Advertisment

ଡ୍ୟୁଟି ସାରି ମେସ୍‌ମୁହାଁ ହୋଇଥିଲେ କନେଷ୍ଟବଳ, ଚାପି ଦେଲା ଟ୍ରକ୍‌

ନକୁଳ ମାଝୀ କିଛି ମାସ ପୂର୍ବେ ପୁଲିସ ରିଜର୍ଭ କାର୍ଯ୍ୟାଳୟରେ ରେ OAPF କନେଷ୍ଟବଳ ଭାବେ ଯୋଗ ଦେଇଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ପରେ ନକୁଳ ଡ୍ୟୁଟି ସାରି ସର୍କିଟ ହାଉସରେ ଥିବା ମେସ୍‌କୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା।

ଅଦ୍ୟତନ ହୋଇଛି
Accident

Accident

Advertisment

ଡ୍ୟୁଟି ସାରି ମେସ୍‌ମୁହାଁ ହୋଇଥିଲେ। ମାତ୍ର ବାଟରେ ଘଟିଲା ଅଘଟଣ। ମେସ୍‌ରେ ପହଞ୍ଚିବା ପୂର୍ବରୁ ରାସ୍ତା ଉପରେ ଚାପି ଦେଲା ଟ୍ରକ୍‌। ଫଳରେ ଅକାଳରେ ଛଟପଟ ହୋଇ ଚାଲିଗଲା ଜଣେ କନେଷ୍ଟବଳଙ୍କ ଜୀବନ। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ନବରଙ୍ଗପୁର ସହର ର ଡିଆରଡିଏ କାର୍ଯ୍ୟାଳୟ ପାଖରେ ଘଟିଛି। ମୃତକ ହେଲେ ନକୁଳ ମାଝୀ । ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତୋହରା ଗାଁରେ ।

Advertisment

ନକୁଳ ମାଝୀ କିଛି ମାସ ପୂର୍ବେ ପୁଲିସ ରିଜର୍ଭ କାର୍ଯ୍ୟାଳୟରେ ରେ OAPF କନେଷ୍ଟବଳ ଭାବେ ଯୋଗ ଦେଇଥିଲେ। ସେ ମେସ୍‌ରେ ରହୁଥିବା ବେଳେ ତାଙ୍କ ପରିବାର ଗାଁରେ ରହୁଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ପରେ ନକୁଳ ଡ୍ୟୁଟି ସାରି ସର୍କିଟ ହାଉସରେ ଥିବା ମେସ୍‌କୁ ଫେରୁଥିଲେ।

ମାତ୍ର ଡିଆରଡିଏ କାର୍ଯ୍ୟାଳୟ ପଛ ବାଇପାସ ରାସ୍ତା ଅଶୋକ ନଗର ଛକ ନିକଟରେ ଏକ ଟ୍ରକ୍‌ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ ଚପା ତଳେ ଚାପି ହୋଇ ଯାଇଥିଲେ ନକୁଳ। ଘଟଣାସ୍ଥଳର ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ନକୁଳଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାଯାଇଛି। ଆଜି ମୃତଦେହକୁ ନକୁଳଙ୍କ ଗାଁକୁ ପଠାଯିବ ବୋଲି ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି l

Odisha Police Roadaccident Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe