Advertisment

ବାପା ଓ ୩ ଭାଇ ନେଇଥିଲେ ଜୀବନ, ମିଳିଲା ଆଜୀବନ କାରାଦଣ୍ଡ

ନବରଙ୍ଗପୁର(ନବଘନ ବିଶୋୟୀ): ସମ୍ପତ୍ତି ଭାଗବଣ୍ଟାକୁ ନେଇ ୨ ବର୍ଷ ପୂର୍ବେ ଘଟିଥିଲା ରକ୍ତପାତ।  ସାମାନ୍ୟ ଜମି ପାଇଁ ନିଜ ଜନ୍ମ କଲା ପୁଅକୁ ପିଟି ମାରିଥିଲା ବାପା । ଏଥିରେ ମୃତକଙ୍କ ୩ ଭାଇ ବି ସାମିଲ ଥିଲେ। ଦୀର୍ଘ ୨ ବର୍ଷରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମୃତକଙ୍କ ବାପା ଓ ୩ ଭାଇଙ୍କୁ ମିଳିଛି ଆଜୀବନ କାରାଦଣ୍ଡ  । ଏପରି ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି। ମୃତକ ହେଲେ ନବରଙ୍ଗପୁର ଜିଲ୍ଲା […]

ଅଦ୍ୟତନ ହୋଇଛି
ବାପା ଓ ୩ ଭାଇ ନେଇଥିଲେ ଜୀବନ, ମିଳିଲା ଆଜୀବନ କାରାଦଣ୍ଡ

accusd

Advertisment

ନବରଙ୍ଗପୁର(ନବଘନ ବିଶୋୟୀ): ସମ୍ପତ୍ତି ଭାଗବଣ୍ଟାକୁ ନେଇ ୨ ବର୍ଷ ପୂର୍ବେ ଘଟିଥିଲା ରକ୍ତପାତ।  ସାମାନ୍ୟ ଜମି ପାଇଁ ନିଜ ଜନ୍ମ କଲା ପୁଅକୁ ପିଟି ମାରିଥିଲା ବାପା । ଏଥିରେ ମୃତକଙ୍କ ୩ ଭାଇ ବି ସାମିଲ ଥିଲେ। ଦୀର୍ଘ ୨ ବର୍ଷରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମୃତକଙ୍କ ବାପା ଓ ୩ ଭାଇଙ୍କୁ ମିଳିଛି ଆଜୀବନ କାରାଦଣ୍ଡ  । ଏପରି ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି।

Advertisment

ମୃତକ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ପଦ୍ମନ ନାୟକ । ଅଭିଯୁକ୍ତମାନେ ହେଉଛନ୍ତି ମୃତକ ପଦ୍ମନଙ୍କ ବାପା ଦାମୋଦର ନାୟକ, ଭାଇ ପ୍ରେମନାଥ ନାୟକ, ଶ୍ରୀଧର ନାୟକ, ଶ୍ୟାମସୁନ୍ଦର ନାୟକ l

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ଦାମୋଦରଙ୍କର ୪ ପୁଅ ଥିବା ବେଳେ ତାଙ୍କ ନିକଟରେ ୪ ଏକର ଜମି ଥିଲା। ବଡ଼ ୩ ଜଣ ୩ ଏକର ନେଇ ସାରିଥିବା ବେଳେ ଆଉ ଏକ ଏକର ଦାମୋଦରଙ୍କ ନିକଟରେ ଥିଲା। ଉକ୍ତ ଜମିରେ ନିଜ ହକ୍‌ ଥିବା କହି ପଦ୍ମନ ସେଥିରେ ଆଖୁ ଚାଷ କରିଥିଲେ। ହେଲେ ଏହାକୁ ନେଇ ଗଣ୍ଡଗୋଳ ଲାଗି ରହୁଥିଲା।

Advertisment

୨୦୧୯ ମସିହା ଏପ୍ରିଲ ୫ ତାରିଖରେ  ଜମି ଭାଗବଣ୍ଟାକୁ ନେଇ   ଦାମୋଦର ଓ ପଦ୍ମନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାଶୁଣି ଘଟଣାସ୍ଥଳକୁ  ୩ ଭାଇ  ଆସିଥିଲେ। ଏହାପରେ ବାପ ଓ ୩ ପୁଅ ପଦ୍ମନଙ୍କୁ ନିର୍ଧୂମ ପିଟିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କୋଟପାଡ଼ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l

ଏହାପରେ ମୃତ ପଦ୍ମନଙ୍କ ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି କୋଷାଗୁମୁଡା ପୁଲିସ୍‌  ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା l ଆଜି ଏହାର ଶୁଣାଣ କରି ଜିଲ୍ଲା ଦୌରା ଜଜ ସଂଜୀବ ଦୁବେ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି l

ଏଥିସହ ୨୦ ହଜାର  ଲେଖାଏଁ ଜରିମାନା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ପାଇଁ ମଧ୍ୟ ଆଦେଶ ଦେଇଛନ୍ତି ଜିଲ୍ଲା ଜଜ ।  ପ୍ରାୟ ୨୨ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ଶୁଣାଣି ହୋଇଛି l

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe