Advertisment

ଭାଲୁ ମୁହଁରୁ ସ୍ତ୍ରୀକୁ ଛଡ଼ାଇ ଆଣିଲା ସ୍ୱାମୀ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଭାଲୁ ସହ ଲଢ଼େଇ କରି ନିଜ ସ୍ତ୍ରୀଙ୍କ ଜୀବନ ବଞ୍ଚାଇଲେ ସ୍ୱାମୀ। ଭାଲୁ ଆକ୍ରମଣରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ଅଞ୍ଚଳରେ। ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗ୍ରାମର ସଦାନନ୍ଦ ମାଝୀ ଓ ତାଙ୍କ ସ୍ତ୍ରୀ କଂସାମଣୀ ମାଝୀ ଦୁଇ ଦିନ ତଳେ ସକାଳୁ ସକାଳୁ କେନ୍ଦୁପତ୍ର […]

ଅଦ୍ୟତନ ହୋଇଛି
ଭାଲୁ ମୁହଁରୁ ସ୍ତ୍ରୀକୁ ଛଡ଼ାଇ ଆଣିଲା ସ୍ୱାମୀ

bear

Advertisment

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଭାଲୁ ସହ ଲଢ଼େଇ କରି ନିଜ ସ୍ତ୍ରୀଙ୍କ ଜୀବନ ବଞ୍ଚାଇଲେ ସ୍ୱାମୀ। ଭାଲୁ ଆକ୍ରମଣରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁରଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ଅଞ୍ଚଳରେ।

Advertisment

ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗ୍ରାମର ସଦାନନ୍ଦ ମାଝୀ ଓ ତାଙ୍କ ସ୍ତ୍ରୀ କଂସାମଣୀ ମାଝୀ ଦୁଇ ଦିନ ତଳେ ସକାଳୁ ସକାଳୁ କେନ୍ଦୁପତ୍ର ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ ହଠାତ୍ ଦୁଇଟି ଛୁଆ ସହ ଏକ ମା ଭାଲୁ ପହଞ୍ଚି କଂସାମଣୀଙ୍କ ଉପରକୁ ଆକ୍ରମଣ କରିଥିଲା। ଏହା ଦେଖି ପାଖେ ଥିବା ସ୍ୱାମୀ ସଦାନନ୍ଦ ନିଜ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସେହି ଭାଲୁ ସହ ପ୍ରାୟ ଅଧ ଘଣ୍ଟା ଲଢେଇ କରିଥିଲେ ଓ ଶେଷରେ ଭାଲୁ ଦାଉରୁ ନିଜ ସ୍ତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ମଧ୍ୟ ହୋଇଥିଲେ।

ଘଟଣା ଦେଖି ଗ୍ରାମର ଜଣେ ବ୍ୟକ୍ତି ବାଲିଝର ଗ୍ରାମବାସୀଙ୍କୁ ଖବର ଦେବାରୁ ଗ୍ରାମବାସୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ରାଇଘର ଓ ପରେ ଉମରକୋଟ ଡାକ୍ତର ଖାନାକୁ ଆଣି ଭର୍ତ୍ତି କରିଥିଲେ। ଭାଲୁ ଆକ୍ରମଣରେ ଉଭୟ ସଦାନନ୍ଦ ଓ ତାଙ୍କ ସ୍ତ୍ରୀ କଂସାମଣୀ ଗୁରୁତର ଅାହତ ହୋଇଥିବାବେଳେ ସଦାନନ୍ଦଙ୍କ ଏକ ହାତ ଆଙ୍ଗୁଠି ଛିଣ୍ଡି ଯିବା ସହ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି।

Advertisment

ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ସାମାନ୍ୟ ସୁଧୁରିବାରୁ ସେମାନେ ଘରକୁ ଫେରିଥିବା ସୂଚନା ମିଳିଛି। ସଦାନନ୍ଦଙ୍କ ଏଭଳି ସାହସିକତା ପାଇଁ ସମଗ୍ର ଅଂଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି।

Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe