Advertisment

ଘରେ ଲୁଚାଇଥିଲେ ବାଘଛାଲ ଓ ହରିଣ ଶିଙ୍ଗ, ରାତି ଅଧିଆ ଚଢ଼ାଉ କଲା ବନବିଭାଗ

ଦୁଇ ରାଜ୍ୟର ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଗତକାଲି ରାତିରେ କଲମାଡଙ୍ଗରି ଗାଁରେ ୧୦ରୁ୧୫ଟି ଘରେ ଚଢଉ କରିଥିଲେ।

Leopard skin

Leopard skin

Advertisment

ଘରେ ଲୁଚାଇ ରଖିଥିଲେ ବାଘଛାଲ ଓ ହରିଣ ଶିଙ୍ଗ। ଭାବିଥିଲେ କେହି ଜାଣିପାରିବେନି। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ରାତିଅଧରେ ଚଢ଼ାଉ କରି ବାଘ ଛାଲ, ହରିଣ ଶିଙ୍ଘ ଏବଂ କିଛି ଅନ୍ୟ ଜୀବଙ୍କ ଅବଶେଷ ଜବତ କରିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ କଲମାଡଙ୍ଗରି ଗାଁରେ ଏହି ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କୁଶ ଭତରା, ମୋହନସିଂ ରାବତ ଓ ଡମାଏ ମାଝୀ।

Advertisment

ସୂଚନା ମୁତାବକ, କଲମାଡଙ୍ଗରି ଗାଁର କିଛି ବ୍ୟକ୍ତି ବେଆଇନ ଭାବେ ବାଘଛାଲ, ହରିଣ ଶିଙ୍ଗ ଓ ଅନ୍ୟ ଜୀବଙ୍କ କିଛି ଅବଶେଷ ଘରେ ରଖିଥିବା କୌଣସି ସୂତ୍ରରୁ ଖବର ପାଇଥିଲା ରାଇଘର ବନ ବିଭାଗ। ହେଲେ କଲମାଡଙ୍ଗରି ଗାଁଟି ଛତିଶଗଡ଼ ସୀମାନ୍ତରେ ହୋଇଥିବାରୁ ରାଇଘର ବନ ବିଭାଗ ଛତିଶଗଡ଼ର ଇନ୍ଦଗାଓଁ ବନ ବିଭାଗ ସହ ପ୍ରଥମେ ଯୋଗାଯୋଗ କରିଥିଲା। ଘଟଣାସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲା। ପରେ ଉଭୟ ବନ ବିଭାଗ ଅଭିଯୁକ୍ତଙ୍କୁ ଧରିବାକୁ ଯୋଜନା କରିଥିଲେ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ଦୁଇ ରାଜ୍ୟର ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଗତକାଲି ରାତିରେ ଅଚାନକ କଲମାଡଙ୍ଗରି ଗାଁର ୧୦ରୁ୧୫ଟି ଘରେ ଚଢଉ କରିଥିଲେ। ଚଢଉ ବେଳେ ଉକ୍ତ ଗ୍ରାମର କୁଶ, ମୋହନସିଂ, ଡମାଏ ମାଝୀଙ୍କ ଘରୁ ଗୋଟିଏ କଲରାପତରିଆ ବାଘ ଛାଲ, ହରିଣ ଶିଙ୍ଘ ଏବଂ କିଛି ଅନ୍ୟ ଜୀବଙ୍କ ଅବଶେଷ ଜବତ କରାଯାଇଥିଲା। ଏହାସହ ବହୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିଲା।

Advertisment

ବନ ବିଭାଗ ଜବତ କରିଥିବା ବାଘଛାଲ କେଉଁଠୁ ଆସିଲା ଓ କେଉଁ ଆଡ଼େ ଚଲାଣ ପାଇଁ ଯୋଜନା ଚାଲିଥିଲା ଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ବନ ବିଭାଗ ତିନି ଜଣ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରୁଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତ ଅଛି କି ସେନେଇ ବନ ବିଭାଗ ତଦନ୍ତ କରୁଛି। 

Nabarangpur Leopard Skin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe