ଗାଁ ମୁହାଁ ହୋଇଥିଲା ଭାଲୁ, ଶୁଖିଲା କୂଅରେ ପଡ଼ିଲା

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ଦେଉଳା ଗାଁର ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଏକ ଭାଲୁ ପଡ଼ିଯାଇଛି। ଗାଁର ବିଭୀଷଣ ମାଳିଙ୍କ ପରିବା ବାଡ଼ି ପଛରେ ଥିବା ଏହି ଶୁଖିଲା କୂଅରେ ଭାଲୁଟି ପଡ଼ିଯାଇଛି । ଏ ନେଇ ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲା। ଏହା ପରେ ଭାଲୁକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଦିନକୁ ଦିନ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ […]

bear-2

Niharika Rout
  • Published: Tuesday, 23 February 2021
  • , Updated: 23 February 2021, 11:42 AM IST

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ଦେଉଳା ଗାଁର ଏକ ପରିତ୍ୟକ୍ତ ଶୁଖିଲା କୂଅରେ ଏକ ଭାଲୁ ପଡ଼ିଯାଇଛି। ଗାଁର ବିଭୀଷଣ ମାଳିଙ୍କ ପରିବା ବାଡ଼ି ପଛରେ ଥିବା ଏହି ଶୁଖିଲା କୂଅରେ ଭାଲୁଟି ପଡ଼ିଯାଇଛି । ଏ ନେଇ ଗାଁ ଲୋକ ବନ ବିଭାଗକୁ ଖବର ଦେଇଥିଲା। ଏହା ପରେ ଭାଲୁକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।

[caption id="attachment_621658" align="aligncenter" width="650"] ଭାଲୁକୁ ଦେଖିବାକୁ ଲୋକଙ୍କ ଗହଳି।[/caption]

ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଦିନକୁ ଦିନ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡ଼ି ଭାଲୁ ଗାଁ ମୁହାଁ  ହେଉଥିବାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି।

ପ୍ରାୟ ଦୁଇ ସପ୍ତାହ ତଳେ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଓ ନନ୍ଦାହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ରାସ୍ତାର ଉଦୟପୁର ଗାଁ ନିକଟରେ ଦିନ ବେଳେ ଭାଲୁଟିଏ ବୁଲୁଥିବାର ଦେଖିବାକୁ ମିଳିଥିଲା। କାରରେ ଯାଉଥିବା ଜଣେ ବ୍ୟକ୍ତି  ଭାଲୁଟିର ଭିଡିଓ ଉତ୍ତୋଳନ କରି ସୋଶାଲ୍ ମିଡ଼ିଆରେ ପୋଷ୍ଟ୍ କରିଥିଲେ ଓ ଏହା ଭାଇରାଲ୍ ହୋଇଥିଲା।

https://youtu.be/hoIY79UWFNc

Related story