ଗର୍ଭବତୀଙ୍କୁ ଏଭଳି ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ପହଞ୍ଚା ଯାଇଥିବା ନଜିର ରହିଛି। ବାରମ୍ବାର ଏପରି ଘଟଣା ଘଟିବା ପରେ ମଧ୍ୟ ରାସ୍ତାର ମରାମତି ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe