/odisha-reporter/media/post_attachments/uploads/2021/02/bear-2.jpg)
bear-2
ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁରଜିଲ୍ଲା ଦେଉଳା ଗାଁର ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଏକ ଭାଲୁ ପଡ଼ିଯାଇଛି। ଗାଁର ବିଭୀଷଣ ମାଳିଙ୍କ ପରିବା ବାଡ଼ି ପଛରେ ଥିବା ଏହି ଶୁଖିଲା କୂଅରେ ଭାଲୁଟି ପଡ଼ିଯାଇଛି । ଏ ନେଇ ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲା। ଏହା ପରେ ଭାଲୁକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।
[caption id="attachment_621658" align="aligncenter" width="650"]
ଭାଲୁକୁ ଦେଖିବାକୁ ଲୋକଙ୍କ ଗହଳି।[/caption]
ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଦିନକୁ ଦିନ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଭାଲୁ ଗାଁ ମୁହାଁ ହେଉଥିବାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି।
ପ୍ରାୟ ଦୁଇ ସପ୍ତାହ ତଳେ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ରାସ୍ତାର ଉଦୟପୁର ଗାଁ ନିକଟରେ ଦିନ ବେଳେ ଭାଲୁଟିଏ ବୁଲୁଥିବାର ଦେଖିବାକୁ ମିଳିଥିଲା। କାରରେ ଯାଉଥିବା ଜଣେ ବ୍ୟକ୍ତି ଭାଲୁଟିର ଭିଡିଓ ଉତ୍ତୋଳନ କରି ସୋଶାଲ୍ ମିଡ଼ିଆରେ ପୋଷ୍ଟ୍ କରିଥିଲେ ଓ ଏହା ଭାଇରାଲ୍ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
