Advertisment

ଜିଲ୍ଲା ମୁଖିଆଙ୍କ ପାଖରେ ଗୁହାରୀ କଲେ ଲୋକ

ଆଜି ଉମରକୋଟ୍‌ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର। ଏଥିରେ ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

author-image
Manoranjan Sial
Nabarangpur

Nabarangpur

ଜିଲ୍ଲାର ମୁଖିଆଙ୍କ ପାଖରେ ଗୁହାରୀ କଲେ। ଦୁଃଖ ଜଣାଇଲେ। ସବୁ ଶୁଣିବା ପରେ ୬ଟି ଅଭିଯୋଗ ତୁରନ୍ତ ସମାଧାନ କରିଥିଲେ ନବରଙ୍ଗପୁର ଜିଲ୍ଲାପାଳ। ବାକି ଅଭିଯୋଗକୁ ବିଭାଗୀୟ ଅଧିକାରୀଙ୍କ ପାଖକୁ ପଠାଇ ଦେଇଥିଲେ।

Advertisment

ଆଜି ଉମରକୋଟ୍‌ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର। ଏଥିରେ ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ୬ଟି ଅଭିଯୋଗକୁ ତୁରନ୍ତ ସମାଧାନ କରିବା ସହିତ ବଳକା ଅଭିଯୋଗର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲାପାଳ ପ୍ରଥମେ ଉମରକୋଟ ଡିଏନକେ ସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳିରେ ଆୟୋଜିତ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ୪ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକଲ୍‌ ଓ ୪ ଜଣ ଭିନ୍ନକ୍ଷମ ଯୁବକଯୁବତୀଙ୍କୁ ଆଶା ବାଡ଼ି ପ୍ରଦାନ କରିଥିଲେ ଜିଲ୍ଲାପାଳ। ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି, ସବୁ ବର୍ଗର ଅସହାୟ ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ପହଂଚାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ।

Advertisment

ସେପଟେ ଏହି ଜନ ଶୁଣାଣିରେ ବହୁ ସଂଖ୍ୟାରେ ସାଧାରଣ ଜନତା ନିଜ ସମସ୍ୟା ନେଇ ଆସିଥିବା ବେଳେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପିଡି, ଉପ-ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Nabarangpur