Advertisment

ନର୍ସିଂ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ବନ୍ଧା ହେଲେ କଲେଜ ଏମଡି

ଉମରକୋଟ ଥାନା ଧୋଡ୍ରା ସ୍ଥିତ ବି.ବି. ଛାଟୋଇ ନର୍ସିଂ କଲେଜର ଏମଡି ପ୍ରସାଦ ଛାଟୋଇ ଜଣେ ନର୍ସିଂ ଛାତ୍ରୀଙ୍କୁ ନିଯ୍ୟାତନା ଦେଉଥିଲେ।

ଅଦ୍ୟତନ ହୋଇଛି
MD arrested

MD arrested

Advertisment

ନର୍ସିଂ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା କଲେଜର ମ୍ୟାନେଜିଂ ଡାଇରେକ୍ଟର(ଏମଡି)ଙ୍କୁ ପଡ଼ିଲା ମହଙ୍ଗା। ନର୍ସିଂ କଲେଜର ମ୍ୟାନେଜିଂ ଡାଇରେକ୍ଟର ପ୍ରସାଦ ଛାଟୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। 

Advertisment

ସୂଚନା ମୁତାବକ, ଉମରକୋଟ ଥାନା ଧୋଡ୍ରା ସ୍ଥିତ ବି.ବି. ଛାଟୋଇ ନର୍ସିଂ କଲେଜର ଏମଡି ପ୍ରସାଦ ଛାଟୋଇ ଜଣେ ନର୍ସିଂ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ। ଛାତ୍ରୀଙ୍କ ଜଣଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଙ୍ଗଳବାର ପୁଲିସ ପ୍ରସାଦ ଛାଟୋଇଙ୍କୁ ଗିରଫ କରିଥିଲା। ଗିରଫ ସମୟରେ ପ୍ରସାଦ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ଦେଇ ଚମ୍ପଟ୍ ମାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ତାଙ୍କୁ କାବୁ କରିଥିଲା। 

ପ୍ରସାଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଅତ୍ୟଧିକ ରକ୍ତ ଚାପ ଥିବା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଭଲ ହେବା ପରେ ଗତକାଲି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।  ଗତକାଲି ପ୍ରସାଦଙ୍କ ନାଁରେ ଆଉ ଏକ ଅଭିଯୋଗ ହୋଇଛି। ପ୍ରସାଦ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା  ଦେଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିବ ଥାନାରେ ଲିଖିତ ଅଭିଯୋଗ ହୋଇଛି। 

Advertisment
Sexual Harassment Sexual Torture Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe