Advertisment

ବ୍ଲଡ୍‌ପ୍ରେସର ବଟିକା ଖାଇଦେଲେ ନବମ ଶ୍ରେଣୀ ଛାତ୍ରୀ!

କ୍ଲାସ୍‌ରେ ବସିଥିବା ବେଳେ ହଠାତ୍‌ ଛାତ୍ରୀ ମୁହଁ ବୁଲେଇ ତଳେ ପଡି ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଏନେଇ ପରିବାର ଲୋକଙ୍କୁ ଖବର ଦେବା ସହିତ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅଦ୍ୟତନ ହୋଇଛି
Student

Student

Advertisment

ବ୍ଲଡ୍‌ପ୍ରେସର ବଟିକା ଖାଇଦେଲେ ନବମ ଶ୍ରେଣୀ ଛାତ୍ରୀ! ଆଜି ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଏବେ ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ କେଉଁ କାରଣରୁ ବ୍ଲଡ୍‌ ପ୍ରେସର ବଟିଖା ଖାଇଦେଲେ, ତାହା ଜଣାପଡ଼ି ନାହିଁ।

Advertisment

ନବରଙ୍ଗପୁର ସଦର ବ୍ଲକ ସରଣପୁର ଗାଁ ନେହା(ଛଦ୍ମନାମ) ଆଜି ଘରେ ୧୦ରୁ ଅଧିକ ବ୍ଲଡ୍‌ପ୍ରେସର(ବିପି) ବଟିକା ଖାଇ ଦେଇଥିଲେ। ପରେ ସେ ସ୍କୁଲ ଚାଲି ଯାଇଥିଲେ। କ୍ଲାସ୍‌ରେ ବସିଥିବା ବେଳେ ହଠାତ୍‌ ସେ ମୁହଁ ବୁଲେଇ ତଳେ ପଡି ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ଏନେଇ ପରିବାର ଲୋକଙ୍କୁ ଖବର ଦେବା ସହିତ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ହେଲେ କେଉଁ କାରଣରୁ ଛାତ୍ରୀ ଜଣକ ଏଭଳି ପଦକ୍ଷେପ ନେଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପରିବାର ଲୋକ ମଧ୍ୟ ଏହାର କାରଣ ଜାଣିନଥିବା କହିଛନ୍ତି।

Advertisment

ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe