Advertisment

ସଂସ୍କାର ଭୁଲିଗଲେ ସିଡିପିଓ; ବରିଷ୍ଠ କିରାଣୀଙ୍କୁ ଚେୟାରରୁ ଠେଲିଦେଲେ

ନିଜ ସଫେଇରେ ସିଡିପିଓ କହିଛନ୍ତି, ଅଫିସରେ ମିଟିଂ ଚାଲିଥିବା ବେଳେ କିରାଣୀଜଣକ ପାଟିତୁଣ୍ଡ କରୁଥିଲେ। ତେଣୁ ପାଟି ବନ୍ଦ କର, ନଚେତ ଅଫିସ ବାହାରକୁ ପଳାଇବାକୁ କହିଥିଲି। ସେ ଚେୟାରରୁ ନ ଉଠିବାରୁ ଚେୟାରକୁ ଟାଣିଥିଲି। ମାତ୍ର ଧକ୍କା ସେମିତି କିଛି ମାରି ନାହିଁ।

ଅଦ୍ୟତନ ହୋଇଛି
Office

Office

Advertisment

ସରକାରୀ କାର୍ଯ୍ୟାଳୟରେ ଚାଲିଛି ଗୁଣ୍ଡାଗର୍ଦ୍ଦି। ଯାହା ହାତରେ କ୍ଷମତା ଅଛି, ସେ ନିଜ ହୁକୁମାତି ଚଲାଉଛନ୍ତି। ଆଉ ଯିଏ କଥା ମାନୁନି ତା’ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ହାତ ଉଠାଇବାକୁ ପଛାଉ ନାହାନ୍ତି। ଏପରି ଏକ ଅଭାବନୀୟ ସ୍ଥିତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସିଡିପିଓଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି।

Advertisment

ସାମାନ୍ୟ ବଚସାକୁ ନେଇ ସିଡିପିଓ ମହୋଦୟା ଚେୟାରରେ ବସିଥିବା ଜଣେ ବରିଷ୍ଠ କିରାଣୀଙ୍କ ତାଙ୍କ ସିଟ୍‌ରୁ ଫୋପାଡ଼ି ଦେବା ଭଳି ଘଟଣା ଘଟିଛି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ଏହାକୁ କିନ୍ତୁ ମାନିବାକୁ ସିଡିପିଓ ନାରାଜ । ଏପରିକି ସମ୍ପୃକ୍ତ କିରାଣୀଙ୍କୁ ସେ ସାମାନ୍ୟ ଠେଲି ଦେଇଥିବା ସଫେଇ ଦେଇଛନ୍ତି।

ଭିଡିଓରେ ଦେଖିବାକୁ ମିଳୁଛି, ଡାବୁଗାଁ ସିଡିପିଓ ଗୀତାଞ୍ଜଳି ମହାରଣାଙ୍କର ନିଜ ଅଫିସରେ କାର୍ଯ୍ୟରତ କିରାଣୀ ସନ୍ତୋଷୀ ମିଶ୍ରଙ୍କ ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଉକ୍ତ ସମୟରେ ସନ୍ତୋଷୀ ମିଶ୍ର ନିଜ ସିଟ୍‌ରେ ବସିଥିବା ବେଳେ ସିଡିପିଓ ରାମ ତମତମ ହୋଇ ତାଙ୍କ ଉପରକୁ ହାତ ଉଠାଇବାକୁ ଉଦ୍ୟତ ହୋଇଥିଲେ।

Advertisment

ସେଠାରେ ଉପସ୍ଥିତ ଅନ୍ୟ କର୍ମଚାରୀ ଏହାକୁ ବାରଣ କରିଥିବା ବେଳେ ଶାନ୍ତ ପଡ଼ି ନ ଥିବା ସିଡିପିଓ ମହୋଦୟା କିନ୍ତୁ କିରାଣୀ ସନ୍ତୋଷୀ ମିଶ୍ରଙ୍କ ଚେୟାରକୁ ଠେଲି ଦେବାକୁ ସେ ତଳେ ପଡ଼ି ଯାଇଥିଲେ।

ଘଟଣା ସମୟର ଦୃଶ୍ୟକୁ କେହି ମୋବାଇଲରେ କଏଦ କରିଥିବା ବେଳେ ତାହା ଏବେ ଭାଇରାଲ ହେଉଛି। ଏହାକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ଏହାକୁ ନେଇ ସିଡିପିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

ସିଡିପିଓଙ୍କ ଆକ୍ରମଣର ଶିକାର ହୋଇଥିବା କିରାଣୀ ସନ୍ତୋଷୀ ମିଶ୍ର କହିଛନ୍ତି, ଅମଲା ସଂଘର ଆନ୍ଦୋଳନ ବେଳେ ମୁଁ ଅଫିସ ଆସି ଡ୍ୟୁଟି କରିଛି। ମାତ୍ର ଉକ୍ତ ସମୟରେ ମୁଁ ଛୁଟିରେ ଥିବା କହି ଉକ୍ତ ଫାଇଲ୍ ସାଇନ୍‌ କରିବାକୁ ମନା କରିଦେଲେ ସିଡିପିଓ। ଏଥିପାଇଁ ପାଟିଗୋଳ ସହ ମାରଧର ବି କଲେ। ଏପରିକି ସେ ଚେୟାରରୁ ଠେଲି ଫୋପାଡ଼ିଦେଲେ ବୋଲି କହିଛନ୍ତି ସନ୍ତୋଷୀ ମିଶ୍ର ।

ଅପରପକ୍ଷେ, ନିଜ ସଫେଇରେ ସିଡିପିଓ କହିଛନ୍ତି, ଅଫିସରେ ମିଟିଂ ଚାଲିଥିବା ବେଳେ କିରାଣୀଜଣକ ପାଟିତୁଣ୍ଡ କରୁଥିଲେ। ତେଣୁ ପାଟି ବନ୍ଦ କର, ନଚେତ ଅଫିସ ବାହାରକୁ ପଳାଇବାକୁ କହିଥିଲି। ଚେୟାରରୁ ଉଠିବାକୁ ବି କହିଥିଲି । ସେ ଚେୟାରରୁ ନ ଉଠିବାରୁ ଚେୟାରକୁ ଟାଣିଥିଲି। ଦେଇଥିଲି। ମାତ୍ର ଧକ୍କା ସେମିତି କିଛି ମାରି ନାହିଁ।

ତେବେ ଏକ ସରକାରୀ କାର୍ଯ୍ୟାଳୟରେ ଏପରି ମନମାନୀ ତଥା ହାତାହାତି ଘଟଣା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ।

Viral Video Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe