Advertisment

ସୋଲାର ପ୍ଲାଣ୍ଟକୁ ଘର କରିଛି, ରାତି ହେଲେ ଗାଁରେ ବୁଲୁଛି

ଚରାମୂଳା ଗାଁରେ ୨୦୦ ଏକର ଜମିରେ ରହିଛି ସୋଲାର ପ୍ଲାଣ୍ଟ। ଏଠାରୁ ସୌର ଶକ୍ତିରୁ ଦିନରାତି ବିଦ୍ୟୁତ ଉତ୍ପାଦନ ହେଉଛି। ଏବେ ସେହି ସୋଲାର ପ୍ଲେଟ୍‌ ତଳ ପାଲଟିଛି ଭାଲୁଙ୍କ ଆଶ୍ରୟ ସ୍ଥଳ! ଗତ ଦୁଇ ମାସରୁ ଅଧିକ ସମୟ ହେବ ଦୁଇରୁ ତିନିଟି ଭାଲୁ ପ୍ଲାଣ୍ଟରେ ରହୁଛନ୍ତି।

Nabarangpur

Nabarangpur

Advertisment

ଖାଦ୍ୟ ପାଇଁ ଗାଁକୁ ପଳାଇ ଆସିଥିଲେ ଭାଲୁ। ହେଲେ ଆଉ ସେ ଶୁଖିଲା ଜଙ୍ଗଲକୁ ଫେରିଲେ ନାହିଁ। ୨୦୦ ହେକ୍ଟର ଜମିରେ ହୋଇଥିବା ସୋଲାର ପ୍ଲାଣ୍ଟରେ ଘର କରି ରହିଲେ। ରାତି ହେଲେ ଖାଦ୍ୟ ପାଇଁ ଗାଁରେ ବୁଲୁଥିଲେ ଓ ସକାଳ ହେବା ପୂର୍ବରୁ ତାର ବାଡ଼ ଚଢ଼ି ପୁଣି ପ୍ଲାଣ୍ଟ ଭିତରକୁ ଫେରି ଆସୁଥିଲେ। ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଦିଗି ପଞ୍ଚାୟତର ଚରାମୂଳା ଗାଁରୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇରୁ ତିନି ଭାଲୁ ଗାଁରେ ଘୂରି ବୁଲୁଛନ୍ତି। ଦିନରେ ସେମାନେ ସୋଲାର ପ୍ଲାଣ୍ଟରେ ରହୁଛନ୍ତି।

Advertisment

ଚରାମୂଳା ଗାଁରେ ୨୦୦ ଏକର ଜମିରେ ରହିଛି ସୋଲାର ପ୍ଲାଣ୍ଟ। ଏଠାରୁ ସୌର ଶକ୍ତିରୁ ଦିନରାତି ବିଦ୍ୟୁତ ଉତ୍ପାଦନ ହେଉଛି। ଏବେ ସେହି ସୋଲାର ପ୍ଲେଟ୍‌ ତଳ ପାଲଟିଛି ଭାଲୁଙ୍କ ଆଶ୍ରୟ ସ୍ଥଳ! ଗତ ଦୁଇ ମାସରୁ ଅଧିକ ସମୟ ହେବ ଦୁଇରୁ ତିନିଟି ଭାଲୁ ପ୍ଲାଣ୍ଟରେ ରହୁଛନ୍ତି। ଆଉ ରାତି ହେଲେ ସେମାନେ ଖାଦ୍ୟ ଅନ୍ୱେଷଣରେ ଚରାମୂଳା ଗାଁକୁ ପଳାଇ ଆସୁଛନ୍ତି। ଗାଁରେ ଚାରି ପାର୍ଶ୍ୱରେ ଘୂରି ବୁଲୁଛନ୍ତି। ଖାଇ ସାରିବା ପରେ ଜଙ୍ଗଲକୁ ଫେରିବା ପରିବର୍ତ୍ତେ ସୋଲାର ପ୍ଲାଣ୍ଟ ଭିତରକୁ ପଳାଇ ଯାଉଛନ୍ତି। ଭାଲୁମାନେ ତାର ବାଡ଼ ଚଢ଼ି ପ୍ଲାଣ୍ଟ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି। ସେଠାରେ ଦିନରେ ରହୁଥିବା ଜଣାପଡ଼ିଛି।

ଗାଁ ଚାରି ପାଖରେ ଭାଲୁ ବୁଲୁଥିବାରୁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ରାତିରେ ଲୋକ ଘରୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ଗାଁ ଲୋକେ ଏନେଇ ବନ ବିଭାଗକୁ ଅବଗତ କରାଇଛନ୍ତି। ଯଥା ଶୀଘ୍ର ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ଗାଁ ଲୋକ ଓ ଭାଲୁଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Advertisment

ଅନ୍ୟପଟେ ନବରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟର ACF ଧନୁର୍ଜୟ ମହାପାତ୍ର କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ଅଛୁ। ଭାଲୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସ୍ଥାନୀୟ ବନ କର୍ମଚାରୀଙ୍କୁ କୁହାଯାଇଛି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Forest Odisha Forest Dept Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe