Advertisment

ମୃତ ଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦିଅ: NHRC

ଉମରକୋଟ(କାର୍ତ୍ତିକ ମଲ୍ଲିକ) ଛାତ୍ରଙ୍କ ଅକାଳ ମୃତ୍ୟୁର ତିନି ବର୍ଷ ପରେ ପରିବାରକୁ ୮ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି  NHRC। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମାଳିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାସି ଖାଦ୍ୟ ଖାଇ ତିନି ବର୍ଷ ତଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଛାତ୍ର ଅସୁସ୍ଥ ହୋଇଥିଲେ । ଉକ୍ତ ଘଟଣାର ତିନି ବର୍ଷ ପରେ ସମ୍ପୃକ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC। […]

ଅଦ୍ୟତନ ହୋଇଛି
ମୃତ ଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦିଅ: NHRC

yio

Advertisment

ଉମରକୋଟ(କାର୍ତ୍ତିକ ମଲ୍ଲିକ) ଛାତ୍ରଙ୍କ ଅକାଳ ମୃତ୍ୟୁର ତିନି ବର୍ଷ ପରେ ପରିବାରକୁ ୮ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି  NHRC। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମାଳିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାସି ଖାଦ୍ୟ ଖାଇ ତିନି ବର୍ଷ ତଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଛାତ୍ର ଅସୁସ୍ଥ ହୋଇଥିଲେ । ଉକ୍ତ ଘଟଣାର ତିନି ବର୍ଷ ପରେ ସମ୍ପୃକ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC।

Advertisment

ମୃତ ଛାତ୍ରଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଏବଂ ଅସୁସ୍ଥ ସମସ୍ତ ୧୨ ଜଣ ଛାତ୍ରଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି।ଏଥିସହ ଦୁଇ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି NHRC। ୩ ବର୍ଷ ତଳେ ମାଳିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ରହୁଥିବା କେତେ ଜଣ ଛାତ୍ର ଶିକ୍ଷକଙ୍କ ଭୋଜିର ବାସି ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ।

ଡାକ୍ତର ଖାନା ନେବା ସମୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ୧୨ ଜଣ ଛାତ୍ର ଡାକ୍ତର ଖାନାରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଉକ୍ତ ବିଦ୍ୟାଳୟର ଶିକ୍ଷକ ମାନେ ନିଜ ଦାୟିତ୍ୱରେ ଅବହେଳା କରୁଥିବାରୁ ଏଭଳି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମାଳିଗୁଡ଼ା ଗ୍ରାମବାସୀ ଅଭିଯୋଗ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe