Advertisment

ସାର ପାଇଁ ହୋହଲ୍ଲା, ଠେଲା ପେଲା

ନବରଙ୍ଗପୁର:(ଓଡ଼ିଶା ରିପୋର୍ଟର) ସାର ପାଇଁ ହୋହଲ୍ଲା। ଠେଲା ପେଲା ସାଙ୍ଗକୁ ପଥର ମାଡ଼ ଓ  ଭଙ୍ଗା ରୁଜା ମଧ୍ୟ ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି। ମିଳିଥିବା ସୂଚନା […]

ସାର ପାଇଁ ହୋହଲ୍ଲା, ଠେଲା ପେଲା

5gn

Advertisment

ନବରଙ୍ଗପୁର:(ଓଡ଼ିଶା ରିପୋର୍ଟର) ସାର ପାଇଁ ହୋହଲ୍ଲା। ଠେଲା ପେଲା ସାଙ୍ଗକୁ ପଥର ମାଡ଼ ଓ  ଭଙ୍ଗା ରୁଜା ମଧ୍ୟ ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି। ମିଳିଥିବା ସୂଚନା ଅନୁଯାୟୀ କୋଷାଗୁମୁଡା ଲ୍ୟାମ୍ପରେ କିଛି ସାର ଆସିଥିଲା। ସାର ପାଇବା ପାଇଁ ସକାଳୁ ଲ୍ୟାମ୍ପ ସମ୍ମୁଖରେ ହଜାର ହଜାର ଚାଷୀଙ୍କ ଭିଡ଼ ଜମିଥିଲା। ଯେତିକି ପରିମାଣରେ ସାର ଆସିବା କଥା ତାଠାରୁ ଢେର କମ ସାର ଆସିଥିବା ଜାଣି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ସହ ୟୁରିଆ ପାଇଁ ଠେଲାପେଲା ଆରମ୍ଭ ହୋଇଯାଇଥିଲା।

Advertisment

ପୁଲିସ ଚାଷୀଙ୍କ ଠେଲାପେଲା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ସ୍ଥାନୀୟ ପ୍ରଶାସନ ଓ ଲ୍ୟାମ୍ପ ପରିଚାଳକ ଆବଶ୍ୟକପରିମାଣର ସାର ଆସିବ ଓ ସମସ୍ତଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ମାତ୍ର ୩ ଗାଡି ୟୁରିଆ ସାର ୧୭୦୦ ପେକେଟ କୋଷାଗୁମୁଡା ଲ୍ୟାମ୍ପକୁ ଆସିଥିବା ସୂଚନା ମିଳିଛି। ପ୍ରଶାସାନିକ ଅଧିକାରୀ ଓ ଲ୍ୟାମ୍ପ କର୍ତ୍ତୃପକ୍ଷ ଚାଷୀଙ୍କୁ ମିଛ ପ୍ରତିଶୃତି ଦେଇଥିବା ଅଭିଯୋଗ ଆଣିଛନ୍ତି ଚାଷୀ। ସେପଟେ ସାର ନିଅଣ୍ଟକୁ ନେଇ ପୁଣି କୋଷାଗୁମୁଡା ଅଞ୍ଚଳର ଚାଷୀ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି। ଅନ୍ୟପଟେ ଆଜି ସାର ନେବା ପାଇଁ ପ୍ରାୟ ୩ ହଜାର ରୁ ଅଧିକ ଚାଷୀ ଆସିଥିବା ବେଳେ ଲ୍ୟାମ୍ପରେ ମାତ୍ର ୧୭ଶହ ବସ୍ତା ସାର ଯୋଗାଇ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe