Advertisment

ମାଟ୍ରିକ ପରିକ୍ଷାର୍ଥୀଙ୍କୁ ଉତ୍ତର ଡାକିଦେଲେ ପରୀକ୍ଷକ, ଭିଡିଓ ଭାଇରାଲ

ଭାଇରାଲ ଭିଡିଓ ମଧ୍ୟରୁ ଗୋଟିଏ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ବଡମସିଗା ସରକାରୀ ଉଚ୍ଚ ବିଦ୍ୟାଳୟର ବୋଲି ସ୍ପଷ୍ଟ ହୋଇଛି।

author-image
Niranjan Mishra
examiner supply answers

examiner supply answers

ମାଟ୍ରିକ ପରିକ୍ଷାର୍ଥୀଙ୍କୁ ଉତ୍ତର ଡାକିଦେଲେ ପରୀକ୍ଷକ ସାଜିଥିବା ଶିକ୍ଷକ ଶିକ୍ଷୟିତ୍ରୀ। ଯାହାର ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓ ମଧ୍ୟରୁ ଗୋଟିଏ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ବଡମସିଗା ସରକାରୀ ଉଚ୍ଚ ବିଦ୍ୟାଳୟର ବୋଲି ସ୍ପଷ୍ଟ ହୋଇଛି।

Advertisment

ଉତ୍ତର ଡାକିଥିବା ଶିକ୍ଷୟିତ୍ରୀ ତାଙ୍କ ସ୍କୁଲର ବୋଲି ପ୍ରଧାନଶିକ୍ଷକ ହୃଷିକେଶ ମିଶ୍ର ମାନିଛନ୍ତି। ତେବେ ଏଭଳି ଭୁଲ ବିରୋଧରେ ପଦକ୍ଷେପ ନେବା ବଦଳରେ ଏହି ସମୟର ଭିଡିଓ କରିଥିବା ମହିଳାଙ୍କ ଘଟଣା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ସେ କହିଛନ୍ତି।

ଆଜି ପରୀକ୍ଷାର ଶେଷ ଦିନରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଲୋଚନାର ବିଷୟ ହୋଇଛି। ଯାହାକୁ ନେଇ ପରୀକ୍ଷାର ସ୍ୱଚ୍ଛତା ଉପରେ ଆଙ୍ଗୁଳି ଉଠିଛି। ଭାଇରଲ ଭିଡ଼ିଓରେ ଇନ୍‌ଭିଜିଲେଟର ବା ପରୀକ୍ଷା ନିରୀକ୍ଷକ ପିଲାଙ୍କ ଖାତାରେ ଦସ୍ତଖତ କରୁଥିବା ବେଳେ ପରୀକ୍ଷକ ହୋଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅବଜେକ୍ଟିଭ୍ ପ୍ରଶ୍ନ ଗୁଡିକର ଉତ୍ତର ଡାକି ଦେଉଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଡାକିବା ଅନୁଯାୟୀ ଛାତ୍ରଛାତ୍ରୀ ମାନେ ଉତ୍ତର ଖାତାରେ ସେସବୁ ଲେଖୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

Advertisment

ତେବେ କେଉଁ ବିଷୟମାନଙ୍କରେ ପରୀକ୍ଷା ବେଳେ ଏଭଳି ଅଭିନବ କପି କରାଯାଉଛି ତାହା ତଦନ୍ତ ହେଲେ ଜଣାପଡିବ। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଇନ୍‌ଭିଜିଲେଟର ଓ ସୁପରିଟେଣ୍ଡେଣ୍ଟ ଏସବୁ ଅନିୟମିତତାକୁ କିପରି ପ୍ରଶୟ ଦେଲେ।

ବଡମସିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷିକେଶ ମିଶ୍ର କହିଛନ୍ତି, ଭିଡିଓ କରିଥିବା ମହିଳା ଜଣକ ଆମ ସ୍କୁଲର ବୋଲି ଭାଇରାଲ ଭିଡିଓରୁ ଜାଣି ହେଉଛି। କାରଣ ସେ ଆମ ସ୍କୁଲର ଡ୍ରେସ୍ କୋର୍ଡ ପିନ୍ଧିଛନ୍ତି। ସେ କିଏ ଓ କେଉଁ ଉଦ୍ଦେଶ୍ୟରେ କରିଛନ୍ତି ତଦନ୍ତ କଲେ ଜଣାପଡ଼ିବ। ଭିଡିଓ ମଧ୍ୟରୁ ଗୋଟିଏ ଆମ ସ୍କୁଲର। କାରଣ ଉତ୍ତର ଡାକୁଥିବା ଶିକ୍ଷୟିତ୍ରୀ ଆମ ସ୍କୁଲର। ଅନ୍ୟ ୨ଟି ଭିଡିଓ କେଉଁ ସ୍କୁଲର ଜାଣି ହେଉନି। ସୁପରିଟେଣ୍ଡେଣ୍ଟ ହିସାବରେ ପରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନେକ କାମ ଥିବାରୁ ପରୀକ୍ଷା ହଲରେ ସଦାବେଳେ ନଜର ରଖିପାରିନି। ଇନ୍‌ଭିଜିଲେଟର ଓ ପରୀକ୍ଷକମାନେ ଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା କରିବା କଥା। କେଉଁ ବିଷୟରେ ଏପରି ଉତ୍ତର ଡକାଯାଉଛି ତାହା ଜଣାପଡ଼ୁନି। ଏଭଳି ଘଟଣା ଘଟିବା ମୋ ପାଇଁ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଏହି ସ୍କୁଲରେ ପରୀକ୍ଷା ଦେଇଥିବା ଜଣେ ଛାତ୍ର କହିଛନ୍ତି ଯେଉଁ ପରୀକ୍ଷା ସରିଯାଇଛି ତାହା ଏହି ସମୟ ବେଳର ଭିଡିଓ। ସାର୍‌ ଇଂରାଜୀ ପରୀକ୍ଷାରେ ଏହି ଉତ୍ତର ଡାକିଥିଲେ।

ତେବେ ଏନେଇ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନି।

ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍ ଓ ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ନେଇ ଅଲୋଚନା ଥମି ନ ଥିବା ବେଳେ ପରୀକ୍ଷାରେ ନିୟୋଜିତ ପରୀକ୍ଷକଙ୍କ ଏଭଳି ଅନିୟମିତତା ଚିତ୍ର ସାମ୍ନାକୁ ଆସିବା ମାଟ୍ରିକ ପରୀକ୍ଷାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରିପୋର୍ଟ ନବରଙ୍ଗପୁରରୁ ନବଘନ ବିଷୋୟୀ

Matric Exam MatricExam