Advertisment

ଗଛ ଡ଼ାଳରେ ବସିଛି ଭାଲୁ, ଗାଁ ଲୋକେ ଭୟଭୀତ

ଗାଁ ଲୋକଙ୍କ କହିବା ଅନୁସାରେ ଦିନକୁ ଦିନ ଜଙ୍ଗଲ ସଫା ହୋଇଯାଉଥିବାରୁ ବନ୍ୟ ଜୀବଯନ୍ତୁମାନେ ଗ୍ରାମାଭିମୁଖୀ ହେଉଛନ୍ତି। ଭାଲୁଟି ଖାଦ୍ୟ ଖୋଜି ଖୋଜି ଗ୍ରାମାଞ୍ଚଳକୁ ପଳାଇ ଆସିଥିଲା। ହେଲେ ଜଙ୍ଗଲକୁ ଫେରିଲା ବେଳକୁ ଦିନ ହୋଇଯାଇଥିଲା।

author-image
Manoranjan Sial
Bear

Bear

ଖାଦ୍ୟ ଖୋଜିବା ପାଇଁ ଆସିଥିଲା। ହେଲେ ରାତି ପାହି ଯାଇଥିବାରୁ ଭାଲୁଟି ଆଉ ଜଙ୍ଗଲକୁ ଫେରିପାରିଲା ନାହିଁ। ତେଣୁ ଜୀବନ ବିକଳରେ ଚାଷ ଜମି ମଝିରେ ଗଛ ଉପରକୁ ଚଢ଼ି ଯାଇଥିଲା। ଦିନ ତମାମ ଗଛର ଡାଳରେ ଭାଲୁଟି ବସିଛି। ଯାହାଫଳରେ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଆଜି ଏପରି ଚିତ୍ର ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି।

Advertisment

ଝରିଗାଁ ବ୍ଲକ୍‌ ଏକମ୍ବା ଗାଁ ନିକଟରୁ ପ୍ରାୟ ଏକ କିଲୋମିଟର ଦୂର ଚାଷ ଜମିରେ ଥିବା ଗୋଟିଏ ବାହାଡ଼ା ଗଛରେ ଭାଲୁ ରହିଥିଲା। ଦିନ ସାରା ଭାଲୁଟି ଗଛରେ ବସି ରହିଥିଲା। ଭାଲୁ ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଗୋଟିଏ ଟିମ୍‌ ଗାଁରେ ପହଞ୍ଚି ସେହି ଅଞ୍ଚଳକୁ ନଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଥିଲା। ଭାଲୁକୁ ଘଉଡାଇବା ପାଇଁ ବନ ବିଭାଗ ଉଦ୍ୟମ କରିଥିଲା। ମାତ୍ର ଭାଲୁଟି ଗାଁ ଲୋକଙ୍କ ଭୟରେ ଗଛରୁ ଓହ୍ଲାଇ ନଥିଲା। ତେଣୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାଲୁକୁ ବନ ବିଭାଗ ଜଗି ରହିଥିଲା। ସଞ୍ଜ ନଇଁଲେ ଭାଲୁଟି ଜଙ୍ଗଲକୁ ଫେରିଯିବ ବୋଲି ବନ ବିଭାଗ ଆଶା କରିଛି।

ଗାଁ ଲୋକଙ୍କ କହିବା ଅନୁସାରେ ଦିନକୁ ଦିନ ଜଙ୍ଗଲ ସଫା ହୋଇଯାଉଥିବାରୁ ବନ୍ୟ ଜୀବଯନ୍ତୁମାନେ ଗ୍ରାମାଭିମୁଖୀ ହେଉଛନ୍ତି। ଭାଲୁଟି ଖାଦ୍ୟ ଖୋଜି ଖୋଜି ଗ୍ରାମାଞ୍ଚଳକୁ ପଳାଇ ଆସିଥିଲା। ହେଲେ ଜଙ୍ଗଲକୁ ଫେରିଲା ବେଳକୁ ଦିନ ହୋଇଯାଇଥିଲା। ଆଉ ଫେରି ପାରିନଥିଲା। ତେଣୁ ବାଧ୍ୟ ହୋଇ ଚାଷ ଜମି ମଝିରେ ଥିବା ଗଛ ଉପରକୁ ଚଢ଼ି ଯାଇଥିଲା।

Advertisment

ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଖାଦ୍ୟ ଅନ୍ୱ୍ୟୋଷଣରେ ଆସୁଥିବା ଭାଲୁମାନେ ଜଙ୍ଗଲକୁ ଫେରିନପାରି ଜୀବନ ବିକଳରେ ଗଛରେ ରହି ଯାଉଛନ୍ତି।

ରିପୋର୍ଟ-ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Nabarangpur